ମିସ୍ ଇଣ୍ଡିଆ ହେବାର ସ୍ଵପ୍ନ ଦେଖିଥିଲେ ହୋଇଗଲେ ପ୍ରଶାସନିକ ଅଧିକାରୀ, ଜାଣନ୍ତୁ ମିସ୍ ଉତ୍ତରାଖଣ୍ଡ ତସ୍କିନ୍ ଖାନଙ୍କ କାହାଣୀ…

ନୂଆଦିଲ୍ଲୀ, ୨୨/୦୮ : UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିୟୁଟି କ୍ଵିନ୍। ସେ ମିସ୍ ଇଣ୍ଡିଆ ହେବାର ସ୍ଵପ୍ନ ଦେଖିଥିଲେ ହୋଇଗଲେ ପ୍ରଶାସନିକ ଅଧିକାରୀ। ଏହା ହେଉଛି ପୂର୍ବତନ ମିସ୍ ଉତ୍ତରାଖଣ୍ଡ ତସ୍କିନ୍ ଖାନଙ୍କ କାହାଣୀ। ସେ ୨୦୨୨ ମସିହାରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତସ୍କିନ ଆରମ୍ଭରୁ ଅଧ୍ୟୟନରେ ତୀକ୍ଷ୍ଣ ନଥିଲେ। ସେ ଗଣିତକୁ ବହୁତ ଡରୁଥିଲେ। ତେବେ ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ସେ ବିଜ୍ଞାନ ଷ୍ଟ୍ରିମରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ।

ତସ୍କିନ ଖାନ ଜଣେ ପେଷାଦାର ମଡେଲ ଏବଂ ଅଭିନେତ୍ରୀ। ଏହା ବ୍ୟତୀତ ସେ ଜଣେ ବାସ୍କେଟବଲ୍ ଚାମ୍ପିଅନ୍। ଜାତୀୟ ସ୍ତରର ବିତର୍କ ମଧ୍ୟ କରିଛନ୍ତି। ତସ୍କିନ NEET ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ କିନ୍ତୁ ତାଙ୍କ ପିତାମାତା ଫି ଦେବାକୁ ଅସମର୍ଥ ହୋଇଥିଲେ। ସେ ଜଣେ ବିଏସସି ସ୍ନାତକ ଛାତ୍ରୀ। ସେ ମିସ୍ ଉତ୍ତରାଖଣ୍ଡର ଟାଇଟଲ୍ ଜିତିଥିଲେ।

ସେ ୟୁପିଏସସି ପରୀକ୍ଷା ପାଇଁ ମୁମ୍ବାଇ ଆସି ଜାମିଆରେ ମାଗଣା ପ୍ରବେଶିକା ପରୀକ୍ଷା ମାଧ୍ୟମରେ କୋଚିଂ କରିଥିଲେ। ପରେ ୨୦୨୦ ମସିହାରେ ଦିଲ୍ଲୀ ଯାଇଥିଲେ। ଘରର ଆର୍ଥିକ ଅବସ୍ଥା ଭଲ ନହେବା ପରେ ମଧ୍ୟ ସେ ଜଣେ ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୨ ପରୀକ୍ଷାରେ ସେ ସର୍ବ ଭାରତୀୟ ସ୍ତରରେ ୭୩୬ତମ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ।

Leave a Reply

Your email address will not be published. Required fields are marked *