Odisha
ଅନ୍ତିମ ସମୟ ଗଣୁଛି ଲାଲ ବାହିନୀ
ଲାଲଗଡ଼କୁ ନିପାତ କରିବା ପାଇଁ ଏବେ ଓଡ଼ିଶା-ଛତିଶଗଡ଼,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଜୋରଦାର ଅପରେସନ ଜାରି ରହିଛି। ଗତ 6 ମାସ ଭିତରରେ 5ଶହରୁ ଅଧିକ ମାଓ କ୍ୟାଡର ପ୍ରାଣ ହରାଇଥିବା ଟପ୍ ମାଓ ନେତାମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତୁ ନଜର ପକାଇବା ନିକଟରେ ପ୍ରାଣ ହରାଇଥିବା କିଛି ଟପ୍ ମାଓ ନେତାଙ୍କ ଉପରେ ଯେଉଁମାନେ ତିନି ରାଜ୍ୟକୁ ହୁଲସ୍ତୁଲ କରି ରଖିଥିଲେ। କହି କହି ଏମାନେ ରକ୍ତପାତ କରୁଥିଲେ। ହେଲେ ସ୍ଥିତି ଏବେ ଏମିତି ହୋଇଛି ଯେ…
ମୁଁ ଶ୍ରଦ୍ଧାଞ୍ଜଳି ହେବି, କେନ୍ଦୁଝରର ନାଁ ରଖିବି-ମନୀଷା
ମୁଁ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ହେବି ଆମ କେନ୍ଦୁଝରର ନାଁ ରଖିବି, ପୁଣି ଓଡ଼ିଶାରେ ମହିଳା ଫୁଟବଲର ଚମକ ଫେରିବ ଏଭଳି କିଛି କହିଛନ୍ତି ମନୀଷା ନାଏକ । କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଏହି ଫୁଟବଲ ଖେଳାଳି ମନୀଷା ନାଏକ ଅଷ୍ଟ୍ରେଲିଆ ଠାରେ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ କ୍ୱାଲିଫାଏର ଟୁର୍ନାମେଣ୍ଟ ପାଇଁ ୨୪ ଜଣିଆ ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଛନ୍ତି। ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ…
ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା
କଟକର ଐତିହାସିକ ବାଲିଯାତ୍ରାକୁ ମିଳିଳା ଜାତୀୟ ମାନ୍ୟତା। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଯେଉଁ ଦାବି ହୋଇଆସୁଥିଲା ଆଜି ତାହା ପୂରଣ ହୋଇଛି। ଆଜି ଏ ସଂପର୍କରେ ପ୍ରେସ ଇନଫର୍ମେସନ ବ୍ୟୁରୋ ମାଧ୍ୟମରେ ସୂଚନା ଦିଆଯାଇଛି। ଯେଉଁଥିରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ଲାଗି ସୂଚନା ଦିଆଯାଇଛି। ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ…
ସେପ୍ଟେମ୍ବର 17ରେ ସୁଭଦ୍ରା ଟଙ୍କା, ଜାଣନ୍ତୁ କେମିତି ଆବେଦନ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯୋଜନାର ବିସ୍ତୃତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନାର SOP ସମ୍ପର୍କରେ ବିଧାନ ସଭାରେ ସୂଚନା ଦେବା ପରେ ଉନ୍ନୟନ କମିଶନର ଅନୁ ଗର୍ଗ ଯୋଜନାର ସମୀକ୍ଷା କରିଛନ୍ତି. ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ସରଳା ଦେବୀଙ୍କ ବିଷୟରେ ଜାଣିଛନ୍ତି କି?
• ବିଂଶ ଶତାବ୍ଦୀର ଆଦ୍ୟ କାଳଖଣ୍ଡରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଆକାଶରେ ସରଳା ଦେବୀ ଏକ ଉଜ୍ଜଳ ନକ୍ଷତ୍ର । ଏହି ଅସାଧାରଣ ଧୀସଂପନ୍ନ ପ୍ରତିଭାମୟୀ ନାରୀଙ୍କ ଜନ୍ମ ୧୯୦୪, ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କରିଲୋ ଗ୍ରାମର ଏକ ଆଭିଜାତ୍ୟ ପରିବାରରେ । ସରଳାଙ୍କର ଶିକ୍ଷା ପ୍ରତି ପ୍ରବଳ ଆଗ୍ରହ ଦେଖି ତାଙ୍କ ପିତା ବାଳମୁକୁନ୍ଦ ଘରେ ଜଣେ ଖ୍ରୀଷ୍ଟିଆନ୍ ଗୁରୁମା’ଙ୍କୁ ନିଯୁକ୍ତ କରିଥିଲେ | ସରଳା…
ଭିଟାମିନ ଡି ବୃଦ୍ଧାବସ୍ଥା ରୋକିଥାଏ କିନ୍ତୁ ଭାରତରେ 76% ପାଖରେ ଅଭାବ
ଭିଟାମିନ ଡି ଏମିତି ଏକ ଭିଟାମିନ ଯାହାକୁ ଆମ ଶରୀର ନିଜେ ମଧ୍ୟ ତିଆରି କରିପାରିବ, ଏଥିପାଇଁ କେବଳ ଆବଶ୍ୟକ ସୂର୍ଯ୍ୟାଲୋକର। ଯେମିତି ସୂର୍ଯ୍ୟାଲୋକର ଉପସ୍ଥିତିରେ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ସେମିତି ଆମ ଶରୀର ନିଜର ଆବଶ୍ୟକତା ଅନୁସାରେ ଭିଟାମିନ ଡି ପ୍ରସ୍ତୁତ କରିଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ସୂର୍ଯ୍ୟାଲୋକ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିଲେ ମଧ୍ୟ ବିଶ୍ବର ଅଧା ଲୋକ ଭିଟାମିନ ଡି ଅଭାବର ଶିକାର ହୋଇଥାନ୍ତି। ଆମ ଦେଶରେ…
ପିରିୟଡ ଛୁଟି, ପ୍ରିୟଦର୍ଶିନୀଙ୍କ ପ୍ରେରଣା, ପ୍ରଭାତୀଙ୍କ ପଦକ୍ଷେପ
୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ…
ଚିତ୍ରୋତ୍ପଳା ପାଇଁ ଅଣ୍ଟା ଭିଡ଼ିଲେ ନଦୀକୂଳ ବାସିନ୍ଦା: ଲକ୍ଷେ ଗଛ ଲଗେଇବେ
ଚିତ୍ରୋତ୍ପଳା , ପୁରାଣ ବର୍ଣ୍ଣିତ ଏହି ନଦୀଟି ଏବେ ତାର ସତ୍ତା ହରାଇବାକୁ ବସାଇବାକୁ ବସିଲାଣି… ଦିନେ ଚିରସ୍ରୋତା ଥିବା ଚିତ୍ରୋତ୍ପଳା ଏବେ ଛିନ୍ନସ୍ରୋତା ହେଲାଣି … ନଦୀ ଶଜ୍ୟା ବାଲୁକାମୟ ହୋଇଗଲାଣି କେବଳ ଚତୁର୍ମାସିଆକୁ ଛାଡ଼ିଦେଲେ ବାକି ସମୟରେ ନଦୀ ଶୁଖିଲା … ବେଶୀ ଦିନ ନୁହେଁ ପାକଲାବାଳା ବୟସ୍କମାନେ କୁହନ୍ତି ସେମାନଙ୍କ ଛୋଟ ବେଳେ ନଦୀ ପହଁରିବା ବଡ଼ କଷ୍ଟ ହେଉଥିଲା ହେଲେ ଏବେ ନଦୀ ଏପଟରୁ ସେପଟକୁ ଟେକା ଟି ପକେଇ ହେବ…
