ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡମୁଦି, ଜାଣିଛନ୍ତି କି ?

ଭୁବନେଶ୍ଵର, ୦୬/୦୪ : ହିନ୍ଦୁ ଧର୍ମରେ ମହିଳାମାନେ ଗୋଡମୁଦି ପିନ୍ଧିବା ବିବାହିତାର ସଂକେତ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ? ଏହି ଗୋଡ ମୁଦି ପିନ୍ଧିବା ପଛର କାରଣ କଣ ? ବିବାହ ପରେ, ମହିଳାମାନଙ୍କ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ, ଅନିୟମିତ ମାସିକ ଋତୁସ୍ରାବ କିମ୍ବା ହରମୋନରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଯାଏ ।ତେଣୁ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା, ହରମୋନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ । ଏଥିସହିତ ଠିକ୍ ସମୟରେ ଋତୁସ୍ରାବ ହୋଇଥାଏ ।

ରୂପା ଗୋଡମୁଦି ପିନ୍ଧିବା ଦ୍ୱାରା ଏହା ଶରୀରକୁ ଥଣ୍ଡା ରଖିଥାଏ ଏବଂ ଗର୍ଭାଶୟ ରୋଗରୁ ରକ୍ଷା କରିଥାଏ । ଏତିସହିତ ଏହି ରୂପା ଗୋଡମୁଦି ମହିଳାମାନଙ୍କର ହରମୋନକୁ ସନ୍ତୁଳିତ କରେ । ଫଳରେ ଜଣେ ମହିଳା ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରୁହେ । ଏତତ୍ ବ୍ୟତୀତ ମହିଳାମାନେ କେବଳ ରୂପା ଗୋଡମୁଦି ନୁହେଁ ବରଂ ରୂପା ପାଉଁଜି ପିନ୍ଧିବା ମଧ୍ୟ ଉଚିତ୍ । କାରଣ ଧାର୍ମିକ ଶାସ୍ତ୍ର ଦୃଷ୍ଟିକୋଣରୁ ସୁନା ଭଗବାନ ବିଷ୍ଣୁ ଏବଂ ବୃହସ୍ପତି ସହିତ ଜଡିତ। ତେଣୁ ଅଣ୍ଟା ତଳେ ସୁନା ପିନ୍ଧିବା ଉଚିତ୍ ନୁହେଁ, ନଚେତ୍ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଏଥିରେ କ୍ରୋଧିତ ହୁଅନ୍ତି । ତେଣୁ ଗୋଡରେ ରୂପା ପିନ୍ଦିବା ଶୁଭ ହୋଇଥାଏ । ଏଥିସହିତ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ ।

ଏଥିସହିତ ସେମାନଙ୍କ ସ୍ୱାସ୍ଥ୍ୟପାଇଁ ମଧ୍ୟ ଏହା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ସାଧାରଣତ ବଡ ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠିରେ ଗୋଡମୁଦି ପିନ୍ଧାଯାଏ । କିନ୍ତୁ ଅନେକ ମହିଳାମାନେ ଏକରୁ ଅଧିକ ଆଙ୍ଗୁଠିରେ ମଧ୍ୟ ଏହାକୁ ପିନ୍ଧିଥାନ୍ତି । ଯାହାଫଳରେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । କାରଣ ଶରୀରର ଅନେକ ସ୍ନାୟୁ ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ସହିତ ସଂଯୁକ୍ତ ହୋଇଥାଏ । ଫଳରେ ଏହି ଆଙ୍ଗୁଠିରେ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା ସ୍ନାୟୁ ଉପରେ ଚାପ ପକାଇଥାଏ । ଯାହାକୁ ଆକ୍ୟୁପ୍ରେସର ଥେରାପି ମଧ୍ୟ କୁହାଯାଇପାରେ । ଯାହାକି ଏହା ସ୍ନାୟୁ ପ୍ରଣାଳୀ ଏବଂ ମାଂସପେଶୀକୁ ମଜବୁତ କରିଥାଏ। ବୁଢା ଆଙ୍ଗୁଠିତ ନିକଟବର୍ତ୍ତି ଆଙ୍ଗୁଠିରେ ପିନ୍ଧାଯାଇଥିବା ମୁଦି ଏକ ବିଶେଷ ଶିରା ଉପରେ ଚାପ ପକାଇଥାଏ । ଏଥିସହିତ ଏହା ଗର୍ଭାଶୟରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ଫଳରେ ଗର୍ଭଧାରଣ କରିବାର କ୍ଷମତା ବଢିଥାଏ ।

Leave a Reply

Your email address will not be published. Required fields are marked *