ଚର୍ମରେ କୁଞ୍ଚନ ସୃଷ୍ଟି କରେ ଏହି ସବୁ ଜିନିଷ

ଭୁବନେଶ୍ୱର, ୨/୮ : ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ ।

ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ ଚର୍ମ ପାଇଁ ଧିମା ଜହର ଭାବେ କାର୍ଯ୍ୟ କରେ । ଏହାର ସିଧା ପ୍ରଭାବ ଆମ ଚର୍ମ ଉପରେ ପଡେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆମ ଚର୍ମ ପାଇଁ ବିପଦ ସୃଷ୍ଟି କରେ ।

କୋଲଡ ଡ୍ରିଙ୍କସରେ କ୍ୟାନସର : ଥଣ୍ଡା ପାନୀୟରେ ଥିବା ମିଠାକୁ ବିପଜ୍ଜନକ…

ତୈଳାକ୍ତ ଖାଦ୍ୟ: ପାଟିକୁ ମସଲା ଯୁକ୍ତ ତଥା ତୈଳାକ୍ତ ଖାଦ୍ୟ ସୁଆଦିଆ ଲାଗିଲେ ବି ଚର୍ମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । କେବେ କେବେ ଖାଇଦେଲେ ତାହା ଯଦିଓ ଚଳନୀୟ କିନ୍ତୁ ଅଧିକାଂଶ ସମୟରେ ତେଲ ଯୁକ୍ତ ଖାଦ୍ୟକୁ ନିଜ ଖାଦ୍ୟ ସାରଣୀରେ ମିଶାଇଲେ ଏହା ଚର୍ମରେ ଫାଇନ ଲାଇନ୍ସ ଓ ରିଙ୍କିଲ୍ସ ସୃଷ୍ଟି କରେ ।

ଚିନି: ଚିନିକୁ ଧଳା ଜହର ଆମ ଶରୀର ଉପରେ ବିଷ ଭାବେ କାର୍ଯ୍ୟ କରେ । ଅଧିକ ଚିନି ଗ୍ରହଣ ଦ୍ୱାରା ଧିରେ ଧିରେ ଚେହେରାର ଚମକ କମିଯାଏ ଓ ଶୁଷ୍କ ହୋଇ ଏଥିରେ ଫାଇନଲାଇନ୍ସ ଦେଖାଯାଏ । ତେଣୁ ଯଥାସମ୍ଭବ ଏହି ଧଳା ଜହରରୁ ବଞ୍ଚି ରୁହନ୍ତୁ ।

ଚେହେରାର ଚମକ ବଢାଇବାକୁ ଚାହୁଁଥିଲେ ନିଜ ଦୈନନ୍ଦିନ ଖାଦ୍ୟରେ ସିଝା ଖାଦ୍ୟ ଏବଂ ଖୁବ କମ୍ ତେଲ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏହାସହ ଅଢେଇରୁ ୩ ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *