ଠୁଙ୍ଗା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ବସ୍ତା ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀର ମହିଳା, ମାସକୁ କରୁଛନ୍ତି ୩ ରୁ ୪ ହଜାର ଟଙ୍କା ଆୟ

ଜଳେଶ୍ଵର, ୦୬/୦୯ : ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ମହିଳା। ଅଦମ୍ୟ ଆତ୍ମ ବିଶ୍ୱାସ ଏବଂ ଦୃଢ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆସେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ। କପଡ଼ା ସିଲେଇ ଏବଂ ଶାଳପତ୍ରରୁ ଠୁଙ୍ଗା ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ବୀ। ମାସକୁ ୩ ରୁ ୪ ହଜାର ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ।

ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମୁଳିଦା ଗ୍ରାମର ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ଏବଂ ବନସ୍ପତି ଉତ୍ପାଦିକା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କପଡ଼ା ସିଲେଇ ଏବଂ ଶାଳପତ୍ରରୁ ବାଟି କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି। ଗୃହିଣୀମାନେ ଘରେ ନବସି ଅତିରିକ୍ତ ସମୟକୁ ଉପଯୋଗ କରି ମାସକୁ କରୁଛନ୍ତି ୩ ରୁ ୪ ହଜାର ଆୟ। ଯାହାଫଳରେ ସେମାନେ ଆଉ ଅନ୍ୟ ଆଗରେ ହାତ ପଡୋଉନାହାଁନ୍ତି। ନିଜ ଖର୍ଚ୍ଚ ନିଜେ କରିବା ସହ ବଳକା ଅର୍ଥ ନିଜ ପରିବାର ପାଇଁ ଉପଯୋଗ କରିପାରୁଛନ୍ତି। ମହିଳାମାନଙ୍କୁ ଆଧିକ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ଦ୍ୱାରା ମିଶନ ଶକ୍ତି ଯୋଜନା ଆରମ୍ଭ ହେବାପରେ ଏହି ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଫଳରେ ମହିଳାମାନେ ବ୍ୟବସାୟ କରିପାରୁଛନ୍ତି।

Leave a Reply

Your email address will not be published. Required fields are marked *