ନୂଆ ଓଡ଼ିଆ ଫିଲ୍ମ ମୋ ପଣତ କାନିରେ ତୁ

() ନୂଆ ଓଡ଼ିଆ ଫିଲ୍ମ ଟିଭି ପ୍ରିମିୟର ଉପରେ ଏବେ ଦର୍ଶକଙ୍କ ସବୁବେଳେ ନଜର ରହୁଛି । ଏହି କ୍ରମରେ ରବିବାର ହେବ ଧମାକେଦାର  ଜୁନ୍ ୧୨ ରେ ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର  ହେବାକୁ ଯ଼ାଉଛି ‘ମୋ ପଣତକାନିରେ ତୁ’ ଯ଼ାହାର ଅଡିଓ ରିଲିଜ୍ ହୋଇଯ଼ାଇଥିବା ବେଳେ ଏବେ ଫିଲ୍ମର ରିଲିଜ ଉପରେ ଦର୍ଶକଙ୍କର ଉତ୍କଣ୍ଠା ରହିଛି ।

ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଇଛି ଏହି  ନୂଆ ସିନେମା  ‘ମୋ ପଣତକାନିରେ ତୁ’ । ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ ନୂଆ ଯୋଡ଼ି ଜ୍ୟୋତି ରଞ୍ଜନ ଓ ଶ୍ରଦ୍ଧାଙ୍କୁ । ଫିଲ୍ମର ଆକର୍ଷଣ ରହିଛି ଭେଟରାନ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଅଭିନୟ । ଫିଲ୍ମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି କମେଡିଆନ ହରିହର ମହାପାତ୍ର । ଅଭିନୟ ସାଙ୍ଗକୁ କାହାଣୀ ନିଜେ ହରିହର ଲେଖିଥିବା ବେଳେ ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା।

ଫିଲ୍ମର ଗୀତଗୂଡିକୁ  ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ । ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ୍, ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ , ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ । ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ।

 

ଜୀ ସାର୍ଥକ ପୂର୍ବରୁ “ଦିଦିନମସ୍କାର” ଓ “ଡିଟେକଟିଭ୍ କରନ୍ ଅର୍ଜୁନ ” ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ବେଳେ ଜୁନ୍ ୧୨ତାରିଖ ସଂଧ୍ୟା ୫:୩୦ରେ  ଫିଲ୍ମ ‘ମୋ ପଣତକାନିରେ ତୁ’ର ଓ୍ବାର୍ଲଡ ଟିଭି ପ୍ରିମିୟର ହେବ ।

Leave a Reply

Your email address will not be published. Required fields are marked *