କିଏ ସେ ନୀଳ ନୟନା, ଯାହାଙ୍କ ପାଇଁ ନେଟିଜେନ ଦିୱାନା

Monalisa

ତାରକା ସଦୃଶ ଆଖି ଥିବା ଜଣେ ସୁନ୍ଦରୀ ମହିଳା ସୋସିଆଲ ମିଡିଆର ନୂଆ ସେନସେସନ ହୋଇଛି । ସେ କୌଣସି ହଲିଉଡ଼ କିମ୍ବା ବଲିଉଡ ବ୍ୟୁଟି ନୁହନ୍ତି କିନ୍ତୁ ଏବେ ନେଟିଜେନ ସେହି ସୁନ୍ଦରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଏହି ଡସ୍କି ବ୍ୟୁଟି ଏବେ ରାତାରାତି ସୋସିଆଲ ମିଡିଆ କ୍ବିନ ହୋଇଯାଇଛନ୍ତି। ଏହି ଯୁବତୀ ହେଉଛନ୍ତି ମୋନାଲିସ ଭୋନସଲେ। ମୋନାଲିସାଙ୍କୁ କୁମ୍ଭ ମେଳାରେ ଠାବ କରାଯିବା ପରେ ତାଙ୍କ ସୌନ୍ଦର୍ଯ୍ୟର ଅନେକ ଦିୱାନା ହୋଇଯାଇଛନ୍ତି ।

ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ପ୍ରୟାଗରାଜର ସଙ୍ଗମ ସ୍ଥଳରେ ବୁଡ଼ ପକାଇବାକୁ ଆସୁଛନ୍ତି ଏବଂ ନିଜର ଆଧ୍ୟାତ୍ମିକ ଶୁଦ୍ଧିକରଣ ‘ପାପ’ ମୋଚନ କରିବାକୁ ପ୍ରାର୍ଥନା କରୁଛନ୍ତି। ତେବେ ଏହି ମହାକୁମ୍ଭ ମେଳାରେ ଅନେକ ମଧ୍ୟ ହେଡଲାଇନ ପରିସରକୁ ଆସୁଛନ୍ତି ଯେଉଁମାନଙ୍କ ବିଷୟରେ କେହି କେବେ ଶୁଣିନଥିଲେ କି ଜାଣିନଥିଲେ । ଆଇଆଇଟି ବାବା, ମଡେଲରୁ ସାଧ୍ୱୀ ହର୍ଷ ରିଛାରିଆ ଏବଂ ବର୍ତ୍ତମାନ ମହାକୁମ୍ଭଙ୍କ ମୋନାଲିସା ଏମିତି ଜଣେ ଜଣେ!

ମୋନାଲିସା ଭୋନ୍ସଲେ ନାମକ ଏହି ଯୁବତୀ, ନିଜ ହାତ ତିଆରି ମାଳା ବିକ୍ରି କରିବା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରୁ ଉତ୍ତରପ୍ରଦେଶର ପ୍ରୟାଗରାଜର କୁମ୍ଭ ମେଳାରେ ପହଞ୍ଚିଥିଲେ। ତେବେ ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ଇଣ୍ଟରନେଟ ସେନସେସନ କରିଦେଇଛି । ଲୋକମାନେ ତାଙ୍କ ସହିତ ସେଲ୍ଫି ନେବାକୁ ଭିଡ଼ ଲଗାଇଥିଲେ।
ତାଙ୍କର ସୁନ୍ଦର ଆଖି, ତାଙ୍କର ରଙ୍ଗ, ହସ ମୁହଁ ଏବଂ ତାଙ୍କର ସରଳତା ଲୋକମାନଙ୍କୁ ଆକର୍ଷିତ କରିଛି। ଏହି ବଞ୍ଜାରା ଝିଅ ନାଚୁରାଲ ବ୍ୟୁଟି ବୋଲି ବ୍ୟାଖ୍ୟା କରି ଅନେକ ଫଟୋ ପକାଇଥିଲେ ଓ ତାଙ୍କୁ ବଲିଉଡ଼ ବ୍ୟୁଟିଙ୍କ ସହିତ ତୁଳନା କରିଥିଲେ। ନେଟିଜେନମାନଙ୍କ ଦ୍ୱାରା ବର୍ଣ୍ଣନାରେ ମୋନାଲିସା ଏକର’ ଅଲୌକିକ ସୌନ୍ଦର୍ଯ୍ୟର ଅଧିକାରୀଣୀ ତାଙ୍କର ଆଖି ‘ ମନ୍ତ୍ରମୁଗ୍ଧକର ‘ । ମାତ୍ର ଦିନ କେଇଟାରେ ସେ ଇଣ୍ଟନରନେଟର ସେନସେସନ ହୋଇଯାଇଛନ୍ତି ଏବଂ ସମଗ୍ର ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛନ୍ତି।
‘ବ୍ରାଉନ୍ ବିଉଟି “ନାମରେ ମଧ୍ୟ ପରିଚିତ ଏହି ଯୁବତୀକୁ ମହାକୁମ୍ଭରେ ମୋତି ହାର ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଅପ୍ରତ୍ୟାଶିତ ଭାବରେ, ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଗୋଟିଏ ଭିଡିଓକୁ 15 ନିଯ଼ୁତରୁ ଅଧିକ ଭ୍ୟୁ ମିଳିଥିଲା |

ନିଜର ଇନଷ୍ଟାଗ୍ରାମ, ଫେସବୁକ, ୟୁଟ୍ୟୁବ ଏବଂ ଟ୍ବିଟର ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୋନାଲିସା । ସବୁକିଛି ଠିକ୍ ଅଛି, କିନ୍ତୁ ସବୁକିଛିର ସୀମା ଅଛି, ବର୍ତ୍ତମାନ ଏତେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କ ଭିଡିଓ/ଫଟୋ ନେବାକୁ ଗଲେ ଯେ ସେ ସେ ଖରାପ ଅନୁଭବ କଲେ, ଏପରିକି ବର୍ତ୍ତମାନ ବିରକ୍ତ ଅନୁଭବ କରନ୍ତି। ଏଥିସହିତ ସେ କୁମ୍ଭମେଳା ଛାଡ଼ି ନିଜ ଘର ଇନ୍ଦୋର ଫେରିଯାଇଛନ୍ତି।

Leave a Reply

Your email address will not be published. Required fields are marked *