ଲେଖୁ ଲେଖୁ ଲେଖିଦେଲି- ଛୋଟ ବୟସରେ ଏତେ…

ଆମେରିକାର ଗାୟିକା ଅଭିନେତ୍ରୀ ଜେନିଫର ଲୋପେଜ ହଠାତ ଦିନେ ଘୋଷଣା କଲେ ଯେ ତାଙ୍କ 12 ବର୍ଷର ଝିଅ ଏବେ ମ୍ୟାରିବେଲ ମ୍ୟୁନିଜ ଏକ ଶିଶୁ ପୁସ୍ତକ ରଚନା କରିଛନ୍ତି ଏବଂ ଏହା ପ୍ରକାଶିତ ହେବାକୁ ଯାଉଛି। ଶିଶୁମାନେ ଯେ କେବଳ ଭିଡିଓ ଗେମ୍ ବା କାର୍ଟୁନ ସିରିୟଲରେ ସୀମିତ ରହିଛନ୍ତି ଏକଥା ନୁହେଁ ଅନେକ ଶିଶୁ ପୁସ୍ତକ ରଚନା କରି ସେମାନଙ୍କର ନାଁ ସୃଷ୍ଟି କରିସାରିଲେଣି । ଆପଣ ବି ଆପଣଙ୍କ ପୁଅ କିମ୍ବା ଝିଅଙ୍କୁ ପ୍ରେରଣା ଦିଅନ୍ତୁ ସେ କିଛି ବି ଲେଖୁ କିଛି ବି ମାନେ କିଛି ବି । କାରଣ ଗୋଟିଏ ଭଲ ଲେଖାର ଆରମ୍ଭ ଅତି ସାଧାରଣ ଦୁଇଟି ଶବ୍ଦରୁ ଆରମ୍ଭ ହୋଇଥାଏ।ଏବେ ଆସନ୍ତୁ ନଜର ପକାଇବା କିଛି କୁନି ଲେଖକଙ୍କ ଉପରେ ଯେଉଁମାନେ ନିଜର ଅତି ଛୋଟ ବୟସରୁ ଲେଖିବା ଆରମ୍ଭ କରି ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଗପ ହେଉ କିମ୍ବା କବିତା କିମ୍ବା ଭ୍ରମଣ କାହାଣୀ ଲେଖିବା ଟା ମଜାଦାର ହେଲେ ତ ହେଲା।

ସିଆ ଗୁପ୍ତାସିଆ ଗୁପ୍ତା

11 ବର୍ଷର ସିଆ ଗୁପ୍ତାଙ୍କର ଏବେ ସୁଦ୍ଧା 4ଟି ପୁସ୍ତକ ପ୍ରକାଶିତ ହୋଇସାରିଲାଣି। ପରୀକାହାଣୀ ପଦ୍ୟ ଆକାରରେ ଲେଖି ସେ ଏହାକୁ ଖୁବ ଲୋକ ପ୍ରିଯ କରିପାରିଛନ୍ତି  । Tales in Rhyme ଏହି ନାଁରେ ସେ ଚାରି ବହି ଲେଖିଛନ୍ତି ଯେଉଁଥିରେ ଆଲାଦ୍ଦିନ, ସିନଡ୍ରେଲା, ବିୟୁଟି ଆଣ୍ଡ ଦି ବିଷ୍ଟ ଏବଂ ସ୍ନୋ ହ୍ବାଇଟ ଭଳି ଗପର ପଦ୍ୟ ରୂପ ରହିଛି । ଯ଼େତେବେଳେ ମୁଁ ଦେଖିଲି ମୋ ଭଉଣୀ ଗପ ଓ କବିତା ଏକ ସମୟରେ ପଢୁଛି ତେଣୁ ମୁଁ ଉଭୟକୁ ମିଶାଇ ଲେଖିବାକୁ ଚାହିଁଲି ବୋଲି ସିଆ କୁହନ୍ତି । ଖାଲି ସେତିକି ନୁହେଁ କୁନି କୁନି ପିଲାଙ୍କୁ ପଢ଼ିବା ଓ ଲେଖିବା ଅଭ୍ୟାସ ବଢ଼ାଇବା ଲାଗି ସେ ମଧ୍ୟ ୱାର୍କସପ କରୁଛନ୍ତି ।

ଧୃବାଦିତ୍ୟ ତିୱାରୀ

‘ରହସ୍ୟ ମୋତେ ଅନ୍ୟ ସବୁଠାରୁ ଭଲ ଲାଗେ’11 ବର୍ଷର ଧୃବାଦିତ୍ୟ କୁହନ୍ତି। ମାତ୍ର 8 ବର୍ଷ ବୟସରେ ତାଙ୍କର ପ୍ରଥମ ବହି ପ୍ରକାଶିତ ହୋଇଥିଲା । The Hiding ଏହା ଏକ ରହସ୍ୟ ରୋମାଞ୍ଚ ଭରା କାହାଣୀ । ଏଥିରେ ଛୋଟ ପିଲାଟି ବାପାଙ୍କର ଚାବି ଚୋରାଇ ନେଇ ଏକ କୋଠରୀରେ ପ୍ରବେଶ କରି ଆଉ ତାପରେ କିଛି ରୋମାଞ୍ଚକର ଘଟଣା ଘଟେ । ଧୃବାଦିତ୍ୟ କୁହନ୍ତି ଯେ ଘରେ ସେ ମାଙ୍କ ଠାରୁ କାହାଣୀ ଶୁଣନ୍ତି ନାହିଁ ବରଂ ତାଙ୍କ ଠାରୁ ଅନ୍ୟମାନେ କାହାଣୀ ଶୁଣନ୍ତି ।  ମୋତେ ପ୍ରଥମ ବହି ଲେଖିବାକୁ ବର୍ଷେ ସମୟ ଲାଗିଥିଲା  ।

ରଜତ ବଂଶଲ

ରଜତ ବଂଶଲଙ୍କ ନାଁରେ ଭାରତୀୟ ରେକର୍ଡ ରହିଛି । 11 ବର୍ଷିୟ ରଜତ ଅତି ସାଦାସିଦା ବାଳକ । ମାତ୍ର 9 ବର୍ଷ ବୟସରେ ସେ ଲେଖୁଲେଖି ଏମିତି ଲେଖିବା ଆରମ୍ଭ କରିଦେଲେ । ଦିନେ ମୁଁ ଘରେ ପାଟି ତୁଣ୍ଡ କରିବାରୁ ମୋ ମା ମୋତେ ଏକ ବିଷୟରେ ଲେଖିବାକୁ କହିଲେ । ଆଉ ତାପରେ ଯ଼ାହା ହେଲା ତାହା ମୋତେ ନୂଆ ପରିଚୟ ଦେଇଥିଲା  । The Happy Tree ଏହି ପୁସ୍ତକରେ ପିଲାମାନଙ୍କ ପାଇଁ 10ଟି ଛୋଟଛୋଟ ଗପ ରହିଛି ଯ଼େଉଁଥିରେ ବନ୍ଧୁତ୍ବ ଓ ସଂପର୍କ ବିଷୟରେ କୁହାଯାଇଛି । ମୁଁ ବହୁତ ଗପ ପଢ଼ିଛି, ଯ଼ାହାକି ମୋତେ ଲେଖିବା ପାଇଁ ପ୍ରେରଣା ଦେଇଛି ବୋଲି ରଜତ ତାଙ୍କ ବିଷୟରେ କୁହନ୍ତି।

ମାହି ଅଗ୍ରୱାଲ

ପିଲାଙ୍କ ପାଇଁ ଛୋଟଛୋଟ ଗପ ଭଲ ଲାଗିଥାଏ । ହେଲେ ମାହି ଅଗ୍ରୱାଲ ମାତ୍ର 13 ବର୍ଷରେ ଯାହା ସବୁ ଲେକିଛନ୍ତି ସେଥିରେ ବଡ଼ ବଡ଼ ଲୋକଙ୍କର ମୁଣ୍ଡ ଗୋଲ ହୋଇଯିବ। Manners to Life ଏହି ନାଁରେ ମାହିଙ୍କର ବହି ପ୍ରକାଶିତ ହୋଇଥିଲା ଯ଼େତେବେଳେ ତାଙ୍କୁ ମାତ୍ର 8 ବର୍ଷ ହୋଇଥିଲା। ଜୀବନ ଦର୍ଶନ ଓ ଜୀବନ ଶିକ୍ଷା ଉପରେ ତାଙ୍କର ଲେଖା ପର୍ଯ୍ୟବଶିତ। ଦୁଇ ବର୍ଷ ପରେ ମାହି ଦ୍ବିତୀୟ ପୁସ୍ତକ ଲେଖିଲେ। Learn from Amazing Animals ଏହି ପୁସ୍ତକରେ ସେ ପଶୁମାନଙ୍କ ଠାରୁ ମଣିଶ କଣ ଶିଖିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି

ତବଲୀନ କୌର ଆରୋରା

9 ବର୍ଷରେ ବହି ଲେଖିଲେ କିଛି ଛୋଟ ମୋଟ ଭୁଲ ରହିଯ଼ିବା ସ୍ବାଭାବିକ। ତବଲୀନ କୌର ଏହା ସ୍ବୀକାର କରିଛନ୍ତି । ତେଣୁ 9 ବର୍ଷ ବୟସରେ ଯ଼େତେବେଳେ ସେ ପ୍ରଥମ ପୁସ୍ତକ ଲେଖିଥିଲେ ସେତେବେଳେ ତାଙ୍କ ବାପା ତାକୁ କିଛି ତ୍ରୁଟି ସୁଧାରିଥିଲେ। ଏପରିକି ପ୍ରକାଶକ ମଧ୍ୟ ଏହାକୁ ଗ୍ରହଣ କରିବାକୁ ରାଜି ହେବାକୁ ବହିଟି ସାଧାରଣରେ ଆସିପାରିଲା। ତେବେ ବହିରେ ରହିଛି ଇଚ୍ଛା ଥିଲେ ମଣିଷ କେମିତି ଅସାଧ୍ୟ ସାଧନ କରିପାରିବ ସେମିତି ପ୍ରେରଣା ଦାୟୀ ଲେଖା। Pep Talk ତବଲୀନଙ୍କ ପ୍ରଥମ ପୁସ୍ତକରେ ଅନ୍ତଃମନ କେମିତି ଆମକୁ ନିୟନ୍ତ୍ରଣ କରିଥାଏ ସେ ବିଷୟରେ ରହିଛି ।

ଜରୁରୀ ନୁହେଁ ଯେ ଆପଣଙ୍କ ପୁଅ  ବା ଝିଅ କିଛି ଗୋଟିଏ ବଡ଼ ଲେଖିବ, ବହୁତ ଗୋଟିଏ ମଜାଦାର ଲେଖିବ ଏବଂ ତାକୁ ସମସ୍ତେ ପ୍ରଶଂସା କରିବେ, ସବୁକିଛି ନିର୍ଭୁଲ ରହିବ । ଆମେ ପରାମର୍ଶ ଦେବୁ ପିଲାଙ୍କୁ ପ୍ରେରଣା ଦିଅନ୍ତୁ ସେମାନେ ଛୋଟ ଛୋଟ କାହାଣୀ ନିଜ ମନରୁ ଲେଖନ୍ତୁ। ସେହି ଲେଖାକୁ ଆପଣ ଦେଖନ୍ତୁ, ତାପରେ କେମିତି ଲେଖିଲେ ଭଲ ହେବ ବତେଇ ଦିଅନ୍ତୁ । ଏହାପରେ ସେମାନେ ପୁଣିଥରେ ଲେଖିବେ ।  ଲେଖାକୁ ଫାଇନାଲ କରିବା ପରେ ଡିଜିଟାଇଜ କରିବା ସବୁବେଳେ ଭଲ । ସେହି ଲେଖାକୁ ଆପଣ ପ୍ରକାଶକଙ୍କ ନିକଟକୁ ନିଅନ୍ତୁ। ଆଜିକାଲି ଅନଲାଇନ ପବ୍ଲିସର ମଧ୍ୟ ଉପଲବ୍ଧ ହେଉଛନ୍ତି, ଯ଼େଉଁମାନଙ୍କ ପାଖରେ ପୁସ୍ତକ ପ୍ରକାଶ କରିବାରେ କିଛି ଅସୁବିଧା ହେବନି। ଭାବନ୍ତୁ ତ ଲକଡାଉନରେ ଘରେ ମୋବାଇଲରେ ସମୟ ବିତାଇବା ଅପେକ୍ଷା ଏକ ପୁସ୍ତକ ଲେଖିବା କେତେ ବଢ଼ିଆ ହେବ। ଏହି ଲେଖା ଯଦି ଆପଣଙ୍କୁ ବାସ୍ତବରେ ପ୍ରେରଣା ଦେଇଛି ନିଶ୍ଚୟ ସେୟାର କରନ୍ତୁ। କାରଣ ଏହାଦ୍ବାର ଆମକୁ ବି ଲେଖିବାକୁ ପ୍ରେରଣା ମିଳିବ। କାରଣ ଏହି ଲେଖାଟି ଲେଖିବାକୁ ଆମର କୁନି ଝିଅ ଇଣ୍ଟରନେଟରୁ ସର୍ଚ୍ଚ କରି ଆମ ନିକଟକୁ ଆଣିଥିଲା। ହଁ ଆପଣଙ୍କ ପୁଅ କିମ୍ବା ଝିଅ ଯ଼ଦି ଗପ କିମ୍ବା କବିତା ଲେଖିଛି ତେବେ ଆମ ପାଖକୁ ଟାଇପ କରି ପଠାନ୍ତୁ ଫଟୋ ସହିତ ଆମେ ନିଶ୍ଚୟ ପବ୍ଲିସ କରିବୁ।…..ଆମ ଇମେଲ ତଳେ ଅଛି।

Leave a Reply

Your email address will not be published. Required fields are marked *