ଅମିତାଭ ବଚନଙ୍କ ସିରିଜ୍ ପୋଷ୍ଟ ଆପଣଙ୍କୁ ଭାବ ବିହ୍ବଳ କରିଦେବ

ବଲିଉଡ ଆଇକନ୍ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ଥାନ୍ତି | ଏପରିକି ତାଙ୍କ ଫ୍ୟାନମାନେ ଅପେକ୍ଷା କରି ରହିଥାନ୍ତି ସିନିୟର ବଚନ କେତେବେଳେ କଣ ସେୟାର କରିବେ | ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ବିଭିନ୍ନ ପୋଷ୍ଟରେ ସେ ପ୍ରଶଂସକମାନଙ୍କୁ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ନିଜର ପରବର୍ତ୍ତୀ କୋ ଷ୍ଟାରଙ୍କ ସହ ପରିଚିତ କରାଇଥିଲେ, ଯୋଗର ଉପକାରିତା ବିଷୟରେ ଏକ ଚିନ୍ତାଧାରା ବାଣ୍ଟିଥିଲେ, ବିଶ୍ୱ ସଙ୍ଗୀତ ଦିବସକୁ ସ୍ମରଣ କରାଇଥିଲେ |
ଏବେ ନିଜର ଏକ ସ୍ମୃତି ସେ ବାଣ୍ଟିଛନ୍ତି ଯାହାକୁ ଦେଖିଲେ ଆପଣ ବି ଘଡ଼ିଏ ଇମୋସନାଲ ହୋଇଯିବେ| ଏକ ଥ୍ରୋବ୍ୟାକ୍ ଫଟୋଗ୍ରାଫ୍ କୁ ସେୟାର କରିଛନ୍ତି ବିଗ୍ ବି |  ପିତା… କବି ହରିବଂଶ ରାୟ ବଚ୍ଚନଙ୍କ ସ୍ମୃତିରେ ସେହି ଏହି ପୋଷ୍ଟଟି ଛାଡ଼ିଛନ୍ତି | ଏହି ଲେଖାଟିର ଶେଷ ପର୍ଯ୍ୟନ୍ତ ରୁହନ୍ତୁ ଆପଣ ତାଙ୍କ ଲେଖାର ଅସଲ ମରମଟି ବୁଝି ପାରିବେ କିନ୍ତୁ ତା ପୂର୍ବରୁ ସେ କଣ ପୋଷ୍ଟ କରିଥିଲେ ଲେଖିଦେଉଛୁ ଯ଼ାହାକି ଗୋଟିକ ସହିତ ଅନ୍ୟଟି ଗୁନ୍ଥି ହୋଇଛି |

ଏହି ପୋଷ୍ଟର ପ୍ରାୟ ଏକ ଘଣ୍ଟା ପୂର୍ବରୁ ବଚ୍ଚନ ସୋମବାର ପାଳନ କରାଯାଉଥିବା ବିଶ୍ୱ ସଙ୍ଗୀତ ଦିବସରେ ଏକ ନୋଟ୍ ସେୟାର କରିଥିଲେ। ସେ ରେକର୍ଡିଂ ଗିଅର ପିନ୍ଧି ଏକ ଷ୍ଟୁଡିଓରେ ଏହି ଚିତ୍ର ଅପଲୋଡ୍ କରିଥିଲେ | “ଏବଂ ସଙ୍ଗୀତ .. ତୁମ ମନର ସର୍ବୋତ୍ତମ ବନ୍ଧୁ ..” ଛବି ସହିତ ସେ ଲେଖିଥିଲେ |ସୋମବାର ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ଥିଲା ଏବଂ ବିଗ୍ ବି ଯୋଗ ଅଭ୍ୟାସ କରୁଥିବା ଏକ ଚିତ୍ର ପୋଷ୍ଟ କରି ଏହି ଉତ୍ସବକୁ ପାଳନ କରିଥିଲା ​​| “… ଏବଂ ଯୋଗ .. ତୁମର ଶରୀରର ସର୍ବୋତ୍ତମ ବନ୍ଧୁ ..” ଏହା ବି ସେ ଛବି ସହିତ ଲେଖିଥିଲେ | ଏହାପୂର୍ବରୁ ସକାଳେ ଭେଟେରାନ୍ ଅଭିନେତା ଏକ କୁକୁର ସହିତ ଏକ ଚିତ୍ର ଅପଲୋଡ୍ କରି ଏହାର କ୍ୟାପସନ୍ ଲେଖିଥିଲେ: “ମୋର କୋ ଷ୍ଟାର କାମରେ ଅଛନ୍ତି। ଯେତେବେଳେ ସେ ସେଟ୍ କରନ୍ତି ସେତେବେଳେ ସମଗ୍ର ପରିବେଶ ବଦଳିଯାଏ .. ସେଥିପାଇଁ ସେମାନେ ପୁରୁଷ-ସ୍ତ୍ରୀର ସର୍ବୋତ୍ତମ ବନ୍ଧୁ ଅଟନ୍ତି |”

ଫେରିବା ତାଙ୍କର ମୂଳ ଟ୍ବିଟକୁ ଏଥିରେ ସେ କଣ ଲେଖିଛନ୍ତି|

“ପିତା ..” ସେ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ନିଜ ପୋଷ୍ଟରେ ଏକ କଳା ଏବଂ ଧଳା ଚିତ୍ର ସହିତ ଲେଖିଛନ୍ତି, ଯେଉଁଥିରେ ଏହି ଭେଟେରାନ୍ ଅଭିନେତା ତାଙ୍କ ପିତାଙ୍କୁ ଆଲିଙ୍ଗନ କରିବାର ଦେଖାଯ଼ାଉଛି  | ଦୀର୍ଘ ବର୍ଷ ତଳର ଏକ ଭାବପ୍ରବଣ ମୁହୂର୍ତ୍ତକୁ ଏହି ଚିତ୍ରଟି ଦର୍ଶାଉଛି |

ତେବେ ଆପଣ ନିଶ୍ଚୟ ଭାବୁଥିବେ ଏହା ଆପଣଙ୍କ ଭାବନାର ଅନ୍ଦର ମହଲକୁ ସ୍ପର୍ଶ କଲାନି| ସିନିୟର ବଚନ ତାଙ୍କର ଏହି ପୋଷ୍ଟରେ ଏକ ୟୁଟ୍ୟୁବ ଲିଙ୍କ ଦେଇଛନ୍ତି | ଯାହା ତଳେ ଆମେ ଦେଇଛୁ| ଆପଣ  ମାତ୍ର 1 ମିନିଟର ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାଙ୍କ ଲେଖାର ଅସଲ ମରମ ନିଶ୍ଚୟ ବୁଝିପାରିବେ|  

ନିଶ୍ଚୟ ଆପଣ କିଛି ସମୟ ପାଇଁ ଭାବ ପ୍ରବଣ ହୋଇଯାଇଥିବେ| ଆଶା କରୁଛୁ ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ| ଯ଼ଦି ଭଲ ଲାଗିଛି ତେବେ ଲାଇକ କିମ୍ବା କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଦିଅନ୍ତୁ| ଯ଼ଦି ବହୁତ ଭଲ ଲାଗିଲା ତେବେ ନିଶ୍ଚୟ ସେୟାର କରନ୍ତୁ| 

 

Leave a Reply

Your email address will not be published. Required fields are marked *