ସୌନ୍ଦର୍ଯ୍ୟ ବଢାଏ ସିଲ୍କ ଶାଢି

ଭୁବନେଶ୍ଵର, ୧୯/୧୦ : ସିଲ୍କ ଏକ ପ୍ରାକୃତିକ ଓ ଦାମିକିଆ ଫାବ୍ରିକ୍‌ । ତେଣୁ ଏହାକୁ ‘କ୍ୱିନ୍‌ ଅଫ୍‌ ଫାବ୍ରିକ୍ସ’ ବା ‘ଫାବ୍ରିକ୍‌ ରାଣୀ’ ମଧ୍ୟ କୁହାଯାଏ । ମହିଳାମାନେ ଏହାକୁ ପସନ୍ଦ ନ କରିବେ ଏହା କଣ ସମ୍ଭବ?

ଭାରତୀୟ ସିଲ୍‌କର ଗୌରବମୟ ଇତିହାସ : ଭାରତୀୟ ସିଲ୍‌କ କେବଳ ଗୌରବମୟ ଇତିହାସର ପ୍ରମାଣ ଦିଏନା ବରଂ ସାଂସ୍କୃତିକ ବିବିଧତାକୁ ମଧ୍ୟ ଦର୍ଶାଇଥାଏ । ଭାରତୀୟ ସିଲ୍‌କର ବୁଣା ଷ୍ଟାଇଲ୍‌, ପାର୍ଟନ୍‌, ରଙ୍ଗ ଓ ଡିଜାଇନ୍‌ର ବିଶେଷତ୍ୱ ସ୍ଥାନ, ଜଳବାୟୁ ଓ ସାଂସ୍କୃତିକ ପ୍ରଭାବ ଉପରେ ନିର୍ଭର କରିଥାଏ । ଭାରତୀୟ ସିଲ୍‌କ ସାରା ବିଶ୍ୱରେ ଖୁବ୍‌ ଲୋକପ୍ରିୟ ।

ସିଲ୍‌କ ପୋଷାକର ଫାଇଦା- ଏହା ସୌମ୍ୟ ଏବଂ କୋମଳ ଫାବ୍ରିକ୍‌ ହୋଇଥିବା ବେଳେ ଦୀର୍ଘ ଦିନ ଯାଏ ବ୍ୟବହାରଯୋଗ୍ୟ ରହିଥାଏ ।
ଏଥିରେ ଉଷ୍ମଶୋଷକ ଗୁଣ ରହିଥାଏ, ଯାହା ଗରମରେ ମଧ୍ୟ ଆପଣଙ୍କ ଶରୀରକୁ ଥଣ୍ଡା ରଖିଥାଏ ।
ସିଲ୍‌କକୁ ଆପଣ ଯେକୌଣସି ପରିବେଶରେ ପିନ୍ଧିପାରିବେ ।
କମ୍‌ ଘନତ୍ୱ କାରଣରୁ ସିଲ୍‌କ ପିନ୍ଧିବାକୁ ହାଲ୍‌କା ଲାଗିବା ସହ ଆରାମଦାୟକ ହୋଇଥାଏ ।
ସିଲ୍‌କର ଆଣ୍ଟିସେପ୍ଟିକ ଗୁଣ ଯୋଗୁ ଏହା ତ୍ୱଚା ପାଇଁ ସବୁ ଦୃଷ୍ଟିରୁ ସୁରକ୍ଷିତ ।
କୋମଳ ଓ ନମନୀୟ ସହିତ ବସ୍ତ୍ର ବିନ୍ୟାସ ଖୁବ୍‌ ସୁନ୍ଦର ହୋଇଥାଏ ।

କେମିତି ସାଇତିବେ?
ସିଲ୍‌କ ଶାଢିକୁ ସଫା ଓ ଶୁଖିଲା ସ୍ଥାନରେ ସୂତା କପଡାରେ ଢାଙ୍କି ରଖିବା ଉଚିତ୍‌ ।
ସିଲ୍‌କକୁ ପୋକ, ଧୂଳି, ଅଧିକ ଆର୍ଦ୍ରତା ଓ ଆଲୋକଠାରୁ ଦୂରେଇ ରଖିବା ଉଚିତ୍‌ ।
ଏହାକୁ ପ୍ରତ୍ୟେକ ୩ରୁ ୬ ମାସରେ ଥରେ ତାଜା ପବନ ଦେବା ସହ ଓଲଟପାଲଟ କରିବା ଉଚିତ୍‌ ।
ସିଲ୍‌କକୁ ସିଲିକା ଜେଲ୍‌ ପୁଡିଆ ସହିତ ରଖିବା ଉଚିତ୍‌ । ଫଳରେ ଏହା ଶୁଷ୍କ ରହିଥାଏ ।

Leave a Reply

Your email address will not be published. Required fields are marked *