ମହିଳାଙ୍କ ଛୋଟ ଡ୍ରେସ ଉପରେ ଇମ୍ରାନଙ୍କ ନଜରିୟା, ପୁଣି ବିବାଦରେ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନାରୀ ବା ମହିଳାମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିବାରେ ଲାଗିଛି । ବିରୋଧୀଦଳ ନେତା ତଥା ସାମ୍ବାଦିକମାନେ ତାଙ୍କର ଏହି ଭାବନାରେ କ୍ରୋଧ ଏବଂ ଘୃଣା ପ୍ରକାଶ କରିଛନ୍ତି ପାକିସ୍ତାନ ସୀମା ଡେଇଁ ଅନ୍ୟ ଦେଶରେ ବି ପ୍ରତିକ୍ରିୟା ସୃଷ୍ଟି କଲାଣି । ଦେଶରେ ବଢୁଥିବା ଯୌନ ଉତ୍ପୀଡ଼ନ ମାମଲାକୁ ଦେଖି ଇମ୍ରାନ ଏମିତି କିଛି କହିଛନ୍ତି ଯାହା ପ୍ରତିକ୍ରିୟା ସୃଷ୍ଟି କରିଛି । ଜଣେ ପ୍ରଧାନମନ୍ତ୍ରୀ ହିସାବରେ ଇମ୍ରାନଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ କହି ବିରୋଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଇମ୍ରାନଙ୍କୁ ଘେରିଛନ୍ତି।

ଇମ୍ରାନ୍ ଖାନ୍ ‘ HBO’ କୁ ଦେଇଥିବା ଏକ ସାକ୍ଷାତକାରରେ ବଢୁଥିବା ଯ଼ୌନ ବ୍ୟଭିଚାର ମାମଲା ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯ଼େଉଁଥିରେ ସେ ପରୋକ୍ଷରେ ପୀଡ଼ିତାକୁ ମଧ୍ୟ ଦୋଷ ଦେଇଛନ୍ତି । ସେ  ମଧ୍ୟ କହିଛନ୍ତି ଯେ “ଏହା ସାଂସ୍କୃତିକ ସାମ୍ରାଜ୍ୟବାଦ। ଆମ ସଂସ୍କୃତିରେ ଯାହା ଗ୍ରହଣୀୟ ତାହା ଅନ୍ୟ ସବୁ ସ୍ଥାନରେ ଗ୍ରହଣୀୟ ହେବା ଆବଶ୍ୟକ। ।” ଏବେ ଇମ୍ରାନ ବାସ୍ତବରେ କଣ କହିଛନ୍ତି ତଳେ ଦେଇଥିବା ଭିଡିଓ ଦେଖିଦିଅନ୍ତୁ ଜାଣିପାରିବେ।  

ମହିଳାମାନେ ଯଦି ଠିକ୍ ପୋଷାକ ପିନ୍ଧନ୍ତେ ତାହେଲେ ଯୌନ ଉତ୍ପୀଡ଼ନ ଭଳି ଘଟଣା ଘଟନ୍ତା ନାହିଁ। ଛୋଟ ପୋଷାକ ପୁରୁଷମାନଙ୍କୁ ପ୍ରଲୋଭିତ କରୁଛି ସେମାନେ ରୋବଟ ନୁହନ୍ତି ବୋଲି କହିଥିଲେ ଇମ୍ରାନ ।ଏହି ସାକ୍ଷାତକାରରେ ଇମ୍ରାନ ଖାନ ଦେଇଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି, ବିରୋଧୀଦଳ ନେତା ତଥା ସାମ୍ବାଦିକମାନେ ଏଭଳି ଭାବନାରେ କ୍ରୋଧ ଏବଂ ଘୃଣା ପ୍ରକାଶ କରିଛନ୍ତି। ତେବେ ଇମ୍ରାନଙ୍କ ମନ୍ତବ୍ୟରେ ଶାସକ ଦଳର ସହଯ଼ୋଗୀମାନେ ସଫେଇ ଦେଇଛନ୍ତି। ଇମ୍ରାନ ମହିଳାମାନଙ୍କ ଦୁପଟ୍ଟାକୁ ନେଇ କହିଛନ୍ତି ବୋଲି ସେମାନେ ସଫେଇ ଦେଇଥିବା ବେଳେ ବିରୋଧୀ କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି ।  ଅନ୍ତର୍ଜାତୀୟ ଜୁରିଷ୍ଟ କମିଶନଙ୍କ ସହ ଆଇନ ପରାମର୍ଶଦାତା ରେମା ଓମେର  ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯୌନ ହିଂସା ମାମଲାରେ ପୀଡିତାଙ୍କୁ ଦୋଷ ଦେଇ ଇମ୍ରାନ ତାଙ୍କର ପୁରୁଣା ଆଭିମୁଖ୍ୟକୁ ଦୋହରାଇଛନ୍ତି, ଇମ୍ରାନ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ସେ ଲେଖିଛନ୍ତି ।

 ଏକ ରିପୋର୍ଟ ଅନୁସାରେ ନଭେମ୍ବର 2020 ରେ ପାକିସ୍ତାନରେ ପ୍ରତିଦିନ 11 ଟି ବଳାତ୍କାର ଘଟଣା ରିପୋର୍ଟ ହୋଇଥିବାବେଳେ ଗତ ଛଅ ବର୍ଷ ମଧ୍ୟରେ 22,000 ରୁ ଅଧିକ ମାମଲା ରିପୋର୍ଟ ହୋଇଛି। ତେବେ ଏହି ଅପରାଧର ଦୋଷୀ ସାବ୍ୟସ୍ତ ହାର ମାତ୍ର 0.03 ପ୍ରତିଶତ, କାରଣ ସେ ପର୍ଯ୍ୟନ୍ତ କେବଳ 77 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯୌନ ଉତ୍ପୀଡ଼ନକୁ ନେଇ ପାକିସ୍ତାନରେ ଅସନ୍ତୋଷ ଲାଗି ରହିଛି ଏବଂ ଲୋକେ ଏଥିପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି।   ଏପ୍ରିଲ୍ ମାସରେ, ଲାଇଭ୍ ଟେଲିଭିଜନ ସାକ୍ଷାତକାରରେ ପାକିସ୍ତାନରେ ଯୌନ ହିଂସା ମାମଲା ବୃଦ୍ଧି ହେତୁ ଖାନ “ଅଶ୍ଳୀଳତା” କୁ ଦାୟୀ କରିଥିଲେ ଏବଂ ପ୍ରଲୋଭନକୁ ରୋକିବା ପାଇଁ ମହିଳାମାନଙ୍କୁ ଘୋଡାଇ ହୋଇ ରହିବାକୁ ପରାମର୍ଶ ଦେଇଥିଲେ।  ଯାହାକୁ ନେଇ ସେତେବେଳେ ତାଙ୍କଠାରୁ କ୍ଷମା ମାଗିବାକୁ ଶହ ଶହ ଲୋକ ଏକତ୍ର ହୋଇ ରାସ୍ତାକୁ ଓହ୍ଲାଇଥିଲେ । ଇସଲାମାବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଖାନଙ୍କୁ ସମାଲୋଚନା କରିଥିଲେ ପରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ଇମ୍ରାନ। ଏବେ ପୁଣି ମହିଳାଙ୍କ ଉଦ୍ଦେଶ୍ୟରେ ନିଜର ମନ୍ତବ୍ୟ ପାଇଁ ବିବାଦୀୟ ହୋଇପଡ଼ିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ। ତେବେ ଇମ୍ରାନଙ୍କ ମନ୍ତବ୍ୟରେ ଆପଣଙ୍କ ମତ କଣ   ଲେଖନ୍ତୁ ।

Leave a Reply

Your email address will not be published. Required fields are marked *