NASA ଯିବେ କଳାହାଣ୍ଡି ପୁଅ ରୀଙ୍କର, ନବମ ଶ୍ରେଣୀରେ ପାଠ ପଢୁଛନ୍ତି ହେଲେ ମୁଖସ୍ଥ କରିସାରିଲେଣି ପିଜି ପାଠ

ଭବାନୀପାଟଣା, ୦୭/୦୯ : ନାସା ଯିବେ କଳାହାଣ୍ଡିର ପୁଅ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଇରିଗେସନ କଲୋନୀ ୬ ନମ୍ଵର ଲେନରେ ରହୁଥିବା ତରୁଣ ମିଶ୍ର ଓ କାମିନୀ ମିଶ୍ରଙ୍କ ୧୩ ବର୍ଷର ପୁଅ ରୀଙ୍କର ନାସା ଯିବେ। ସେ ଏବେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ରୀଙ୍କର ନିଜ ପାଠ ପଢିବା ସାଙ୍ଗରେ ଗ୍ରାଜୁଏସନ ଏବଂ ପିଜିର ପାଠ ମଧ୍ୟ ମୁଖସ୍ଥ କରିସାରିଲେଣି। ରସାୟନ ବିଜ୍ଞାନରେ ରୁଚି ରଖିଥିବା ରୀଙ୍କର ଗଣିତର ଅନେକ ନୂଆ ସୂତ୍ର ମଧ୍ୟ ବାହାର କରିଛନ୍ତି। ସେହି ସବୁ ସୂତ୍ର କିଭଳି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ଏବଂ ପିଲାମାନେ ପଢିପାରିବେ ସେହି ଦିଗରେ କାମ କରୁଛନ୍ତି।

ସୂଚନାନୁଯାୟୀ, ଏବେ ନାସା ପକ୍ଷରୁ ଚନ୍ଦ୍ରକୁ ଏକ ରକେଟ୍ ଲଞ୍ଚ୍ ହେବା ପାଇଁ ଯାଉଛି। ଯାହାର ନା ରହିଛି ‘ARTEMIS’ । ସେହି ରକେଟ୍ ଲଞ୍ଚ୍ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେଥିରେ କାମ କରିବା ପାଇଁ ରୀଙ୍କରଙ୍କୁ ସୁଯୋଗ ମିଳିଛି । NASA ତରଫରୁ ଏହା ଉପରେ ଭିଡ଼ିଓ କନଫରେନ୍ସିଂରେ ଅନେକ ମିଟିଂ କରାଯାଉଥିବା ବେଳେ ରୀଙ୍କର ସେଥିରେ ଯୋଗ ଦେଉଛନ୍ତି । ଉକ୍ତ ରକେଟଟି କେମିତି ସଫଳ ଭାବରେ ଲଞ୍ଚ୍ ହେବ ସେ ଉପରେ କାମ କରୁଛନ୍ତି ।

କୋଭିଡ ସମୟରେ ସବୁ ବନ୍ଦ ଥିବାବେଳେ ରୀଙ୍କର ଘରେ ନିଜ ବାପାଙ୍କଠୁ ରସାୟନ ବିଜ୍ଞାନ ବିଷୟରେ ଅନେକ କିଛି ଶିଖିବାକୁ ପାଇଥିଲେ ଏବଂ ପରେ ଏଥିରେ ରୁଚି ରଖି ଆଗକୁ ବଢ଼ୁଛନ୍ତି । ତାଙ୍କ ବାପା ତରୁଣ ମିଶ୍ର ଜଣେ ରସାୟନ ବିଜ୍ଞାନର ଅଧ୍ୟାପକ ହେଇଥିବାରୁ ସେ ନିଜେ ରୀଙ୍କରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

Leave a Reply

Your email address will not be published. Required fields are marked *