ପଟିଆଲା ସୁଟ୍‌ ସହିତ ପିନ୍ଧନ୍ତୁ ଷ୍ଟାଇଲିସ୍ ମୋଜରି, ଦେଖାଯିବ ସୁନ୍ଦର

ଭୁବନେଶ୍ଵର, ୨୩/୦୬ : ଝିଅମାନେ ସାଧାରଣତଃ ସୁନ୍ଦର ଦେଖାଯିବାକୁ ଅନେକ ଡିଜାଇନ୍‌ର ଫୁଟ୍‌ୱିୟର୍‌ ପିନ୍ଧନ୍ତି। ଅନେକ ଡିଜାଇନ୍‌ ର ଫୁଟୱିୟର ବଜାରରେ ମଧ୍ୟ ଉପଲବ୍ଧ ହେଉଛି। କିଛି ମହିଳା ଥାଆନ୍ତି ଯିଏ ଆରାମ ଅନୁଯାୟୀ ଫୁଟୱିୟର୍‌ ପିନ୍ଧନ୍ତି । ଆଉ କିଛି ଷ୍ଟାଇଲ୍‌ ଏବଂ ଡିଜାଇନର୍‌ ଫୁଟୱିୟର୍‌ ପିନ୍ଧିବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ଡିଜାଇନର୍‌ ଏବଂ ଆରାମଦାୟକ ଫୁଟୱିୟର୍‌ ପିନ୍ଧିବାକୁ ଚାହୁଁଥିବେ ତେବେ ମୋଜରି ପିନ୍ଧିପାରିବେ । ପଟିଆଲା ସୁଟ୍‌ ସହିତ ଏହା ଷ୍ଟାଇଲିଶ୍‌ ଲାଗିଥାଏ ।

ଧଳା ଏଥନିକ୍‌ ମୋଜରି –
ଯଦି ଆପଣଙ୍କୁ ଧଳା ରଙ୍ଗ ପସନ୍ଦ, ତା’ହେଲେ ଏହି ରଙ୍ଗର ମୋଜରି ପିନ୍ଧିପାରିବେ । ପର୍ଲ ଡିଜାଇନ କିମ୍ବା ପ୍ଲେନ୍‌ ଡିଜାଇନର ପିନ୍ଧିପାରିବେ । ଏହି ପ୍ରକାର ଅପସନ୍‌ ଆପଣଙ୍କୁ ସହଜରେ ଅନଲାଇନ୍‌ ଏବଂ ଅଫଲାଇନ୍‌ ଉଭୟ ଜାଗାରେ ମିଳିଯିବ । ଏହାକୁ ଆପଣ ଡାର୍କ କଲର ପଟିଆଲା ସୁଟ୍‌ ସହିତ ପେୟାର କରିପାରିବେ । ଲୁକ୍‌ ଅଧିକ କ୍ଲାସି ଦିଶିଥାଏ ।

ଟ୍ରେଣ୍ଡରେ ମିରର୍‌ ୱାର୍କ ମୋଜରି –
ମିରର୍‌ କାମ ହୋଇଥିବା ମୋଜରି ସବୁବେଳେ ଟ୍ରେଣ୍ଡରେ । ଏହାକୁ ମହିଳାମାନେ ବିବାହ କିମ୍ବା କୌଣସି ଇଭେଣ୍ଟକୁ ପିନ୍ଧି ଯିବାକୁ ଅଧିକ ପସନ୍ଦ କରନ୍ତି । ଆପଣ ଚାହିଁଲେ ମିରର୍‌ କାମ ହୋଇଥିବା ରଙ୍ଗୀନ ମୋଜରି ପିନ୍ଧିପାରିବେ । କିନ୍ତୁ ଧ୍ୟାନ ରଖିବେ ଯେ ଏହା ଯେମିତି ଆପଣଙ୍କ ପଟିଆଲା ସୁଟ୍‌କୁ ମ୍ୟାଚ କରୁଥିବ ।

ଶାଢ଼ିରେ ମଲ୍ଟିକଲର୍‌ ମୋଜରି-
ମଲ୍ଟିକଲର୍‌ ମୋଜରି ସବୁ କଲର ପଟିଆଲା ସୁଟ୍‌ ସହିତ ଭଲ ମାନିଥାଏ । ଏହାକୁ ଆପଣ ଆଉଟଫିଟ୍‌ ସହିତ ପେୟାର କରିପାରିବେ । ଏହାର କଲର ଅପସନ୍‌ ଆପଣଙ୍କୁ ବଜାର ଏବଂ ଅନଲାଇନ୍‌ରେ ମିଳିଯିବ । ଥ୍ରେଡ କାମ ହୋଇଥିବା ମଲ୍ଟିକଲର୍‌ ମୋଜରି ମଧ୍ୟ ବହୁତ ସୁନ୍ଦର ଲାଗିଥାଏ । ଟ୍ରାଡିସନାଲ ଲୁକ୍‌ ଦେଇଥାଏ । ଏହାକୁ ଶାଢି଼ ସହିତ ପିନ୍ଧିପାରିବେ, ଆରାମଦାୟକ ଅନୁଭବ କରିବେ ।

ଗୋଲ୍ଡ ଟୋନଡ୍‌ ସିକ୍ୱିନ୍‌ ମୋଜରି-
ଗୋଲ୍ଡ ଟୋନଡ୍‌ ସିକ୍ୱିନ୍‌ ମୋଜରି ଆପଣ ପାର୍ଟିରେ ପଟିଆଲା ସହିତ ପେୟାର କରିପାରିବେ । ଷ୍ଟାଇଲିଶ୍‌ ଲାଗିଥାଏ ଏବଂ ଯେକୌଣସି ରଙ୍ଗର ଆଉଟଫିଟ୍‌ ସହିତ ପିନ୍ଧିପାରିବେ । ପଟିଆଲା ସୁଟ୍‌ ବ୍ୟତୀତ ଏହାକୁ କୁର୍ତ୍ତି, ଲଙ୍ଗ୍‌ ସ୍କର୍ଟ ଏବଂ ଶାଢ଼ି ସହିତ ପିନ୍ଧିପାରିବେ ।

Leave a Reply

Your email address will not be published. Required fields are marked *