କରୋନାରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କ ନିକଟରେ ଦେଖାଯାଉଛି ସେମାନଙ୍କର ବାଳ ଝଡ଼ି ପଡୁଛି । ଜଣେ ଦୁଇ ଜଣଙ୍କ ପାଖରେ ନୁହେଁ ଅଧିକାଂଶଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି। ଯ଼ାହାକୁ ଅଳ୍ପେ ଅଧିକେ ଚିନ୍ତିତ ବି ହେଉଛନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ବାଳ ଝଡ଼ିବା ମାତ୍ରାଧିକ ମଧ୍ୟ ଦେଖାଯାଉଛି, ଯ଼ାହା ସେମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ।
ତେବେ କରୋନାରୁ ସୁସ୍ଥ ହେବା ପରେ ବାଳ ଝଡ଼ିବା ସାଧାରଣ କଥା ବୋଲି ଡାକ୍ତରମାନେ କହୁଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଚାପ ବଢ଼ିଯାଇଥାଏ। ଏସବୁକୁ ଠିକ କରିବା ଲାଗି ଶରୀର ଅଧିକ ଧ୍ୟାନ ଦେଇଥାଏ ଓ ଏହି ସମୟରେ ବାଳକୁ ଯେତିକି ପୁଷ୍ଟି ମିଳିବା କଥା ସେତିକି ମିଳିନଥାଏ। ଫଳ ହୋଇଥାଏ ବାଳ ପତଳା ହୋଇଯାଏ ଏବଂ ଝଡିଥାଏ। ତେବେ କରୋନାରୁ ଧିରେ ଧିରେ ସୁସ୍ଥ ହେବା ସହିତ ସ୍ଥିତିରେ ପରିବର୍ତ୍ତନ ଆସିଥାଏ ଏବଂ ବାଳ ଝଡ଼ିବା କମିଥାଏ।
ଯଦି ଆପଣ ଏମିତି କୌଣସି ଲକ୍ଷଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଆପଣ ଖାଦ୍ୟରେ ଯ଼ତ୍ନ ନିଅନ୍ତୁ।ଯ଼େତେ ପାରୁଛନ୍ତି ପାଣି ପିଅନ୍ତୁ ଏହା ସହିତ ଓମେଗା 3 ଭିଟାମିନ ବି ସି ଯୁକ୍ତ ଖାଦ୍ୟ ଖାଆନ୍ତୁ। ସେହିପରି ମାଛ , ଅଣ୍ଡା କ୍ଷିର ଜାତୀୟ ଖାଦ୍ୟରୁ ମଧ୍ୟ ଆବଶ୍ୟକ ଭିଟାମିନ ମିଳିଥାଏ।ତେଣୁ ଏସବୁ ବାଳ ଝଡ଼ିବା ରୋକିପାରେ। ଖାଦ୍ୟରେ ପାଳଙ୍ଗ ଶାଗର ମାତ୍ରା ମଧ୍ୟ ବଢ଼ାଇବା ଦରକାର। କୋଭିଡରୁ ସୁସ୍ଥ ହେବା ପରେ ଯ଼େମିତି ଆପଣ ଲାଇଫ ଷ୍ଟାଇଲକୁ ଅତି ସରଳ ରଖିପାରିବେ ଏବଂ ଅଧିକ ଚିନ୍ତାମୁକ୍ତ ରହିବେ ଓ ବିଶ୍ରାମ ନେଇପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ। ତେବେ ଲାଇକ କିମ୍ବା ସେୟାର କରି ଅନ୍ୟଙ୍କୁ ଜଣାନ୍ତୁ।