ପିଲାଙ୍କୁ ମାଡ଼ ମାରି ସିଧା କରିବା ଚେଷ୍ଟା କରନ୍ତୁନି, ବେଶୀ କ୍ଷତି

ସ୍କୁଲରେ ହେଉ କିମ୍ବା ଘରେ ପିଲାଙ୍କୁ ଯ଼ଦି ମାଡ଼ ମାରୁଛନ୍ତି ଏବଂ ଏହାଦ୍ବାରା ପିଲାର ଆଚରଣରେ ସୁଧାର ଆସିବ ବୋଲି ଆଶା ରଖୁଛନ୍ତି ତେବେ ଆପଣଙ୍କ ଭାବନାରେ କିଛି ତ୍ରୁଟି ରହିଛି । ଏକଥା ଆମେ କହୁନୁ ଏକ ବିଶ୍ବସ୍ତରୀୟ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଛୋଟଛୋଟ ପିଲାଙ୍କୁ ମାଡ଼ ମାରି ସୁଧାରିହେବନାହିଁ । ବରଂ ଏହାଦ୍ବାରା ପିଲାମାନେ ଅଧିକ ବିଗିଡ଼ିଯାଇଥାନ୍ତି। ଏବଂ ସେମାନଙ୍କ ଆଚରଣ ଅଧିକ ଉଗ୍ର ଏବଂ ଅଧିକ ଅସାମାଜିକ ହୋଇଥାଏ।

ସାଧାରଣରେ ଛୋଟ ଛୋଟ ପିଲାମାନଙ୍କ ଆଚରଣରେ କିଛି ତ୍ରୁଟି ଦେଖିଲେ କିମ୍ବା ସେମାନେ ଖରାପ ଆଚରଣ ଦେଖାଉଛନ୍ତି ତେବେ ତାଙ୍କ ଉପରେ ବାପାମା ହାତ ଉଠାଇବା ସାଧାରଣ କଥା। ସେମାନଙ୍କୁ ସ୍କେଲରେ ହେଉ ବାଡ଼ିରେ ହେଉ କିମ୍ବା ଚଟକଣା ମାରି ବସ ଉଠୁ କରି ଦଣ୍ଡ ଦେଇଥାଉ କିନ୍ତୁ ଏହା ପ୍ରଭାବଶାଳୀ ହୋଇନଥାଏ। ଏହା ସେମାନଙ୍କ ଆଚରଣକୁ କଦାପି ବଦଳାଇପାରିବନି ବରଂ ଆହୁରି ଖରାପ କରିବ (UCL) ବା ୟୁନିଭର୍ସିଟି କଲେଜ ଲଣ୍ଡନ ଏବଂ ଏକ ଆନ୍ତର୍ଜାତିକ ସ୍ତରର ଟିମ୍ ଏହି ଗବେଷଣା କରିଛନ୍ତି । 20 ବର୍ଷର ଗବେଷଣାରୁ ଏହି ବିଶେଷଜ୍ଞମାନେ ଯ଼ାହା ଲେଖିଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମାଡ଼ ମାରି ପିଲାଙ୍କୁ ସୁଧାରିହେବ ନାହିଁ।

ବିଶ୍ବରର ବିଭିନ୍ନ ଦେଶରୁ 69ଟି ଅଧ୍ୟୟନ କରାଯ଼ାଇଥିଲା। ଏହି ଲେଖା ଆନ୍ତର୍ଜାତିକ ସ୍ତରର ପ୍ରତିଷ୍ଠିତ ମ୍ୟାଗାଜିନ ଲାନସେଟରେ ପ୍ରକାଶ ପାଇଛି। ଯ଼େଉଁଥିରେ ଲେଖାଯାଇଛି ଯେ ବିଶ୍ବର ଦୁଇ ତୃତୀୟାଂଶ ଶିଶୁ ମାଡ଼ଗାଳି ଖାଇ ବଡ଼ ହୋଇଥାନ୍ତି। ସେ ବାପା ମା ବଡ଼ ଭାଇ ଭଉଣୀ କିମ୍ବା ସ୍କୁଲର ଶିକ୍ଷକଙ୍କ ଠାରୁ ଭିନ୍ନ ଭିନ୍ନ ସମୟରେ ସେମାନଙ୍କୁ ମାଡ଼ଗାଳି ବାରମ୍ବାର ପଡ଼ିଥାଏ। ଆମେ ତ ଭାବୁଛୁ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। ଗବେଷଣାକୁ ପ୍ରକାଶ କରିଥିବା ଡାକ୍ତର ହଞ୍ଜା ହେଲମାନ କହିଛନ୍ତି ଯେ ମାଡ଼ମାରିବା ପିଲାଙ୍କ ହିତସାଧନ କରିନଥାଏ ବରଂ ସେମାନଙ୍କୁ ଅଧିକ ବିଗାଡ଼ିଦେଇଥାଏ। ସେମାନଙ୍କର ଆଚରଣ ଅଧିକ କ୍ରୁର ହୋଇଥାଏ ସେମାନେ ବେଶୀ ହିଂସ୍ର ଆଚରଣ କରିବା ସହିତ ଅସାମାଜିକ କାର୍ଯ୍ୟପ୍ରତି ଆକର୍ଷିତ ହୋଇଥାନ୍ତି।

ଏପରିକି ଖରାପ ଆଚରଣ କରୁଥିବା ପିଲାମାନଙ୍କର ବର୍ତ୍ତମାନ ଓ ଇତିହାସକୁ ନେଇ ମଧ୍ୟ ଅନୁଧ୍ୟାନ କରାଯାଇଥିଲା । ଯେଉଁଥିରୁ ଜଣାଯାଇଥିଲା ଖରାପ ବ୍ୟବହାର କରୁଥିବା ପିଲାମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ମାଡଗାଳି ଭଳି ଶାରୀରିକ ଅତ୍ୟାଚାରର ସାମ୍ନା କରିଛନ୍ତି।ଏପରିକି ଯଦି ପିଲାଙ୍କ ଆଚରଣରେ ସୁଧାର ଆସୁନି ତେବେ ଆପଣ ତାଙ୍କୁ ଆହୁରି ଅଧିକ କଷ୍ଟକର ଦଣ୍ଡ ଦେଇ ଭାବିବେ ଯେ ସେମାନେ ବଦଳିଯିବେ ତେବେ ନିଶ୍ଚିତ ହୋଇଯ଼ାଆନ୍ତୁ ସେମାନେ ଅଧିକ ଖରାପ ହେବେ ଅଧିକ କ୍ରୁର ଆଚରଣ ଦେଖାଇବେ। ଏମିତି କହିଛନ୍ତି ମାନବ ବିଜ୍ଞାନ ଓ ପରିବାର ବିଜ୍ଞାନ ବିଶେଷଜ୍ଞ ଏଲିଜେବେଥ ଜେରସଫ।

ଗବେଷଣାରୁ ଜଣାଯାଇଛି ଯେ ମାଡ଼ଗାଳି ଖାଉଥିବା ପିଲାମାନଙ୍କ ପାଖରେ ନର୍ଭସନେସ, ପାଠ ପ୍ରତି ଅନାଗ୍ରହ, ଅନ୍ୟମନସ୍କତା ଭଳି ଆଚରଣ ବଢୁଛି। ତେଣୁ ପିଲା ଅଧିକ ପଢ଼ିବା ଅପେକ୍ଷା ବରଂ ପାଠରେ ପଛେଇ ଯିବ, ସେ ଡରିବ ଏବଂ ତାର ଶାରିରୀକ ଓ ମାନସିକ ବିକାଶ ମଧ୍ୟ ପ୍ରଭାବିତ ହେଉଛନ୍ତି।

ଏହି ଲେଖାଟି ପଢ଼ିସାରିବା ପରେ ଛୋଟ ପ୍ରଶ୍ନଟିଏ। ଆପଣ ଆପଣଙ୍କ ପିଲାକୁ ମାଡ଼ ମାରନ୍ତି କି

[wpforms id=”676″ title=”false”]

ଲେଖାଟି ଅନ୍ୟମାନଙ୍କୁ ଜଣାଇବା ପାଇଁ ସେୟାର କରନ୍ତୁ। କିମ୍ବା ସୋସିଆଲ ମେଡ଼ିଆ ପେଜକୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *