ତପୁ ମିଶ୍ରଙ୍କୁ ବି ନେଇଗଲା କରୋନା, ଓଲିଉଡ଼କୁ ଶକ୍ତ ଧକ୍କା

ପ୍ରଖ୍ୟାତ ଓଲିଉଡ଼ ଗାୟିକା ତପୁ ମିଶ୍ରଙ୍କୁ ବି ନେଇଗଲା କରୋନା । କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହୋଇଯାଇଥିଲା। ଏପରିକି ତାଙ୍କୁ ଇକମୋ ଚିକିତ୍ସା ପାଇଁ ରାଜ୍ୟବାହାରକୁ ନେବା ଲାଗି ମଧ୍ୟ ଚିନ୍ତା କରାଯାଉଥିଲା। ଭେଣ୍ଟିଲେଟର ସପୋର୍ଟରେ ଥିବା ତପୁ ମିଶ୍ର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ତଳେ ତପୁ ମିଶ୍ରଙ୍କର ବାପାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା।           

  ମେ 10 ତାରିଖରେ  ତପୁ ମିଶ୍ରଙ୍କର ବାପାଙ୍କର ମୃତ୍ୟୁ ପରେ ତପୁ ମିଶ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ଯାଇଥିଲା ସେ ହୋମ ଆଇସୋଲେସନରେ ରହିବା ପରେ ତାଙ୍କ ଅବସ୍ଥା ଧିରେ ଧିରେ ବିଗିଡ଼ି ଯାଇଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯ଼ାଇଥିଲା।  ତାଙ୍କର ଅକ୍ସିଜେନ ଲେଭଲ ଆହୁରି କମିବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ଧିରେ ଧିରେ ସଂଙ୍କଟାପନ୍ନ ହୋଇଯାଇଥିଲା।  ତାଙ୍କୁ ଇକମୋ ଚିକିତ୍ସା ପାଇଁ ରାଜ୍ୟବାହାରକୁ ନେବା ଲାଗି ଚିନ୍ତା କରାଯାଉଥିଲେ ମଧ୍ୟ ସ୍ଥିତି ସଙ୍କଟାପନ୍ନ ଥିବାରୁ ତାହା ସମ୍ଭବପର ହୋଇପାରିନଥିଲା।  ଶନିବାର ରାତି 11ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ 36 ବର୍ଷ ହୋଇଥିଲା।  

ଓଲିଉଡ଼ରେ ଇରା ମହାନ୍ତିଙ୍କ ସହିତ ତପୁ ମିଶ୍ର ଏକ ଭିନ୍ନ ଧାରା ତିଆରି କରିଥିଲେ। ଶତାଧିକ ଗୀତରେ କଣ୍ଠ ଦେଇ ସେ ସାରା ଓଡ଼ିଶାରେ ଘରେ ଘରେ ଲୋକପ୍ରିୟ ଥିଲେ। ଏମିତିକି କୁହାଯାଏ ତପୁମିଶ୍ର ଯେଉଁ ଗୀତ ଗାଇ ଦିଅନ୍ତି ତାହା ହିଟ୍ ହୋଇଯାଏ। 16 ବର୍ଷ ବୟସରେ ସେ  ଓଲିଉଡ଼ରେ ପାଦଦେଇ ଶତାଧିକ ଓଡ଼ିଆ ବଙ୍ଗଳା, ଭଜନ ଓ ରୋମାଣ୍ଟିକ ଆଲବମରେ କଣ୍ଠଦାନ କରିଥିଲେ ।  

ଗତ କିଛି ଦିନରେ ଅମରେନ୍ଦ୍ର ମହାନ୍ତି, ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ଓଲିଉଡ଼କୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ତପୁ ମିଶ୍ରଙ୍କ ଦେହାନ୍ତ ଶକ୍ତ ଆଘାତ ଦେଇଛି।  ଓଲିଉଡ଼ ଅଭିନେତା ସାଂସଦ ଅନୁଭବ ମହାନ୍ତି, ଶବ୍ୟଶାଚୀ ମିଶ୍ର, ପାର୍ଥ ରାୟ, ପ୍ରୀତିରାଜ, ଅର୍ଚ୍ଚିତା, ଅନୁ ଚୌଧୁରୀ ସଂଗୀତ ନିର୍ଦ୍ଦେଶକ ଗୁଡଲୀ ରଥ ପ୍ରମୁଖ ଏଥିରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । 

https://www.youtube.com/watch?v=NsEbmn4YQUI

Leave a Reply

Your email address will not be published. Required fields are marked *