କେଶ ଉପୁଡୁଥିଲେ ଏସବୁ କଥା ନିହାତି ଜାଣିବା ଦରକାର

ବର୍ତ୍ତମାନ ସମୟରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ କେଶ ଝଡ଼ିବା କିମ୍ବା ପତଳା ହେବା ଏକ ସାଧାରଣ ସମସ୍ୟା ହେଲାଣି। ଏପରିକି ବାୟୁ ଏବଂ ଜଳ ପ୍ରଦୂଷଣ ପାଇଁ ଏହା ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବାରେ ଲାଗିଲାଣି। କାହାର ଅଧିକ ହେଉଥିବ କାହାର କମ୍, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ସହିତ ଯ଼ୁଦ୍ଧ କରୁଛନ୍ତି। ଏପରିକି ବୟସ ବଢ଼ିବା ସହିତ ଏହି ସମସ୍ୟା ଅଧିକ ଜଟିଳ ହେବାରେ ଲାଗୁଛୁ। ତେବେ ଏସବୁ ସମସ୍ୟାର ନିରାକରଣ ନେଇ ଯଦି ଆପଣ ପ୍ରାଥମିକ ଅବସ୍ଥାରୁ ସଚେତନ ହେବେ ଆପଣ କେଶ ଉପୁଡ଼ିବା କିମ୍ବା ପତଳା ହେବା ସମସ୍ୟାରୁ ଅଳ୍ପାଧିକେ ରକ୍ଷା ପାଇଯାଇପାରନ୍ତି। ଏଥିପାଇଁ ବିଶେଷଜ୍ଞମାନେ କିଛି ଟିପ୍ସ ମଧ୍ୟ ଦେଇଛନ୍ତି। ସେ ସବୁ ଟିପସକୁ ବିଶ୍ଳେଷଣ କରିବା ପୂର୍ବରୁ ଆପଣ ଏହି ଲିଙ୍କକୁ ଦେଖିନିଅନ୍ତୁ। ଚର୍ମରୋଗ ବିଶେଷଜ୍ଞ ଡକ୍ଟର ସୁ ଏନେଇ ଇନଷ୍ଟାଗ୍ରାମରେ କଣ ପୋଷ୍ଟ କରିଛନ୍ତି ଦେଖନ୍ତୁ।

 

 

View this post on Instagram

 

A post shared by Dr.Su 👩‍⚕️ (@drsu.official)

 

1 ନିଦ୍ରା ପରିମାଣ ଯ଼ଥେଷ୍ଟ ହେବା ଉଚିତ। ବର୍ତ୍ତମାନର ଲାଇଫ ଷ୍ଟାଇଲରେ ଡେରି ରାତି ପର୍ଯ୍ୟନ୍ତ ଚାହିଁ ରହିବା କିମ୍ବା ମଦ ପିଇବା ପାର୍ଟିରେ ମସଗୁଲ ରହିବା ସାଧାରଣ କଥା ହେଲାଣି। ଜାଣି ରଖନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଯେତିକି ହାନିକାରକ ସେତିକି ଆପଣଙ୍କ କେଶ ଉପୁଡିବାର କାରଣ ବି ହୋଇପାରେ।   

2 ମାନସିକ ଅବସାଦ କେଶ ଉପୁଡିବା କିମ୍ବା ପତଳା ହେବାର ଏକ କାରଣ। ଆପଣ ଏଥିରୁ ଦୂରେଇ ରହିବା ପାଇଁ ବ୍ୟାୟାମକୁ ଆପଣାନ୍ତୁ। ସବୁଦିନେ କିଛି ନା କିଛି ସମୟ ପାଇଁ ବ୍ୟାୟାମ କରନ୍ତୁ।

3 ମଲଟି ଭିଟାମିନ ଆପଣଙ୍କ ଶରୀରର ଅନେକ କିଛି ଅଭାବକୁ ସନ୍ତୁଳନ କରିଥାଏ। ବିଶେଷ କରି କେଶ ଆଇରନ, ଫଲିକ ଏସିଡ ଜିଙ୍କ ପରି ଉପାଦାନ ଆବଶ୍ୟକ କରିଥାଏ। ତେଣୁ ଯଦି ଏସବୁ ଶରୀରରେ ଅଭାବ ରହୁଥିବ ତେବେ କେଶ ପତଳା ହେଉଥିବ। ଫଲିକ ଏସିଡ ଶରୀରର କୋଷ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାର ସନ୍ତୁଳନ ନିହାତି ଆବଶ୍ୟକ।

4 ବାୟୋଟିନ ସାଧାରଣ ନଟ୍ ସରୁ ମିଳିଥାଏ। ତେଣୁ ନିଜର ଡାଏଟ ପ୍ରତି ସତର୍କ ରୁହନ୍ତୁ

5 ମିନୋକ୍ସିଡିଲିନ କେଶରେ ଲଗାଇବା ଦ୍ବାରା ଆପଣ କେଶ ପତଳା ହେବାରୁ ରକ୍ଷା ପାଇପାରିବେ ବୋଲି ବିଶେଷଜ୍ଞମାନେ କୁହନ୍ତି

6 ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଲା ଆପଣ ଦିନକୁ କେତେ ଗ୍ଲାସ ପାଣି ପିଉଛନ୍ତି। କୋଷର ଜଳୀୟ ଅଂଶ ସନ୍ତୁଳିତ ରହିଲେ ଏହା କେଶର ଜଳୀୟ ଅଂଶକୁ ମଧ୍ୟ ପ୍ରଭାବିତ କରିଥାଏ । ଫଳରେ କେଶ ଦୁର୍ବଳ ହୋଇନଥାଏ।

ଆଶା କରୁଛୁ ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ତେବେ ଲାଇକ ଓ ସେୟାର କଲେ ଖୁବ ଭଲ।

 

Leave a Reply

Your email address will not be published. Required fields are marked *