ଭିଟାମିନ ଡି ଏମିତି ଏକ ଭିଟାମିନ ଯାହାକୁ ଆମ ଶରୀର ନିଜେ ମଧ୍ୟ ତିଆରି କରିପାରିବ, ଏଥିପାଇଁ କେବଳ ଆବଶ୍ୟକ ସୂର୍ଯ୍ୟାଲୋକର। ଯେମିତି ସୂର୍ଯ୍ୟାଲୋକର ଉପସ୍ଥିତିରେ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ସେମିତି ଆମ ଶରୀର ନିଜର ଆବଶ୍ୟକତା ଅନୁସାରେ ଭିଟାମିନ ଡି ପ୍ରସ୍ତୁତ କରିଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ସୂର୍ଯ୍ୟାଲୋକ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିଲେ ମଧ୍ୟ ବିଶ୍ବର ଅଧା ଲୋକ ଭିଟାମିନ ଡି ଅଭାବର ଶିକାର ହୋଇଥାନ୍ତି। ଆମ ଦେଶରେ ଏହି ସଂଖ୍ୟାତ ଆହୁରି ସଂଗୀନ। Tata 1mg ଲ୍ୟାବ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ 76% ଲୋକ ଭିଟାମିନ୍ ଡି ଅଭାବରେ ପୀଡିତ। ଏହାର ଅର୍ଥ ହେଉଛି ପ୍ରତି 4 ଜଣରେ 3 ଜଣ ଭିଟାମିନ୍ ଡିରେ ଅଭାବ ପଡ଼ିଛନ୍ତି | ଭାରତର ବରୋଦା, ଦିଲ୍ଲୀ, ହାଇଦ୍ରାବାଦ ସୁରଟ ଭୋପାଳ, ଇନ୍ଦୋର ଭଳି ସହରର ବାସିନ୍ଦାଙ୍କ ନିକଟରେ ଭିଟାମିନ ଡିର ଅଭାବ ବେଶୀ ଦେଖାଦେଇଥାଏ। ଯଦି ଆମେ ଭାରତର ଭୌଗଳିକ ଅବସ୍ଥାନକୁ ଦେଖିବା, କର୍କଟକ୍ରାନ୍ତି ଆମ ଦେଶର ମଧ୍ୟଭାଗ ଦେଇ ଯାଇଛି । ଏହାର ଅର୍ଥ ଆମ ଦେଶ ବର୍ଷସାରା ଅତିରିକ୍ତ ସୂର୍ଯ୍ୟ କିରଣ ପାଇଥାଏ । ଏଭଳି ପରିସ୍ଥିତିରେ ଏତେ ସଂଖ୍ୟକ ଭାରତୀୟଙ୍କଠାରେ ଭିଟାମିନ୍ ଡି ର ଅଭାବକୁ ନେଇ ପ୍ରଶ୍ନ ଉଠିଛି।
ଜାଣିବା ଭିଟାମିନ୍ ଡି ଅଭାବର ଲକ୍ଷଣଗୁଡ଼ିକ କ’ଣ? ଭିଟାମିନ ଡିର ଅଭାବରେ ଆମଶରୀରେ ହାଡ଼ ଦୁର୍ବଳ ହେବା, ସବୁବେଳେ ଥକି ପଡ଼ିବା ଭଳି ଲାଗିବା, ମାନସିକ ଚାପଗ୍ରସ୍ତ ହେବା, ଯକୃତ ଦୁର୍ବଳ ହେବା, ମାଂସପେଶୀ ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଭିଟାମିନ ଡି ଆମ ଶରୀରରେ କ୍ୟାଲସିୟମ ସନ୍ତୁଳନ ରଖିଥାଏ। ଇମ୍ୟୁନିଟି ବଢ଼ାଇବା ସହିତ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ମିଳିଥାଏ। ହୃତପିଣ୍ଡକୁ ଶକ୍ତିଶାଳି କରିବା ସହିତ ହୃଦରୋଗରୁ ରକ୍ଷା ଦେଇଥାଏ। ଓଜନ କମ କରିବାରେ ମଧ୍ୟ ଏହା ସହଯୋଗ କରିଥାଏ। ମାନସିକ ସନ୍ତୁଳନ ରକ୍ଷା କରୁଥିବା ଭିଟାମିନକୁ ମଧ୍ୟ ସହାୟତା ଦେଇଥାଏ। ଯେଉଁଥିପାଇଁ ଡିପ୍ରେସନ ଏନଜାଇଟି ଭଳି ରୋଗ ଆମ ପାଖକୁ ଆସିନଥାଏ।
ଜାଣିବା ଭିଟାମିନ୍ ଡି ଅଭାବ ହେଲେ ଆମ ଶରୀର କେଉଁ ପ୍ରକାରର ସଙ୍କେତ ଦେଇଥାଏ । ଆମ ଶରୀରରେ ଭିଟାମିନ୍ ଡି ଏକ ପରିବାରର ମୁଖ୍ୟଙ୍କ ଭଳି ସମାନ ଦାୟିତ୍ବ। ଅଟେ । ଏହା ଆମ ଶରୀରର ଏକ ମୌଳିକ ଆବଶ୍ୟକତା । ହାର୍ଭାର୍ଡ ମେଡିକାଲ୍ ସ୍କୁଲ୍ ଅନୁଯାୟୀ, ଆମ ଶରୀରରେ 200 ରୁ ଅଧିକ ଛୋଟ ଏବଂ ବଡ କାର୍ଯ୍ୟ ପାଇଁ ଭିଟାମିନ୍ ଡି ଦାୟୀ । ଷ୍ଟାନଫୋର୍ଡ ମେଡିକାଲ୍ ସ୍କୁଲର 2019 ଅଧ୍ୟୟନ ଅନୁଯାୟୀ ଭିଟାମିନ୍ ଡି ଅଭାବ ସାଂଘାତିକ ରୋଗ ହେବାର ସମ୍ଭାବନାକୁ 18% ବଢ଼ାଇ ଦେଇଥାଏ । ଏଭଳି ପରିସ୍ଥିତିରେ ଭାରତରେ ଏତେ ସଂଖ୍ୟକ ଲୋକ ଏହାର ଅଭାବର ଶିକାର ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ।
ଜାଣିବା କେଉଁ କେଉଁ କାରଣ ପାଇଁ ଭିଟାମିନ ଡିର ଅଭାବ ଦେଖାଦେଉଛି। ଭୌଗଳିକ ଅବସ୍ଥିତି, ବାୟୁ ପ୍ରଦୂଷଣ, ଶରୀରର ରଙ୍ଗ, ଶରୀରର ତାପମାତ୍ରା, ଅତ୍ୟଧିକ ସନସ୍କ୍ରିନ ଲୋସନର ବ୍ୟବହାର ଭିଟାମିନ ଡି ପ୍ରସ୍ତୁତିକୁ ପ୍ରଭାବିତ କରିଥାଏ। ସେହିପରି ବୟସ ବଢ଼ିବା ମଧ୍ୟ ସହିତ ଶରୀରରେ ଭିଟାମିନ ଡି ପ୍ରସ୍ତୁ
ତି ପ୍ରଭାବିତ ହୋଇଥାଏ।
‘ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ଏଣ୍ଡୋକ୍ରୋନୋଲୋଜି ଆଣ୍ଡ ମେଟାବୋଲିଜିମ୍’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭିଟାମିନ୍ ଡି ର ସାଧାରଣ ସ୍ତର ବଜାୟ ରଖିବା ପାଇଁ ଭାରତୀୟମାନଙ୍କୁ ପ୍ରତିଦିନ 1 ଘଣ୍ଟା ସୂର୍ଯ୍ୟ କିରଣ ଆବଶ୍ୟକ କରନ୍ତି। ଯଦି ଆମେ ଅପରାହ୍ନରେ 1 ଘଣ୍ଟା ସୂର୍ଯ୍ୟ କିରଣରେ ରହିଥାଉ ତେବେ ଭିଟାମିନ୍ D ର ସ୍ତର ବଜାୟ ରହିପାରିବ ।
ଏଠାରେ ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ଆମ ଚର୍ମର ଅଂଶ ଯାହା ସୂର୍ଯ୍ୟ କିରଣ ସହିତ ସିଧାସଳଖ ସଂସ୍ପର୍ଶରେ ଆସେ, ସମାନ ପରିମାଣର ଭିଟାମିନ୍ ଡି ଉତ୍ପାଦନ କରେ । ପୋଷାକ ପିନ୍ଧି ସୂର୍ଯ୍ୟକିରଣରେ ବସିବାର କୌଣସି ଫାଇଦା ନଥାଏ | ସେହିପରି କିଛି ଖାଦ୍ୟ ମଧ୍ୟ ଅଛି ଯାହାଦ୍ବାରା ଭିଟାମିନ ଡିର ଅଭାବ ପୂରଣ କରାଯାଇପାରିବ, ସେମଧ୍ୟରେ ତେଲିଆ ମାଛ, ମାଂସ, ଅଣ୍ଡା କେଶର, ଛେନା, କମଳା ରସ ଭଳି କିଛି ରହିଛି।
Which vegetables rich with vitamin D