ମିସ୍‌ ଇଣ୍ଡିଆ ଆଇକନିକ୍‌ ଦିଭା ମଡେଲ୍‌ ସୋ’ରେ ବାଜି ମାରିଛନ୍ତି ଓଡ଼ିଆ ଝିଅ ସଞ୍ଜନା ପ୍ରଧାନ

ମୁମ୍ବାଇ, ୦୪/୦୪ : ମୁମ୍ବାଇରେ ଅନୁଷ୍ଠିତ ମିସ୍‌ ଇଣ୍ଡିଆ ଆଇକନିକ୍‌ ଦିଭା ମଡେଲ୍‌ ସୋ’ରେ ବାଜି ମାରିଛନ୍ତି ଓଡ଼ିଆ ଝିଅ । ମଡେଲ୍‌ ସଞ୍ଜନା ପ୍ରଧାନ ଆଇକନିକ୍‌ ଦିଭାର ପ୍ରଥମ ରନର୍ସଅପ୍‌ ମୁକୁଟ ହାତେଇଛନ୍ତି । ଏହି ମଡେଲ୍‌ ସୋ’ରେ ସାରା ଦେଶରୁ ୧୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ୍‌କୁ ୨୩ ଜଣଙ୍କୁ ଚୟନ କରାଯାଇଥିଲା । ଯେଉଁଥିରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଥିଲେ ସଞ୍ଜନା । ଏମାନଙ୍କ ଭିତରୁ ପ୍ରଥମ ରନର୍ସଅପ୍‌ ହେବାର ସଫଳତା ସେ ହାସଲ କରିଛନ୍ତି ।

ସଞ୍ଜନା ଏହି କ୍ରାଉନ ଜିତିବା ପରେ ବିଭିନ୍ନ ନାମୀଦାମୀ କମ୍ପାନି ତରଫରୁ ତାଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ କରାଯାଇଛି । ସଞ୍ଜନାଙ୍କ ଘର ବାଲେଶ୍ୱର ହୋଇଥିବା ବେଳେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ସେବା କରିବାକୁ ଆଶା ରଖିଛନ୍ତି । ଏହାସହ ମଡେଲ୍‌ରେ ରୁଚି ରଖିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *