ନୂଆଦିଲ୍ଲୀ, ୧୩/୦୯ : ଚା ବାଗନାରେ କାମ କରୁଥିବା ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରୁଛନ୍ତି ସମାଜ ସେବୀ ସମାଜସେବୀ ଶୁକ୍ଳା ଦେବନାଥ। କେବଳ ସେତିକି ନୁହେଁ ପିଲାମାନଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ଦିଗରେ ମଧ୍ୟ କାମ କରୁଛନ୍ତି। ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସବୁଠୁ ଯୁବ ସମାଜସେବୀ ଭାବରେ ତାଙ୍କୁ ସମ୍ମାନିତ କରାଯାଇଛି।
ପଶ୍ଚିମବଙ୍ଗ ଦାର୍ଜିଲିଂ ଅଲିପୁରଦ୍ଵାର ଜିଲ୍ଲାରେ ଶୁକ୍ଳା ଦେବନାଥଙ୍କ ଜନ୍ମ। ଚା ବାଗନାରେ କାମ କରୁଥିବା ଆଦିବାସୀ ମହିଳାଙ୍କ ଦୁଃଖ କଷ୍ଟ ସେ ଖୁବ୍ ନିକଟରୁ ଦେଖିଛନ୍ତି। ବହୁ ସମୟରେ ଏଠାକାର ମହିଳାମାନେ କାମ କରିବାକୁ ଯାଇ ଖରାପ ଲୋକଙ୍କ ହାବୁଡ଼ରେ ପଡ଼ିଯାଆନ୍ତି। ଏହା ସବୁ ଦେଖି ଏହି ଆଦିବାସୀ ମହିଳାମାନଙ୍କ ପାଇଁ କଛି କରିବାକୁ ପିଲାଟି ଦିନରୁ ସେ ମନସ୍ଥ କରିଥିଲେ।
ସଂସ୍କୃତରେ ଏମଏ କରିଥିବା ଶୁକ୍ଳା ଭଲ ଚାକିରୀ ପଛରେ ଗୋଡାଇବା ବଦଳରେ ଏହି ମହିଳାମାନଙ୍କୁ ଆତ୍ମନିର୍ଭର କରିବାକୁ ସ୍ଵପ୍ନ ଦେଖୁଥିଲେ। ସେ ୧୪ ବର୍ଷ ବୟସରେ ବ୍ୟୁଟିସିଆନ୍ କୋର୍ସ ମଧ୍ୟ କରିଛନ୍ତି। ଗତ ୮ ବର୍ଷ ହେଲା ସେ ମେକଅପ ଆର୍ଟିଷ୍ଟ ଭାବେ କାମ କରୁଛନ୍ତି। ଗରିବ ମହିଳାମାନଙ୍କୁ ବ୍ୟୁଟିସିଆନ ଶିକ୍ଷା, କରାଟେ ଶିକ୍ଷା ଦିଅନ୍ତି। ଏଯାବତ୍ ସେ ୩ହଜାର ମହିଳାଙ୍କୁ ଶସକ୍ତ କରିସାରିଲେଣି। ସେ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ବିଷୟରେ ମଧ୍ୟ ସଚେତନ କରୁଛନ୍ତି। କରୋନା ସମୟରେ ସେ ପାଦରେ ଚାଲିଚାଲି ଗରୀବଙ୍କୁ ମାଗଣାରେ ଖାଦ୍ୟ ଓ ଦେଇଛନ୍ତି।
ସୂଚନା ଥାଉକି, ଗରୀବ ଲୋକଙ୍କ କଲ୍ୟାଣ ପାଇଁ ଦେବନାଥ ତାଙ୍କ ଦରମାରୁ ଉକ ତୃତୀୟାଂଶ ଖର୍ଚ୍ଚ କରିଥାନ୍ତ।