ଏହି ଦୁଇ ଭିଟାମିନ୍ ଅଭାବରୁ ହୋଇଥାଏ ନିଦ୍ରାହୀନତା, ଜାଣନ୍ତୁ କିଭଳି କରିବେ ଏହି ସମସ୍ୟାକୁ ଦୂର…

ଭୁବନେଶ୍ଵର, ୧୫/୦୯ : ଶାରିରୀକ ଏବଂ ମାନସିକ ରୂପରେ ସୁସ୍ଥ ରହିବା ପାଇଁ ରାତିରେ ୭ ରୁ ୮ ଘଣ୍ଟା ନିଦ୍ରା ଜରୁରୀ। ଯେଉଁ ଲୋକମାନଙ୍କୁ ରାତିରେ ଭଲ ନିଦ ହୋଇନଥାଏ ସେମାନେ ଦିନରେ ଖୁବ୍ ଶୀଘ୍ର ଥକି ଯାଆନ୍ତି ଏଵଂ ସବୁ କିଛି ଚିଡଚିଡା ଲାଗେ। ତେବେ ରାତିରେ ଗାଢ ନିଦ ନଆସିବାର ବହୁ କାରଣ ରହିଛି। ଯେପରିକି ମୋବାଇଲ୍‌ର ବ୍ୟବହାର, ଅଧିକ ସମୟ ଟିଭି ଦେଖିବା, ଚିନ୍ତାରେ ରହିବା, ଅଧିକ ଚା କିମ୍ଵା କଫି ପିଇବା। ଏଭଳି କରିବା ଦ୍ଵାରା ନିଦ ଭଲ ହୋଇନଥାଏ।

ତେବେ ଆପଣ ଜାଣିଛନ୍ତି କି, ନିଦ୍ରାହୀନତାର ସମସ୍ୟା ଆପଣ ଘରେ ଦୂର କରପାରିବେ। ଶରୀରରେ ଭିଟାମିନ୍ ଡି ଏବଂ ଭିଟାମିନ୍ ବି ୬ର କମି କାରଣରୁ ପ୍ରାୟତଃ ଏହି ସମସ୍ୟା ହୋଇଥାଏ। ଗାଢ ନିଦ ପାଇଁ ଆପଣଙ୍କ ଡାଇଟରେ କରନ୍ତୁ ପରିବର୍ତ୍ତନ। ଦେଖିବେ ଆପଣଙ୍କୁ ଭଲ ନିଦ ଆସିବେ।

ଭିଟାମିନ୍ ଡି ପାଇଁ ଅଣ୍ଡା, ମାଛ, ଏବଂ ଛତୁ ଖାଆନ୍ତୁ। କଅଁଳ ଖରାରେ ଠିଆ ହୁଅନ୍ତୁ। ସେହିପରି ଭିଟାମିନ୍ ବି ୬ ପାଇଁ ଚିକେନ୍, ମୁଗ, ଅଣ୍ଡା, କ୍ଷୀର, କଞ୍ଚା ମଟର, ଗାଜର ଖାଆନ୍ତୁ।

Leave a Reply

Your email address will not be published. Required fields are marked *