ମାତ୍ର ୨୨ ବର୍ଷ ବୟସରେ ପାଇଥିଲେ ୟୁପିଏସସି, ବ୍ୟାଚ୍‌ର ଥିଲେ ସର୍ବ କନିଷ୍ଠ IAS ଅଧିକାରୀ

ନୂଆଦିଲ୍ଲୀ, ୦୫/୦୪ : UPSC ପରୀକ୍ଷାକୁ ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ଏହି ପରୀକ୍ଷାରେ ସଫଳତା ପାଇବା ପାଇଁ ଲୋକମାନଙ୍କୁ ବର୍ଷ ବର୍ଷ ସମୟ ଲାଗିଯାଏ। ହେଲେ ଆମେ ଆଜି ଆପଣଙ୍କୁ ଏଭଳି ଜଣେ ଆଇଏଏସ୍ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ୨୨ ବର୍ଷ ବୟସରେ ୟୁପିଏସସି ପାଇଥିଲେ। ସେ ହେଉଛନ୍ତି ରାଜସ୍ଥାନର ସ୍ଵାତୀ ମୀନା। ସେ ତାଙ୍କ ବ୍ୟାଚରେ ସର୍ବକନିଷ୍ଠ ଆଇଏଏସ୍ ଅଧିକାରୀ ଥିଲେ। ସ୍ଵାତୀ ମୀନା ମାତ୍ର ୨୨ ବର୍ଷ ବୟସରେ UPSC କ୍ଲିଅର କରି IAS ଅଫିସର ହୋଇଥିଲେ। ସେ ତାଙ୍କ ବ୍ୟାଚ୍ ର କନିଷ୍ଠ IAS ଅଧିକାରୀ ହୋଇଥିଲେ ମଧ୍ୟ ଆଜି ତାଙ୍କ ନାମ ଦେଶର ନିର୍ଭୀକ ତଥା ପ୍ରାଧାନ ଅଧିକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।

ସ୍ଵାତୀ ମୀନା ୧୯୮୪ରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଡାକ୍ତର ହୁଅନ୍ତୁ ବୋଲି ତାଙ୍କ ମାଆ ଚାହୁଁଥିଲେ। ସ୍ଵାତୀ ମଧ୍ୟ ପିଲାଦିନରୁ ଏହି ସ୍ୱପ୍ନ ଦେଖି ଆସୁଥିଲେ। ହେଲେ ଅଷ୍ଟମରେ ପଢିଲା ବେଳେ ତାଙ୍କର ଜଣେ ସମ୍ପର୍କୀୟ ୟୁପିଏସସି ପାଇଥିଲେ। ସେହି ସମୟରେ ସ୍ଵାତୀ ତାଙ୍କୁ ବେଟି ବେଶ୍ ଖୁସି ହୋଇଥିଲେ। ସ୍ଵାତୀଙ୍କ ପିତା ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ଏବଂ ତାଙ୍କ ମା ଏକ ପେଟ୍ରୋଲ ପମ୍ପ ଚଳାନ୍ତି। ପିତାଙ୍କୁ ଗର୍ବିତ କରାଇବା ପାଇଁ ସ୍ଵାତୀ IAS ଅଫିସର ହେବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିରେ ତାଙ୍କ ବାପା ଖୁବ୍ ଖୁସି ଥିଲେ ଏବଂ ସମର୍ଥନ କରୁଥିଲେ।

ସ୍ଵାତୀ ଇତିହାସ, ଅର୍ଥନୀତି ଏବଂ ରାଜନୀତିକ ବିଜ୍ଞାନ ବିଷୟରେ କଳାରେ ସ୍ନାତକ ହାସଲ କରିଥିଲେ ଏବଂ ତା’ପରେ UPSC ପାଇଁ ଏକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିଲେ। ସେହି ସମୟରେ ସ୍ଵାତୀଙ୍କ ପିତା ମଧ୍ୟ ତାଙ୍କର ଅନେକ ଡେମୋ ସାକ୍ଷାତକାର ନେଇଥିଲେ। ସ୍ଵାତୀ ମୀନା ମଧ୍ୟ କଠିନ ପରିଶ୍ରମ କରିଥିଲେ ଏବଂ ୨୦୦୭ରେ UPSC ପରୀକ୍ଷା ଦେଇ ତାଙ୍କର ପ୍ରଥମ ପ୍ରୟାସରେ ସଫଳତା ପାଇଥିଲେ। ସେ କୌଣସି କୋଚିଂ ବିନା ୨୬୦ ରାଙ୍କରେ ଉନ୍ନୀତ ହୋଇଥିଲେ। ଆଜି ସେ ମଧ୍ୟପ୍ରଦେଶ କ୍ୟାଡରର IAS ଅଧିକାରୀ ଅଟନ୍ତି। ସେ ଜଣେ ନିର୍ଭୀକ ଅଧିକାରୀ ଭାବରେ ଜଣାଶୁଣା। UPSC ପାଇଁ ପ୍ରସ୍ତୁତ କରୁଥିବା ଯୁବକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Leave a Reply

Your email address will not be published. Required fields are marked *