Home Health ୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ହୋଇପାରେ ଏହି ଭୟଙ୍କର ରୋଗ…

୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ହୋଇପାରେ ଏହି ଭୟଙ୍କର ରୋଗ…

0
୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର,୯/୪ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ ଭୁଲ କରି ବସୁଛନ୍ତି। କାମ ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରୁନାହାଁନ୍ତି। ଯେଉଁଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ବି କାମ କରନ୍ତି। ଯାହାଦ୍ୱାରା ନିଦ ସମ୍ପୂର୍ଣ୍ଣ ହୁଏନାହିଁ। କିନ୍ତୁ ଆପଣ ଜାଣନ୍ତି କି ନିଦ୍ରା ଅଭାବରୁ ଶରୀରରେ ଅନେକ କ୍ଷତି ହୋଇପାରେ। ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥାନ୍ତି ସେମାନଙ୍କର ଦିନକୁ ସାତରୁ ଆଠ ଘଣ୍ଟା ଶୋଇଥିବା ଲୋକଙ୍କ ଅପେକ୍ଷା କ୍ଲୋଜଡ୍ ଲେଗ୍ ଧମନୀ (ପିଏଡି) ର ମାତ୍ରା ଅଧିକ ଥାଏ। ପେରିଫେରାଲ୍ ଧମନୀ ରୋଗ ହେବାର ଆଶଙ୍କା ବି ବଢିଥାଏ। ଏକ ଅଧ୍ୟୟନରେ ଏହା ଖୁଲାସା ହୋଇଛି।

ଗବେଷକମାନେ କହିଛନ୍ତି ଯେ ବିଶ୍ୱରେ ୨୦ କୋଟିରୁ ଅଧିକ ଲୋକଙ୍କର ପିଏଡି ଅଛି। ଏହି ରୋଗରେ, ହୃଦୟରୁ ଗୋଡ ପର୍ଯ୍ୟନ୍ତ ରକ୍ତ ବହନ କରୁଥିବା ଧମନୀଗୁଡ଼ିକ ସଂକୀର୍ଣ୍ଣ କିମ୍ବା ଅବରୋଧ ହୋଇଯାଏ, ଯାହା ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ ଏବଂ ହୃଦଘାତର ଆଶଙ୍କା ବଢାଇଥାଏ। ଏହି ଅଧ୍ୟୟନର ଲେଖକ ସ୍ୱିଡେନର କାରୋଲିନସ୍କା ପ୍ରତିଷ୍ଠାନର ଶୁଆଇ ୟୁଆନ୍ କହିଛନ୍ତି, ଅଧ୍ୟୟନରୁ ଜଣାପଡିଛି ଯେ ସାତରୁ ଆଠ ଘଣ୍ଟା ଶୋଇବା ପିଏଡିର ବିପଦକୁ ହ୍ରାସ କରିବା ପାଇଁ ଏକ ଭଲ ଅଭ୍ୟାସ।

ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ରାତିରେ ପର୍ଯ୍ୟାପ୍ତ ପରିମାଣରେ ନଶୋଇବା ଏବଂ ଦିନରେ ଢୋଳାଇବା ଦ୍ୱାରା ହୃଦୟ ଧମନୀ ରୋଗର ବିପଦ ବଢିଥାଏ ।

LEAVE A REPLY

Please enter your comment!
Please enter your name here