ନେତାଙ୍କ ଛତା ଓ କୁର୍ତ୍ତା -ଆପଣ ହସିବେ କିନ୍ତୁ ଆମକୁ ଶିକ୍ଷା(WATCH)

ନେତାମାନେ ଯେ ଗୁରୁ ଗମ୍ଭୀର ରହିବେ, ସାଧାରଣ ସ୍ଥାନରେ ଏମାନେ ଥଟ୍ଟା ମଜା କରିପାରିବେନି, ଏମାନଙ୍କ ସହିତ କିଛି ଅସାମାନ୍ୟ ଘଟିଗଲେ ଏମାନଙ୍କୁ ଅସହଜ କରିଦିଏ, ଏମିତି ଧାରଣାର ଯୁଗ ଗଲାଣି। ଏବେ ତ ଦିନକୁ ଦିନ ନେତାମାନଙ୍କ ସାଧାରଣ ଜୀବନର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ କେତେ ଅତି ସାଧାରଣ ମଣିଷ, ବିଲକୁଲ ଅନ୍ୟମାନଙ୍କ ଭଳି, ତାହା ସାମ୍ନାକୁ ଆସୁଛି। ଆମେ ଆପଣଙ୍କ ସାମ୍ନାରେ ଦୁଇ ରାଷ୍ଟ୍ରନେତାଙ୍କ ଭିଜୁଆଲ ଆଣିଛୁ ଯ଼ାହାକି ନେଟ ଦୁନିଆରେ ଖୁବ ଭାଇରାଲ ହୋଇଛି । ଆପଣ ବି ଖୁବ ହସିବେ କିନ୍ତୁ ତା ସହିତ ଏହା ମଧ୍ୟ ବି ଭାବିବେ ଆପଣଙ୍କ ସହିତ ଯାହା ଘଟେ ତାହା ସେମାନଙ୍କ ସହିତ ବି ଘଟେ ଏବଂ ସେମାନେ ଏହାକୁ ଅତି ସହଜରେ ଗ୍ରହଣ କରିନେଇଛନ୍ତି, ବିଲକୁଲ ବିବ୍ରତ ହୋଇନାହାନ୍ତି ।

ଘଟଣା 1

ବ୍ରିଟେନର ପ୍ରଧାନମନ୍ତ୍ରୀ ଏକ ପୋଲିସ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାଖରେ ଥାଆନ୍ତି ପ୍ରିନସ ଚାର୍ଲସ, ମନ୍ତ୍ରୀ ପ୍ରିତି ପଟେଲ ଏବଂ ଅନ୍ୟ ଜଣାଶୁଣା ବ୍ୟକ୍ତି ବିଶେଷ । ଏହି ସମୟରେ ବର୍ଷା ହୋଇଥିଲା । ହାଲକା ହାଲକା ପବନ ମଧ୍ୟ ବହିଥିଲା। ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଛତା କାଢିଥିଲେ। ତେବେ ହଠାତ ଛତା ଲେଉଟି ପଡ଼ିଥିଲା, ପ୍ରଧାନମନ୍ତ୍ରୀଙ୍କର ବୋଲ ମାନିନଥିଲା । ପାଖରେ ଥିବା ସମସ୍ତେ ହସିଲେଣି, ଏମିତିକି ଅବୋଲକରା ଛତାକୁ ଦେଖି ଜନସନ ମଧ୍ୟ ହସିଥିଲେ। ତେବେ ଭିଜୁଆଲ ବ୍ରିଟେନ ଡେଇଁ ଭାଇରାଲ ହୋଇଯ଼ାଇଥିଲା।

ଘଟଣା 2

ଜର୍ମାନୀର ଚାନସେଲର ଆଞ୍ଜେଲା ମାର୍କେଲ ନିକଟରେ ଆମେରିକା ଗସ୍ତରେ ଯ଼ାଇଥିବା ବେଳେ ତାଙ୍କୁ ଜନ ହପକିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସମ୍ମାନସ୍ପଦ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହି ସମୟରେ ତାଙ୍କୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ରୋବ ପିନ୍ଧିବାର ଥିଲା କିନ୍ତୁ ଏହି ରୋବ ବା ପୋଷାକ ପିନ୍ଧିବା ତାଙ୍କ ପାଇଁ ମୁସ୍କିଲ ବ୍ୟାପାର ହୋଇଯ଼ାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଶେଷରେ ସେ ଏହାକୁ ଉପରେ ପକାଇ ଦେଇ ନିଜର ଡିଗ୍ରୀ ଗ୍ରହଣ କରିଥିଲେ, ହସି ହସି ସ୍ଥିତିକୁ ସାମାନ୍ୟ କରିନେଇଥିଲେ।

ଆମ କହିବା ଉଦ୍ଦେଶ୍ୟ ଯଦି ରାସ୍ତାରେ ଚପଲ ଛିଣ୍ଡି ଯାଏ କିମ୍ବା ଛତା ଭାଙ୍ଗିଯାଏ ତେବେ ଆମକୁ ଦେଖି ଲୋକେ କଣ ଭାବୁଛନ୍ତି, ଏହାକୁ ନେଇ ଆମେ ବିବ୍ରତ ହୋଇପଡୁ। ଅପମାନିତ ଅନୁଭବ କରୁ, କିନ୍ତୁ ଏହି  ଦୁଇଟି ଭିଜୁଆଲକୁ ଦେଖିଲେ ଆପଣ ଅନୁଭବ କରିପାରିବେ ଯେ ବିଶ୍ବର ଅତି କ୍ଷମତାଶାଳୀ  ଦୁଇ ନେତା କେବେବି ଅସହଜ ଅନୁଭବ କରିନାହାନ୍ତି। ଲୋକେ ହସୁଥିବେ ଏକଥାକୁ ନେଇ ଚିନ୍ତିତ ହୋଇନାହାନ୍ତି କିମ୍ବା ମିଡିଆରୁ ଭିଜୁଆଲ କାଟିବା କଥା ଚିନ୍ତା କରିନାହାନ୍ତି ।

Leave a Reply

Your email address will not be published. Required fields are marked *