ପ୍ରବଳ ଖରା ଓ ଗରମ କାରଣରୁ ଲାଲ ପଡ଼ିଯାଏ ତ୍ୱଚା, ଜାଣନ୍ତୁ ଉପଚାର…

ଭୁବନେଶ୍ଵର, ୧୨/୦୪ : ପ୍ରବଳ ଖରା ଓ ଗରମ କାରଣରୁ କୋମଳ ତ୍ୱଚା ଲାଲ ପଡ଼ିଯାଇ ଥାଏ । ତ୍ୱାଚାରେ ଏହି ରେଡ୍‌ନେସ୍‌ ଅନେକ ଥର ସନବର୍ନ ବା ଆଲର୍ଜିକ ରିଆକ୍ସନ କାରଣରୁ ବି ହୋଇଥାଏ। ଯଦି ଆପଣଙ୍କର ଏଭଳି ହେଉଛି ତେବେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ତ୍ୱଚାକୁ ଲାଲ୍‌ ପଡ଼ିବାରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଗୋଲାପ ଜଳ- ଗରମ ଦିନରେ ତ୍ୱଚାରେ ଗୋଲାପ ଜଳ ବ୍ୟବହାର କରି ଆପଣ ସ୍କିନ ରେଡନେସ୍‌କୁ ବି ହ୍ରାସ କରି ପାରିବେ। ଗୋଲାପ ଜଳ ତ୍ୱଚାକୁ ଥଣ୍ଡା ରଖିବା ସହ ସନବର୍ନ କାରଣରୁ ତ୍ୱଚାରେ ହେବାକୁ ଥିବା କ୍ଷତି ବି ଠିକ୍‌ କରିବାରେ ସାହାଯ୍ୟ କରିଥାଏ। ଚର୍ମର ରେଡନେସ୍‌କୁ ଦୂର କରିବାକୁ ଗୋଲାପ ଜଳରେ କାକୁଡି ରସ୍‌ ମିଶାଇ ମୁହଁରେ ୧୦ ମିନିଟ୍‌ ଲଗାଇ ପାଣିରେ ଧୋଇ ନିଅନ୍ତୁ।

ଏଲୋବେରା ଜେଲ୍‌- ଏଲୋବେରାରେ ଅନେକ ଔଷଧୀୟ, ଆଣ୍ଟି-ଇଫ୍ଲେମେଟରୀ ଓ ହିଲିଂ ଗୁଣ ଥାଏ। ଯାହା ତ୍ୱଚାର ରେଡନେସ୍‌ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ଉପାୟକୁ ଆପଣାଇବା ପାଇଁ ଏଲୋବେରା ଜେଲ୍‌କୁ ଅଧ ଘଣ୍ଟା ପାଇଁ ମୁହଁରେ ଲଗେଇବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହି ଉପାୟ ଦିନରେ ଅତି କମରେ ଦୁଇଥର କରନ୍ତୁ।

ବରଫ- ଖରା ଯୋଗୁଁ ଚେହେରା ଲାଲ୍‌ ପଡ଼ିବା ସମସ୍ୟାକୁ ଆପଣ ବରଫରେ ଦୂର କରି ପାରିବେ। ଏହି ଉପାୟକୁ କରିବା ପାଇଁ ଏକ ସଫାସୁତରା କପଡ଼ାରେ ବରଫ ଖଣ୍ଡ ବାନ୍ଧି ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଏହା ବ୍ୟତୀତ ଆପଣ ବରଫ ପାଣିରେ ମଧ୍ୟ ମୁହଁ ଧୋଇ ପାରିବେ। ଏମିତି କରିବାରେ ଆପଣଙ୍କୁ ତୁରନ୍ତ ଆଶ୍ୱସ୍ତି ମିଳିବ।

ସନସ୍କ୍ରିନ୍‌ ଲଗାନ୍ତୁ- ତ୍ୱଚାର ରେଡ୍‌ନେସ୍‌ର ସମସ୍ୟାକୁ ଆପଣ ପ୍ରତିଦିନ ଏକ ଭଲ ସନସ୍କ୍ରିନ୍‌ ସାହାଯ୍ୟରେ ମଧ୍ୟ ଦୂର କରିପାରିବେ। ସନସ୍କ୍ରିନ୍‌ ତ୍ୱଚାକୁ ହାନିକାରକ ୟୁଭି କିରଣର ସିଧା ସଂପର୍କରେ ଆସିବାରେ ରୋକିବାରେ ସାହାଯ୍ୟ କରିଥାଏ।

ଅୟଲି ଓ ସ୍ପାଇସି ଫିଡ୍‌ ଖାଇବାକୁ ନିବୃତ୍ତ ରୁହନ୍ତୁ- ଆବଶ୍ୟକତା ଠାରୁ ଅଧିକ ମସଲାଯୁକ୍ତ ଓ ଅୟଲି ଫୁଡ୍‌ ଖାଇବାରେ ତ୍ୱଚାରେ ଜ୍ୱଳନ, କୁଣ୍ଡାଇ ହେବା ଓ ରେଡନେସ୍‌ର ସମସ୍ୟା ସୃଷ୍ଟି ହୋଇପାରେ। ଶରୀରକୁ ହାଇଡ୍ରେଟ୍‌ ରଖିବାକୁ ପ୍ରତିଦିନ ଅତି କମ୍‌ରେ ୮ ଗ୍ଲାସ୍‌ ପାଣି ପିଅନ୍ତୁ , ଯାହା ତ୍ୱଚାକୁ ଫ୍ଲଶିଂ ଇଫେକ୍ଟକୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *