କଟକ ରୁପା ତାରକସିକୁ ଜିଆଇ ଟ୍ୟାଗ ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର

ବାରବାଟି ଷ୍ଟାଡିୟମ, ଓଡ଼ିଶା ହାଇକୋର୍ଟ, କଟକ ତାରକସି କାମ, ରାଜ୍ୟ ବାହାରେ କଟକ ସହର ବିଷୟରେ ଅଧିକାଂଶ ଲୋକ ଏହି ତିନିଟି ବିଷୟରେ ବେଶୀ ଚର୍ଚ୍ଚା କରିଥାନ୍ତି । ବଂଶାନୁକ୍ରମିକ ଭାବେ ତାରକସି କାମକୁ ଆଦରି ନେଇଥିବା ଶହ ଶହ କାରିଗର ଏବଂ ବହୁ ଲୋକଙ୍କର ଦାବି ଥିଲା ରୁପା ତାରକସି ବା ଫିଲିଗ୍ରିକୁ ଜିଆଇ ଟ୍ୟାଗ ମିଳୁ   ।

ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବେ କଟକ ତାରକସି କାମକୁ ଜିଆଇ ଟ୍ୟାଗ ଦେବା ପାଇଁ ଚେନ୍ନାଇର ଜିଆଇ କାର୍ଯ଼୍ୟାଳୟରେ ଆବେଦନ କରିଛନ୍ତି। ଚେନ୍ନାଇର ବରିଷ୍ଠ ଜିଆଇ ଟ୍ୟାଗ ଆଡଭୋକେଟ ସଞ୍ଜଇ ଗାନ୍ଧିଙ୍କ ମାଧ୍ୟମରେ ଏହି ଆବେଦନ କରାଯାଇଛି।   

ଓଡ଼ିଶାର ଗର୍ବ ଓ ଗୌରବ ଭାବେ ଜଣାଯାଇଥାଏ କଟକର ରୁପା ତାରକସି । ଏହାର ସ୍ବତନ୍ତ୍ରତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହାକୁ ଜିଆଇ ଟ୍ୟାଗ ଦେବା ଲାଗି ବହୁବାର ଦାବି ହେଉଥିଲା। ବିଧାନସଭାରେ ମଧ୍ୟ କଥା ଉଠିଥିଲା।  ରାଜ୍ୟ ସମବାୟ ଓ ହସ୍ତକଳା କର୍ପୋରେସନ ପକ୍ଷରୁ ଚେନ୍ନାଇରେ ଏଥିପାଇଁ ଆବେଦନ କରାଯାଇଛି । ଯ଼େଉଁଥିରେ ଯ଼ୁକ୍ତି ଦର୍ଶାଯାଇଛି ଯେ ପୃଥିବୀର ଭିନ୍ନଭିନ୍ନ ସ୍ଥାନରେ ରୁପା କାରୁକାର୍ଯ୍ୟ ହେଉଥିଲେ ବି କଟକ ତାରକସିର ସ୍ବାତନ୍ତ୍ର୍ୟ ରହିଛି।

ତ୍ରୟୋଦଶ ଶତାବ୍ଦୀରେ ରାଜା ଅନଙ୍ଗ ଭୀମଦେବ କଟକରେ କାରିଗରମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ। ସେବେଠାରୁ ରୁପା ତାରର ଏହି କଳାକୃତି କଟକକୁ ଗୌରବାନ୍ବିତ କରି ଆସିଛି। ଏହାର ଥ୍ରି ଡାଇମେନସନାଲ ସେପ ଏହାକୁ ବିଶ୍ବରେ ଆଦୃତ କରିଛି । ଯାହାକୁ ଆଧାର କରି ଏହି ଆବେଦନ କରାଯାଇଥିବା ଆଡଭୋକେଟ  ସଞ୍ଜଇ ଗାନ୍ଧି କହିଛନ୍ତି।  

କଟକ ଦୁର୍ଗାପୂଜାର ମେଢ ଏବେ ତାରକସି କାର୍ଯ୍ୟରେ ସଜେଇ ହେଲାଣି ।  ଦେବାଦେବୀଙ୍କ ମୁକୁଟ ହେଉ କିମ୍ବା ଗିଫ୍ଟ ଆଇଟମ, ତାରକସି କଳାକୃତିର ଅଲଗା ପରିଚୟ ରହିଛି। ଯାହାକି ଦେଶବିଦେଶରେ ଖୁବ ନାଁ କରିଛି । ରୁପା ତାରକଷିକୁ ଜିଆଇ ଟ୍ୟାଗ ଦେବା ଲାଗି ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଏବେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ କାରିଗରମାନେ ଖୁବ ଖୁସି। ପୁରୁଷାନୁକ୍ରମିକ ଭାବେ ସେମାନେ ଯେଉଁ କାରୁକାର୍ଯ୍ୟ ସହ ଯୋଡ଼ି ହୋଇ ରହିଛନ୍ତି ଏହା ଏବେ ସେମାନଙ୍କୁ ଅଧିକ ଗୌରବାନ୍ବିତ କରିବ ବୋଲି କାରିଗର ମାନେ ଆଶା ପ୍ରକାଶ କରିଛନ୍ତି।  

 

ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଗତ ବର୍ଷ ଏକ ଟିମ ସହରର ବିଭିନ୍ନ ସ୍ଥାନରେ ସର୍ଭେ କରିଥିଲା। ବିଭିନ୍ନ କାରିଗର ଓ କଟକର ତାରକସୀ କାର୍ଯ୍ୟ କୁ ଅନୁଧ୍ୟାନ କରିଥିଲା। ଏବେ ଆବେଦନ ହୋଇଛି । ଏନେଇ ଏକ କମିଟି ଗଠନ କରାଯ଼ିବ। ଜିଆଇ କମିଟି ଅନୁଧ୍ୟାନ କରିବା ପରେ ୮ ମାସ ମଧ୍ୟରେ କଟକ ତାରକସିକୁ ମିଳିପାରିବ ଜିଆଇ ଟ୍ୟାଗ। ଏହା ଦ୍ବାରା କଟକ ତାରକସି କେବଳ କଟକରେ ହିଁ ତିଆରି କରାଯ଼ାଇପାରିବ । ଯ଼ଦି କେହି ଏହାର ନକଲ କରେ ତେବେ ସେ ଆଇନର ପରିସରକୁ ଆସିପାରିବ।

Leave a Reply

Your email address will not be published. Required fields are marked *