ସ୍ବାମୀଙ୍କ ସ୍ବପ୍ନ ପୂରଣ କରିବାକୁ ଯାଇ ସେନାରେ ଭର୍ତ୍ତି ହେଲେ ମହିଳା, ଟ୍ରେନିଂ ସମୟରେ ନିଜ ଶିଶୁ ଠାରୁ ରହିଲେ ୧୧ ମାସ ଦୂରରେ…

ନୂଆଦିଲ୍ଲୀ, ୦୫/୧୧ : ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ସ୍ବାମୀଙ୍କ ସ୍ବପ୍ନ ପୂରଣ କରିବାକୁ ଯାଇ ସେନାରେ ଭର୍ତ୍ତି ହୋଇଛନ୍ତି ମହିଳା। ସ୍ବାମୀ ଶହୀଦ ହେବା ପରେ ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଛନ୍ତି ଏହି ମହିଳା ଜଣଙ୍କ। ତେବେ ତାଙ୍କର ଏହି ଯାତ୍ରା ଥିଲା ଖୁବ୍ କଠିନ। ଏଥିପାଇଁ ସେ ନିଜ ସନ୍ତାନ ଠାରୁ ୧୧ ମାସ ଦୂରରେ ଥିଲେ। ଦୃଢ଼ ମନୋବଳ ଯୋଗୁଁ ଆଜି ସେ ହୋଇପାରିଛନ୍ତି ସେନାରେ ଲେପ୍ଟନାଣ୍ଟ। ତେବେ ଜାଣନ୍ତୁ ଏହି ସାହାସୀ ମହିଳାଙ୍କ ବିଷୟରେ।

ଭାରତୀୟ ସେନାର ମହିଳା ଅଫିସର ରିଗଜିନ ଶୋରୋଲ ସେନାରେ ସାମିଲ ହେବା ପାଇଁ କରିଛନ୍ତି କଠିନ ପରିଶ୍ରମ।ବୀପରିତ ପରିସ୍ଥିତିରେ ମୁକାବିଲା କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ରିଗଜିନ ଶୋରଲଙ୍କ ସ୍ବାମୀ ହେଉଛନ୍ତି ରିଗଜିନ ଖଣ୍ଡପା। ସେ ଲଦ୍ଦାଖର ସ୍କାଉଟସ୍ ଜେଡାଙ୍ଗ ସୁଂପା ବାଟାଲିୟନରେ ରାଇଫଲ ମ୍ୟାନ ପଦବୀରେ ନିୟୋଜିତ ଥିଲେ। ଡ୍ୟୁଟି କରିବା ସମୟରେ ସେ ଶହୀଦ ହୋଇଯାଇଥିଲେ। ଖଣ୍ଡପା ଶହୀଦ ହେବା ପରେ ଶୋରୋଲଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା।

ସ୍ବାମୀଙ୍କ ପରଲୋକ ସମୟରେ ଶୋରୋଲଙ୍କର ଏକ ନବଜାତ ଶିଶୁ ଥିଲା। ତାଙ୍କ ଶିଶୁର ଭବିଷ୍ୟତ ପାଇଁ ସେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୧ ରେ ସେ ସେନାରେ ଭର୍ତ୍ତି ହୋଇଥିଲେ।୧୧ ମାସର ଟ୍ରେନିଂ ପରେ ଶୋରୋଲ ସୈନ୍ୟ ଅଧିକାରୀ ହୋଇପାରିଥିଲେ। ଟ୍ରେନିଂ ସମୟରେ ସେ ନିଜ ଶିଶୁ ଠାରୁ ଦୂରରେ ଥିଲେ। ହେଲେ ଯେତେବେଳେ ସେନାର ବର୍ଦି ପିନ୍ଧି ନିଜ ସନ୍ତାନକୁ କୋଳେଇ ନେଲେ ସେତେବେଳେ ସମସ୍ତଙ୍କ ପାଇଁ ସେ ଉଦାହରଣ ପାଲଟିଲେ।

Leave a Reply

Your email address will not be published. Required fields are marked *