ମାଲାଇକାଙ୍କ ଫିଟନେସ ମନ୍ତ୍ର କେମିତି ବଢ଼ାଇବେ ଅଭ୍ୟାସ

47 ବର୍ଷ ବୟସରେ ଅଭିନେତ୍ରୀ ମାଲାଇକା ଆରୋରା କେମିତି ଏତେ ଫିଟ୍ ଆଣ୍ଡ ଫାଇନ ରହୁଛନ୍ତି ତାହା ସବୁବେଳେ ତାଙ୍କୁ ପ୍ରଶ୍ନ ହୁଏ । ଏବେ କିନ୍ତୁ ଆପଣଙ୍କ ପାଇଁ ମାଲାଇକା ତାଙ୍କ ଫିଟନେସର ମନ୍ତ୍ର ବତେଇଛନ୍ତି । ତାଙ୍କ କହିବା ଅନୁସାରେ ଆଦୌ କଷ୍ଟକର ବ୍ୟୟାମ ଘରେ କରନ୍ତୁ ନାହିଁ। ଏହାଦ୍ବାରା ଆପଣ ଥକିପଡ଼ିବେ ଏବଂ ଆଗ୍ରହ ବି କମି ଯିବ। ତେଣୁ ଅତି ସରଳ ଏକସରସାଇଜ କରିବା ଲାଗି ଟିପସ ଦେଇଛନ୍ତି ମାଲାଇକା।


ନିଜର ମୋଟା ହୋଇଯ଼ାଉଥିବା ପେଟର ଚର୍ବି କମ୍ କରିବା ଏବଂ ଅଣ୍ଟାକୁ ବିଲକୁଲ ସ୍ଲିମ ରଖିବା ଲାଗି ଦୈନିକ ଏକ୍ସରସାଇଜ କରିବା ନିହାତି ଜରୁରୀ । ଏକ୍ସରସାଇଜ ଅତି ସହଜ ଓ ସରଳ ହେଲେ ଆପଣ ଏହାକୁ ପ୍ରତିଦିନ ହାଲକା ଭାବେ କରିପାରିବେ ଏବଂ ଆପଣଙ୍କୁ ଫିଟ ଲାଗିବ ।
ଅନ୍ୟମାନଙ୍କୁ ମୋଟିଭେଟ କରିବା ଲାଗି ମାଲାଇକା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓର ଲିଙ୍କ ତଳେ ଦିଆଯାଇଛି । ଭିଡିଓ ଦେଖନ୍ତୁ ଏବଂ ସକାଳୁ ସକାଳୁ ଟିକେ ଏକ୍ସରସାଇଜ କରି ଗରମ ହୋଇଯ଼ଆନ୍ତୁ।

 

 

ମାଲାଇକାଙ୍କ ଟିପସ ମନେ ରଖନ୍ତୁ ଅଳ୍ପ ଏକ୍ସରସାଇଜ ଏବଂ ଧିରେ ଧିରେ କରି ଅଭ୍ୟାସ ବଢ଼ାନ୍ତୁ। ଯଦି ଆପଣ ପ୍ରତିଦିନ ଏକ୍ସରସାଇଜ କରୁ ନାହାନ୍ତି ତେବେ ଆରମ୍ଭ କରିଦିଅନ୍ତୁ। ଯ଼ଦି କରୁଛନ୍ତି ତେବେ ନିଶ୍ଚୟ ଅଧିକ ମୋଟିଭେସନ ପାଇଥିବେ। ଏହି ଲେଖାଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *