ବରକୁ ଧରି ମାରିଲା ଛୁ … ସମସ୍ତେ ଜଳକା

ବରକୁ ନେଇ ଛୁ … ଗଲା ତ ଗଲା ସମସ୍ତଙ୍କ ଅକଲ ଗୁଡ଼ୁମ। ବାହାଘର କେମିତି ହେବ ଚହଳ ପଡ଼ିଗଲା। ବର ଠିକ କନିଆ ଘର ପାଖରେ ପହଞ୍ଚିଯ଼ାଇଥିଲା । ବାଜା ବାଣରେ ଫାଟି ପଡୁଥିଲା ପରିବେଶ। ସମସ୍ତେ ନାଚରେ ମସଗୁଲ ଥିଲେ । ଏତିକିବେଳେ ବରକୁ ନେଇ ଛୁ ହୋଇଗଲା ଘୋଡ଼ି।ପ୍ରଥମେ ଦେଖନ୍ତୁ ଭିଜୁଆଲ ତାପରେ ପୂରା ଘଟଣା ବର୍ଣ୍ଣନା କରିବା।

ଘଟଣା ହେଉଛି ରାଜସ୍ଥାନର ଆଜମେରର । ଆଜମେରର ରାମପୁରା ଗାଁରେ ବାହାଘର ଚାଲିଥିଲା। ବର ଘୋଡ଼ି ଉପରେ ବସି ଆସିଥିଲା। ବାହାଘର ପାଇଁ ଉଛୁଳି ପଡୁଥିଲା ଖୁସିର ପରିବେଶ । ଏହି ସମୟରେ ଗୋଟିଏ ବାଣ କେହି ଜଣେ ଘୋଡ଼ି ପାଖରେ ଫୁଟେଇ ଦେଇଥିଲା। ଏତେ ପାଖରେ ବାଣ ଫୁଟିବାରୁ ଘୋଡ଼ି ତରକି ଯାଇଥିଲା ଏବଂ ବର ସହିତ ଛୁ ମାରିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଘୋଡ଼ିର ମାଲିକ ବି ପଛରେ ଦୌଡ଼ିଥିଲା କିନ୍ତୁ ସେ ପାରିନଥିଲା।  ସୂଚନା ଅନୁସାରେ ଘୋଡ଼ି 4 କିଲୋମିଟର ବରକୁ ନେଇ ପଳାଇଥିଲା। ତେବେ ସେଠାରେ ଲୋକେ ତାକୁ ଘୋରି ଯ଼ାଇଥିଲେ ବୋଧେ ବଲିଉଡ଼ି ଷ୍ଟାଇଲରେ କିଛି ଢିସୁମ ଢିସୁମ ହୋଇଥିବ । ତାପରେ ଘୋଡ଼ି ପାଖରୁ ବରକୁ ଉଦ୍ଧାର କରାଯ଼ାଇଥିଲା।  ତେବେ ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ପଶୁଙ୍କ ପାଖରେ ବାଣ ଫୁଟାଇବା ଯ଼େ ଅନୁଚିତ ଏହି ଶିକ୍ଷା ତ ଏଥିରୁ ମିଳୁଛି।

Leave a Reply

Your email address will not be published. Required fields are marked *