ରୋଷେଇ ଘରେ କାମ କରିବା ବେଳେ ମହିଳାଙ୍କ ଏହି ସବୁ ଅଙ୍ଗରେ ହୁଏ କଷ୍ଟ, ଘରେ କରନ୍ତୁ ଏହି ସବୁ ଯୋଗାଭ୍ୟାସ

ନୂଆଦିଲ୍ଲୀ, ୧୯/୦୮ : ସାଧାରଣତଃ ଗୃହିଣୀଙ୍କର ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଥାଏ। ଘର ସମ୍ଭାଳିବା ସହ ରୋଷେଇ କାମ କାର୍ଯ୍ୟ କାରଣରୁ ବିଭିନ୍ନ ଅଙ୍ଗ ଦରଜ ରୁହେ। ଅଟା ଦଳିବା ସମୟରେ ହାତରେ କଷ୍ଟ ଅନୁଭବ ହୁଏ। ସେହିପରି କପଡ଼ା ଧୋଇବା ସମୟରେ କିମ୍ଵା ଘର ସଫା କରିବା ସମୟରେ ଅଣ୍ଟା କଷ୍ଟ ହୁଏ। ତେବେ ଜାଣନ୍ତୁ ଏହି କଷ୍ଟ ଦୂର କରିବାର ଉପାୟ।

ଶରୀର କଷ୍ଟ ଦୂର କରିବା ପାଇଁ ଘରେ କରନ୍ତୁ ଯୋଗାଭ୍ୟାସ। ଜାଣନ୍ତୁ ଏହି ସବୁ ଆସନ ବିଷୟରେ-
ମଲାସନ- ଯେଉଁ ମହିଳାମାନଙ୍କ ଗୋଡ ଏବଂ ଜଙ୍ଘ କଷ୍ଟ ହୁଏ ସେମାନେ ମଲାସନ କରିପାରିବେ। ଏହା ଦ୍ଵାରା ଗୋଡର ହାଡ଼ ମଜବୁତ ହୁଏ।

ଭୁଜଙ୍ଗାସନ- ଏହି ଆସନ କରିବା ଦ୍ଵାରା ମହିଳାଙ୍କ ପିଠିରେ ହେଉଥିବା କଷ୍ଟ ଦୂର ହୁଏ। ଏହି ଆସନ ନିୟମିତ କରିବା ଉଚିତ୍। ପ୍ରାୟ ୧୫ ରୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଆସନ କରିବା ଉଚିତ୍।

ବଶିଷ୍ଠାସନ- ହାତକୁ ମଜବୁତ କରିବା ପାଇଁ ବଶିଷ୍ଠାସନ କରିବା ଉଚିତ୍। ଏହାଦ୍ଵାରା ହାତର ମାଂଶପେଷୀ ମଜବୁତ ହୋଇଥାଏ।

ମକରାସନ- ଯଦି କାନ୍ଧ କିମ୍ଵା ବେକରେ କଷ୍ଟ ଅନୁଭବ ହୁଏ ତେବେ ମକରାସନ କରିବା ଉଚିତ୍।

Leave a Reply

Your email address will not be published. Required fields are marked *