ମନୀଷା କୋଇରାଲାଙ୍କ ମନ୍ତ୍ର- ସେୟାର କଲେ ଫଟୋ

ଅଭିନେତ୍ରୀ ମନୀଷା କୋଇରାଲାଙ୍କର ଫିଲ୍ମ ଦୁନିଆରେ ଏକ ନିଆରା ପରିଚୟ ରହିଛି। ଫିଲ୍ମ ସୌଦାଗର ଠାରୁ ଆରମ୍ଭ କରି ଅଗ୍ନିସାକ୍ଷୀ, ବମ୍ବେ, 1942 ଏ ଲଭଷ୍ଟୋରୀ, ଅକେଲେ ହମ ଅକେଲେ ତୁମ୍, ଏକ ଛୋଟିସୀ ଲଭ ଷ୍ଟୋରି ଏମିତି ଅନେକ ଅଭୁଲା ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ନିଆରା ଛାପ ଛାଡ଼ିଛନ୍ତି ଏହି ଅଭିନେତ୍ରୀ। ତେବେ ମନୀଷାଙ୍କର ବର୍ତ୍ତମାନର ପରିଚୟ ହେଉଛନ୍ତି ସେ ଜଣେ କ୍ୟାନସର ସର୍ଭାଇଭର। କ୍ୟାନସରକୁ ଜିଣି ସେ ତାଙ୍କର ଅଦମ୍ୟ ସାହସର ପଚିଚୟ ଦେଇଛନ୍ତି। ଏବେ ଇନଷ୍ଟାଗ୍ରାମରେ ସେ ଏକ ଫଟୋ ସେୟାର କରି ନିଜର କିଛି ଏମିତି ଅଭିଜ୍ଞତା ବଖାଣିଛନ୍ତି ଜାହାକୁ ପଢ଼ିଲେ ଜଣେ ସାହସ ବାନ୍ଧିବ ଏବଂ ନିଜେ ମଧ୍ୟ ଜୀବନ ଯୁଦ୍ଧରେ ଜିତିବାର କଳା ଶିଖିପାରିବ।

 

View this post on Instagram

 

A post shared by Manisha Koirala (@m_koirala)

ସେ ଲେଖିଛନ୍ତି ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ଯେଉଁମାନେ କ୍ୟନସର ସହିତ ଲଢ଼େଇ କରୁଛନ୍ତି। ସେମାନଙ୍କୁ ଅନେକ ସ୍ନେହ ଏବଂ ଏହି ଯୁଦ୍ଧରେ ଜିତିବାର କାମନା କରୁଛି। ମୁଁ ଜାଣେ ଏ ଯାତ୍ରା ଖୁବ କଠିନ କିନ୍ତୁ ତୁମେ ତାଠାରୁ ବି କଠିନ ହୋଇ ଏହି ଯୁଦ୍ଧକୁ ଜିତିବ। ଏହି ପୋଷ୍ଟରେ ମନୀଷାଙ୍କର ସେତେବେଳର ଫଟୋ ରହିଛି ଯେତେବେଳେ ସେ କ୍ୟାନସରରେ ଚିକିତ୍ସିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Leave a Reply

Your email address will not be published. Required fields are marked *