ଭିଜୁଆଲ ଦେଖି କୁହନ୍ତୁ କାହାର ଭୁଲ-ଏଠି କଣ କରାଯିବା କଥା

() ନେଟ ଦୁନିଆରେ ଏବେ ଟ୍ରେଣ୍ଡ କରୁଛି ବା ଭାଇରାଲ ହେଉଛି #Arrestlucknowgirl ବା ଲକ୍ଷ୍ନୌର ଏହି ଝିଅକୁ ଗିରଫ କର। କାହିଁକ ସମସ୍ତେ ଏକ ସ୍ବରରେ ଏମିତି ଏହି ଝିଅର ଗିରଫଦାରି ଦାବି କରୁଛନ୍ତି ଏହି ପ୍ରଶ୍ନ ଉଠିବା ସ୍ବାଭାବିକ । ଏ ଝିଅ ଏମିତି କଣ କଲା ଯେ ସମସ୍ତେ ତାର ଗିରଫ ଦାବି କରୁଛନ୍ତି । ତା ସହିତ ଅନ୍ୟ କିଛି ଲୋକ ତାକୁ ଇନୋସେଣ୍ଟ ବା ନିର୍ଦ୍ଦୋଷ ମଧ୍ୟ କହିବା ଆରମ୍ଭ କଲେଣି । ତେଣୁ ସୋସିଆଲ ମିଡିଆରେ ଏକ ପ୍ରକାରର ବିତର୍କ ଆରମ୍ଭ ହୋଇଯାଇଛି। କଥାକୁ ଆଗକୁ ବଢ଼ାଇବା ପୂର୍ବରୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ନିମ୍ନରେ ଦିଆଯ଼ାଇଥିବା ଭିଜୁଆଲ ଲିଙ୍କକୁ ଦେଖନ୍ତୁ।

ଘଟଣା ସଂପର୍କିତ ଆଉ କିଛି ଭିଜୁଆଲ ସୋସିଆଲ ମିଡ଼ିଆରେ ନଜରକୁ ଆସିଥିଲା

ଭିଜୁଆଲରୁ ଏୟା ଦେଖାଯାଉଛି ଟ୍ରାଫିକ ପୋଷ୍ଟରେ ଜେବ୍ରାକ୍ରସିଂରେ ରାସ୍ତା ପାର କରୁଥିବା ଏହି ଯୁବତୀ ଏକ କାର ସାମ୍ନାକୁ ଚାଲି ଆସୁଛନ୍ତି । ସମୟୋଚିତ ଭାବେ କ୍ୟାବ ଡ୍ରାଇଭର ବ୍ରେକ ମାରିଦେବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ଅସଲ ଦୃଶ୍ୟ। ଯୁବତୀ ଜଣକ ଏହାପରେ ଆରମ୍ଭ ସଂପୃକ୍ତ କ୍ୟାବ ଡ୍ରାଇଭରଙ୍କୁ ମାଡ଼ ମାରିଚାଲିଥିଲେ। ଏମିତିକ ଜଣେ ଟ୍ରାଫିକ କନଷ୍ଟେବଳ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯବତୀ ଜଣକ ସେଥିରୁ ନିବୃତ ରହିନଥିଲେ। ସେ କ୍ୟବ ଡ୍ରାଇଭରଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ଏହା ତାଙ୍କ ମାଲିକଙ୍କ ମୋବାଇଲ ବୋଲି ଡ୍ରାଇଭର କହୁଥାନ୍ତି ଯାହାର ଦାମ 25 ହଜାର ଟଙ୍କା ଏତିକିବେଳେ ଯୁବତୀ ଜଣଙ୍କ କାରର ମିରର ଭାଙ୍ଗି ଦେଇଥିଲେ । ଯୁବତୀ ଜଣଙ୍କ କହୁଥିଲେ ଯେ କାର ତାଙ୍କୁ ମଡ଼େଇ ଦେଇଥିଲା। ଏତିକିବେଳେ ଜଣେ ଯ଼ୁବକ କ୍ୟାବ ଡ୍ରାଇଭରଙ୍କୁ ବଞ୍ଚାଇବାକୁ ଆସିଥିଲେ ସେ ବି ବର୍ତ୍ତି ନଥିଲେ। ତାଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଥିଲା। ତାଙ୍କ କଲାର ଧରି ସେ ମାଡ଼ ମାରିବାକୁ ଲାଗିଥିଲେ।  

https://twitter.com/_sarthakb_108/status/1422217427228663812

ଘଟଣାଟି ହେଉଛି ଗତ 30 ତାରିଖ ରାତି 9ଟା ଉତ୍ତରପ୍ରଦେଶ ଲକ୍ଷ୍ମୌର ଅବଧନଗରର । ଲୋକେ ଏସବୁର ଭିଡିଓ ଉତ୍ତୋଳନ କରିଥିଲେ ବୋଲି ଏହା ସୋସିଆଲ ମିଡିଆକୁ ଆସିଥିଲା। କିଛି ନେଟିଜେନ ମତ ଦେଇଛନ୍ତି ଯେ ଟ୍ରାଫିକରେ ରେଡ ଲାଇଟ ଆସିବା ପରେ ବି କ୍ୟାବ ଡ୍ରାଇଭର ଖୁବ ସ୍ପିଡରେ ଗାଡ଼ି ଚଳାଉଥିଲେ ଏବଂ ଟ୍ରାଫିକ ପାର କରିବାକୁ ଚେଷ୍ଟା କରୁଥିଲେ । ତେଣୁ ଏଥିରେ ମହିଳାଙ୍କର ଅପେକ୍ଷା କ୍ୟାବ ଡ୍ରାଇଭରଙ୍କର ପ୍ରଥମ ଭୁଲ। ତେଣୁ ପ୍ରଥମ ଭୁଲ କାହାର ଦ୍ବିତୀୟ ଭୁଲ କାହାର ତାହାତ ବିଚାର ହେବ କିନ୍ତୁ ଏଯାଏଁ ପୋଲିସ ଆକ୍ସନକୁ ଆସିନନଥିବା ଚର୍ଚ୍ଚା ହେଉଛି  

ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ କୌଣସି ଆକ୍ସନ ନେଇନାହିଁ କେବଳ ଗୋଟିଏ ଏଫଆଇଆର ରୁଜୁ କରିଛି । ଘଟଣା ସହିତ ସଂପର୍କିତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରାଉଚୁରା ପାଇଁ ଡାକିଛି।ତେବେ ଘଟଣାକୁ ପରେ ସଂପୃକ୍ତ ଯୁବତୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

Alert : Visual Sourse not verified  As per social media and news report came…..

 

Leave a Reply

Your email address will not be published. Required fields are marked *