ଚିତ୍ରୋତ୍ପଳା ପାଇଁ ଅଣ୍ଟା ଭିଡ଼ିଲେ ନଦୀକୂଳ ବାସିନ୍ଦା: ଲକ୍ଷେ ଗଛ ଲଗେଇବେ

ଚିତ୍ରୋତ୍ପଳା , ପୁରାଣ ବର୍ଣ୍ଣିତ ଏହି ନଦୀଟି ଏବେ ତାର ସତ୍ତା ହରାଇବାକୁ ବସାଇବାକୁ ବସିଲାଣି… ଦିନେ ଚିରସ୍ରୋତା ଥିବା ଚିତ୍ରୋତ୍ପଳା ଏବେ ଛିନ୍ନସ୍ରୋତା ହେଲାଣି … ନଦୀ ଶଜ୍ୟା ବାଲୁକାମୟ ହୋଇଗଲାଣି କେବଳ ଚତୁର୍ମାସିଆକୁ ଛାଡ଼ିଦେଲେ ବାକି ସମୟରେ ନଦୀ ଶୁଖିଲା … ବେଶୀ ଦିନ ନୁହେଁ ପାକଲାବାଳା ବୟସ୍କମାନେ କୁହନ୍ତି ସେମାନଙ୍କ ଛୋଟ ବେଳେ ନଦୀ ପହଁରିବା ବଡ଼ କଷ୍ଟ ହେଉଥିଲା ହେଲେ ଏବେ ନଦୀ ଏପଟରୁ ସେପଟକୁ ଟେକା ଟି ପକେଇ ହେବ … କାରଣ ହେଉଛି ଶୁଖି ଶୁଖି ଯ଼ାଉଛି ମହାନଦୀ ଆଉ ଶୁଖି ଯ଼ାଉଛି ଚିତ୍ରୋତ୍ପଳା … ଚିତ୍ରୋତ୍ପଳାର ପ୍ରତିବାଙ୍କରେ ଠାକୁର … ପ୍ରତ୍ୟକ ମଠ ମନ୍ଦିରର ରହିଛି ସ୍ବତନ୍ତ୍ର ଐତିହ୍ୟ… ହେଲେ ବଦଳୁଥିବା ଜୀବନ ଚକ୍ରରେ ଏସବୁ ଏବେ ଯ଼େମିତି ଅଲୋଡ଼ା ସ୍ଥାନ ହେବାକୁ ବସିଲାଣି … ଚିତ୍ରୋତ୍ପଳାର ଗୌରବ ଫେରାଇ ଆଣିବା ଲାଗି ଏକାଠି ହୋଇଛି ଚିତ୍ରୋତ୍ପଳା ବିକାଶ ପରିଷଦ …ନଦୀ ଅବବାହିକାର ଲୋକମାନଙ୍କୁ ଏକାଠି କରିବା ଲାଗି ଆରମ୍ଭ କରିଛି ଅଭିଯ଼ାନ…

ଏଥିପାଇଁ ନଦୀକୂଳର ବିଭିନ୍ନ ଗାଁ ଗାଁକୁ ଯ଼ାଇ ପରିଷଦର ସଦସ୍ୟମାନେ ଗାଁ ଲୋକଙ୍କୁ ସାମିଲ କରୁଛନ୍ତି …ନଦୀ କୂଳରେ କେମିତି ଲକ୍ଷା ଧିକ ଫଳଚାରା ଲଗାଯ଼ାଇପାରିବ ସେଥିପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛି  ପରିଷଦର ଅଧ୍ୟକ୍ଷ ଡାକ୍ତର ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିବେଶ ଦିବସର ବାର୍ତ୍ତା ପ୍ରଚାର ପାଇଁ ତିନିଟି ବୈଠକ ଅନୁଷ୍ଠିତ ହୋଇଥିଲା ….ଗାଁ ଲୋକମାନଙ୍କୁ ସାମିଲ କରି ଏଥିରେ ଚିତ୍ରୋତ୍ପଳାରେ ବ୍ୟାରେଜ ଗଠନ, ମୁହାଣ ଖନନ, ନଦୀ ଅବବାହିକାରେ ବୃକ୍ଷ ରୋପଣ ଏବଂ ପ୍ରତିଟି ମଠ ମନ୍ଦିରର ଚିହ୍ନଟ ସହିତ ଏହାର ପୁନରୁତ୍ଥାନ ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିଛି ଚିତ୍ରୋତ୍ପଳା ବିକାଶ ପରିଷଦ 

ଏଥିରେ ପରିଷଦର ସଂପାଦକ ସୁଶାନ୍ତ ମହାନ୍ତି, ଉପସଭାପତି ଅଶୋକ ଦ୍ବିବେଦୀ, ଦେବାନନ୍ଦ ଦ୍ବିବେଦୀ, ଆବାହକ ବିପିନ ମହାନ୍ତି ପ୍ରମୁଖ ପୁନ୍ଦାଳ, ପାଟକୁରା ଏବଂ ପିଙ୍କିରାଳି ଗାଁକୁ ଯ଼ାଇ ଏହି ଜନ ଆନ୍ଦୋଲନର ଅୟମରାମ୍ଭ କରିଥିଲେ …..

Leave a Reply

Your email address will not be published. Required fields are marked *