ଚିକେନପକ୍ସ ଠାରୁ ପିଲାଙ୍କୁ କିପରି ରଖିବେ ସୁରକ୍ଷିତ, ଜାଣନ୍ତୁ ଏହାର ଲକ୍ଷଣ…

ଭୁବନେଶ୍ଵର, ୨୦/୯ : ଭେରିସେଲା-ଜୋଷ୍ଟର ଭାଇରସ କାରଣରୁ ହୋଇଥାଏ ଚିକେନପକ୍ସ। ଏହା ଏକ ସଂକ୍ରାମକ ରୋଗ। ବୈଜ୍ଞାନିକଙ୍କୁ ଏହି ପ୍ରାଣଘାତୀ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି। ଚିକେନପକ୍ସର ଏହି ଭାରିଆଣ୍ଟକୁ କ୍ଲେଡ-୯ କୁହାଯାଉଛି। ଭେରିସେଲା ଜୋଷ୍ଟର ଭାଇରସ ମାଧ୍ୟମରେ ବ୍ୟାପି ଥିବା ଏହି ରୋଗ ଭାରତରୁ ପ୍ରଥମେ ଆମେରିକା, ବ୍ରେଟେନ ଓ ଜର୍ମାନୀ ଭଳି ଦେଶରେ ବ୍ୟାପି ସାରିଛି। ଚିକେନପକ୍ସର ନୂଆ ଭାରିଆଣ୍ଟର ମାମଲା ଭାରତରେ ମିଳିବା ପରେ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହି ବିପଜ୍ଜନକ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଆସନ୍ତୁ ଜାଣିବା ରକ୍ଷା ପାଇବାର ଉପାୟ ଓ ଲକ୍ଷଣ –

ଚିକେନପକ୍ସର ଭାଇରସ କାଶିବା ଓ ଛିଙ୍କିବା ଦ୍ୱାରା ମଧ୍ୟ ବ୍ୟାପି ଥାଏ। ଏଥିରେ ଲୋକେ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଆସି ବି ଏହି ଭାଇରସର ଶିକାର ହୋଇପାରନ୍ତି।

ଚିକେନପକ୍ସର ନୂଆ ଭାରିଆଣ୍ଟର ଲକ୍ଷଣ –

ଜ୍ୱର ହେବା, ଭୋକ ନଲାଗିବା, ମୁଣ୍ଡବ୍ୟଥା, କ୍ଲାନ୍ତ ଲାଗିବା, ସ୍ୱାସ୍ଥ୍ୟ ଖରାପ ହେବା

ରିପୋର୍ଟ ଅନୁସାରେ ଚିକେନପକ୍ସର ଦାନା ଭାଇରସ ସଂପର୍କରେ ଆସିବାର ୨-୩ ସପ୍ତାହ ପରେ ଦେଖା ଦେଇଥାଏ। ହେଲେ ଏହା ପୂର୍ବରୁ ଜ୍ୱର, ଶରୀରରେ ଯନ୍ତ୍ରଣ ଓ ମୁଣ୍ଡବ୍ୟଥା ହେବା ଆରମ୍ଭ ହୋଇଯାଏ। ଶରୀର ସାରା ଦାନା ଉଠିବାକୁ ଲାଗେ। ଦାନା ବାହାରିବାର ୧-୨ ଦିନ ପରେ ଜ୍ୱର ଠିକ୍‌ ହୋଇଯାଏ।

କେମିତି ରହିବେ ସୁରକ୍ଷିତ –

– ଏଥିରେ ସଂକ୍ରମିତ ବ୍ୟକ୍ତି ଭଲ ହାଇଜିନ ଓ ନିୟମିତ ରୂପେ ସମସ୍ତେ ହାତ ଧୋଇବା ଆବଶ୍ୟକ।

– ସଂକ୍ରମିତ ବ୍ୟକ୍ତି ପରିବାରର ଅନ୍ୟମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

-କାଶ ଓ ଛିଙ୍କ ହେଲେ ମୁହଁକୁ ଭଲ ଭାବେ ଢାଙ୍କି ରଖନ୍ତୁ ।

-ନିୟମିତ ଭାବେ ସାବୁନ ଓ ପାଣିରେ ହାତ ଧୁଅନ୍ତୁ ।

-ଚିକନପକ୍ସ ସଂକ୍ରମିତ ବ୍ୟକ୍ତି ଅଲଗା ପୋଷାକ ଓ ବାସନ ବ୍ୟବହାର କରନ୍ତୁ ।

– ଦୃଢ଼ ଇମ୍ୟୁନି ସିଷ୍ଟମ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିପାରେ ।

Leave a Reply

Your email address will not be published. Required fields are marked *