ସିନ୍ଧୁ ଜିତିଲେ ବ୍ରୋଞ୍ଜ ଦେଖନ୍ତୁ କେତେ କଷ୍ଟ ସାଧ୍ୟ ଥିଲା ସେହି ସମୟ

ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଭାବେ ଦୁଇଟି ଅଲିମ୍ପିକ୍ସ ମେଡାଲ ଜିଣି ଇତିହାସ ରଚିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲସ ତୃତୀୟ ସ୍ଥାନ ପାଇଁ ସିନ୍ଧୁ ତାଙ୍କର ଚୀନ ପ୍ରତିପକ୍ଷ ବିଙ୍ଗ ଜିଆଓଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମିଫାଇନାଲରେ ବିଶ୍ବର ନମ୍ବର ୱାନ ଟାଇ ଜୁ ୟିଙ୍ଗଙ୍କଠାରୁ ହାରିଯାଇଥିବା ପିଭି ସିନ୍ଧୁ ଘାଇଲା ବାଘ ପରି ଖେଳିଥିଲେ। ପ୍ରଥମରୁ ହିଁ ତାଙ୍କର ଚୀନ ପ୍ରତିପକ୍ଷଙ୍କ ଉପରେ ପ୍ରଭାବ ବିସ୍ତାର କରି ରଖିଥିଲେ। ତଥାପିବି ମ୍ୟାଚ ରୋଚକ ସ୍ଥିତିକୁ ଆସିଥିଲା ହେଲେ ସିନ୍ଧୁ 21-13, 21-15 ରେ ମ୍ୟାଚ ଜିତି ବ୍ରୋଞ୍ଜ ଜିତି ନେଇଥିଲେ  ।

ଏହା ପୂର୍ବରୁ ରିଓ ଅଲିମ୍ପିକ୍ସରେ ସିନ୍ଧୁ ଫାଇନାଲରେ ହାରି ରୌପ୍ୟ ପଦକ ହାସଲ କରିଥିଲେ। ଏଥର ମଧ୍ୟ ପଦକର ବଡ଼ ଦାବେଦାର ଥିଲେ ସିନ୍ଧୁ ଏବଂ ସୁପରଫର୍ମରେ ଥିଲେ ଲଗାତର ଦ୍ବିତୀୟଥର ପାଇଁ ଅଲିମ୍ପିକ୍ସରେ ପଦକ ଜିଣି ସେ ନିଜ ପାଇଁ ଇତିହାସ ରଚିଛନ୍ତି। ଏଥିସହିତ ମିରାବାଈ ଚାନୁଙ୍କ ପରେ ଟୋକିଓ ଅଲିମ୍ପିକ୍ସ 2020ରେ ଭାରତ ପାଇଁ ଦ୍ବିତୀୟ ମେଡାଲ ପକ୍କା କରିଛନ୍ତି ସିିନ୍ଧୁ । ସିନ୍ଧୁଙ୍କ ଏହି ବିଜୟ ପରେ ପୂରା ଦେଶ ଉଲ୍ଲସିତ ହୋଇଥିଲା ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ତାଙ୍କ ସହିତ କଥା ହୋଇଛନ୍ତି । ସେପଟେ ନିଜ ବିଜୟରେ ପ୍ରତିକ୍ରିୟା ପ୍ରକାଶ କରି ସିନ୍ଧୁ କହିଛନ୍ତି ଯେ ଯ଼ଦିଓ ସେ ଦୁଇଟି ଗେମରେ ମ୍ୟାଚ ଜିତି ନେଲେ କିନ୍ତୁ ଏହି ମ୍ୟାଚ ଜିତାବା ତାଙ୍କ ପାଇଁ ଖୁବ କଷ୍ଟ ସାଧ୍ୟ ଥିଲା ଆଉ ଯ଼େତେବେଳେ ସେ ବ୍ରୋଞ୍ଜ ପଦକ ପିନ୍ଧିଥିଲେ ସାରା ଭାରତ ତାଙ୍କ ପାଇଁ ଗୌରବାନ୍ବିତ ହୋଇଥିଲା।

 

 

Leave a Reply

Your email address will not be published. Required fields are marked *