ପହିଲି ଦିନରେ ମୀରାବାଈ ଚାନୁଙ୍କ କମାଲ- ମଣିପୁରରୁ ରୁପା ମେଡାଲ

ଜାପାନରେ ଅଲିମ୍ପିକ୍ସ ଆରମ୍ଭ ହେବାର ପ୍ରଥମ ଦିନରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି ମଣିପୁର ଲାଡଲି ମୀରାବାଈ ଚାନୁ । ଭାରତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତି ପୂରା ଦେଶ ପାଇଁ ଉତ୍ସାହ ଭରି ଦେଇଛନ୍ତି ଚାନୁ । ୪୯ କେଜି ବର୍ଗରେ ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଏଜନ ଉଠାଇଥିଲେ। ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ହାସଲ କରିବା ଏବଂ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।    କର୍ଣ୍ଣମ ମାଲେଶ୍ୱରୀଙ୍କ ପରେ ସେ ହେଉଛନ୍ତି ମୀରାବାଈ ଚାନୁ ହେଉଛନ୍ତି ଦ୍ୱିତୀୟ ଭାରୋତ୍ତୋଳନକାରୀ ଯିଏ ଦେଶ ପାଇଁ ଅଲିମ୍ପିକ୍ସରେ ମେଡାଲ ଜିତିଛନ୍ତି। ୨୦୦୦ ମସିହାରେ ଅନୁଷ୍ଠିତ ସିଡ୍‌ନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ।

https://twitter.com/airnewsalerts/status/1418838182452359168

ପଦକ ଜିତିବା ପରେ ମୀରାବାଈ ଏତେ ଖୁସି ହୋଇଯ଼ାଇଥିଲେ ଯେ  ସେ ତାଙ୍କର କୋଚଙ୍କୁ କୁଣ୍ଢାଇ ପକାଇଥିଲେ । ସେ ଖୁସିରେ ସେଠାରେ ନାଚିବାରେ ଲାଗିଥିଲେ ତାଙ୍କ ଆଖିରୁ ଲୁହ ଆସିବାରେ ଲାଗିଥିଲା। ଚୀନର ହୋଉଝିଉଇଙ୍କୁ ସ୍ବର୍ଣ୍ଣ ଯ଼ାଇଥିବା ବେଳେ ଇଣ୍ଡୋନେସିଆର  ୱିଣ୍ଡି କାଣ୍ଟିକାଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ପ୍ରଥମ ଦିନରେ ଭାରତ ପାଇଁ ଜଣେ ମହିଳା ପଦକ ଜିତିବା ପୂରା ଦେଶ ପାଇଁ ଉତ୍ସାହ ଭରିଦେଇଛି । ମଣିପୁରର ଏହି ଝିଅଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାର ଲାଗିଛି। ଅଲିମ୍ପିକ୍ସର ଆରମ୍ଭ ଏହାଠାରୁ ଭଲ ଭାବେ ହେବ ବୋଲି କେବେ ବି ଆଶା କରାଯ଼ାଇନଥିଲା ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରିବା ସହ ଚାନୁଙ୍କ ସହ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଫୋନ କରି ଚାନୁଙ୍କ ସହିତ କଥା ହୋଇ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

 

ମଣିପୁରର ଚାନୁଙ୍କ ପରିବାର ପ୍ରତିକ୍ରିୟା ପ୍ରକାଶ କରି ଖୁସି ଜାହିର କରିଛନ୍ତି। ତାଙ୍କ ମା କହିଛନ୍ତି ସେ ପଦକ ହାସଲ କରିବେ ବୋଲି ତାଙ୍କର ଦୃଢ଼ ଆଶା ଥିଲା । ପ୍ରଥମ ଦିନରେ ସେ ଦେଶକୁ ଗୌରବାନ୍ବିତ କରିଥିବାରୁ ସେ ବେଶ ଖୁସି। ଛୋଟ ବେଳୁ ସେ ଯେତେବେଳେ ଗୋଟେ ଗୋଟେ କାଠ ଗଣ୍ଡି ଉଠାଇ ନିଏ ତାର ଭାଇମାନେ ବି ସେତିକି ପାରନ୍ତି ନାହିୱ ଝିଅର ଏମିତି ଗୁଣ ଦେଖି ଆମକୁ ଲାଗୁଥିଲା ସେ ଗୋଟେ କିଛି କରିବ। ଏବେ ସେ ଦେଶ ପାଇଁ ନାଁ ରଖିଥିବାରୁ ଖୁବ ଖୁସି ଲାଗୁଛି ବୋଲି ସେ କହିଛନ୍ତି।

ମହାମାରୀ ଭିତରେ ଅଲିମ୍ପିକ୍ସ ବିଳମ୍ବିତ ହୋଇଥିବା ବେଳେ ଏଥର ଭାରତ କିନ୍ତୁ ପ୍ରଥମ ଦିନର ରୌପ୍ୟ ପଦକ ହାସଲ କରି ଚମକ ପ୍ରଦ ଅଭିଯାନ ଆରମ୍ଭ କରିଛି।  ଏତିକିବେଳେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

Leave a Reply

Your email address will not be published. Required fields are marked *