ଦ୍ରାବିଡ କୋଚ, ରୋହିତ ଅଧିନାୟକ, ଖେଳ ଜମିବ ?

ହିଟମ୍ୟାନ ରୋହିତ ଶର୍ମା ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ ପାଇଁ ଭାରତୀୟ ଦଳର ଅଧିନାୟକ ହେଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଆଜି ଘୋଷଣା କରାଯାଇଛି । ଯେଉଁଥିରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଭାର ଦିଆଯାଇଛି । ପୂର୍ବରୁ ଟି ଟ୍ବେଣ୍ଟି ଫର୍ମାଟ ପାଇଁ ବିରାଟ କୋହଲି ଅଧିନାୟକ ପଦ ଛାଡିବା ଲାଗି ଘୋଷଣା କରିଥିଲେ ।  ତେଣୁ ବିରାଟଙ୍କ ପରେ କିଏ ହେବେ ଟି ୨୦ ଫର୍ମାଟର କ୍ୟାପଟେନ୍‌ ସେ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ଶେଷରେ ବିସିସିଆଇ ଚୟନ କମିଟିରୋହିତ ଶର୍ମାଙ୍କୁ ଟି ଟ୍ବେଣ୍ଟି ପାଇଁ ଅଧିନାୟକ କରିବା ଲାଗି ନିଷ୍ପତ୍ତି ନେଇଛି।

ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ

ଏହି ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ଟିଟ୍ବେଣ୍ଟି ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କ୍ରିକେଟ ପ୍ରେମି ଏକ ପ୍ରକାରର ବିରାଟ କୋହଲିଙ୍କ ଉପରେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ। ସେପଟେ ବିରାଟ ଅଧିନାୟକ ପଦ ଛାଡ଼ିବେ ବୋଲି ପୂର୍ବରୁ ଘୋଷଣା କରିସାରିଥିଲେ। ତେଣୁ  ବିରାଟ କୋହଲିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯ଼ାଇଛି। ବିରାଟ କୋହଲିଙ୍କ ସହିତ ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ 16 ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷିତ ହୋଇଛି। ଭାରତୀୟ ଦଳ ହେଲା : ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଭାଇସ-କ୍ୟାପଟେନ୍), ଋତୁରାଜ ଗାୟକୱାଡ, ଶ୍ରେୟସ୍ ଆୟର୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ୍ କିଶାନ୍ (ୱିକେଟ୍ କିପର), ଭେଙ୍କ

ଟେଶ ଆୟର, ୟୁଜଭେନ୍ଦ୍ର ଚହଲ, ଆର ଅଶ୍ୱିନ, ଅକ୍ଷର ପଟେଲ , ଆବେଶ ଖାନ, ଭୂବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ।

ବଡ଼ କଥା ହେଉଛି ରବି ଶାସ୍ତ୍ରୀ ମଧ୍ୟ କୋଚ ପଦରୁ ବିଦାୟ ନେବା ପରେ ରାହୁଲ ଦ୍ରାବିଡ କୋଚ ଭାର ସମ୍ଭାଳିଛନ୍ତି। ତେଣୁ ଏକ ନୂଆ କମ୍ବିନେସନରେ ଭାରତୀୟ ଦଳ ତାର ଅଭିଯାନ ଆରମ୍ଭ କରିବ। କୋଚ୍ ଭାବେ ଶୃଙ୍ଖଳାକୁ ବେଶୀ ଗୁରୁତ୍ବ ଦେଉଥିବା ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳକୁ ଏକ ଶୃଙ୍ଖଳିତ ଢଙ୍ଗରେ ପୁଣି ପଡ଼ିଆକୁ ଛାଡ଼ିବେ ଯେମିତିକି ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯିବ।

ନଭେମ୍ବର 17ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିଟ୍ବେଣ୍ଟି ସିରିଜ ଜୟପୁରରୁ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *