ଲାମ୍ବଡା ଭାଇରସ ମାଡୁଛି, ଜାଣନ୍ତୁ ଭାରତରେ ଏହାର ସ୍ଥିତି

ଶତାଧିକ ଦେଶରେ ଡେଲଟା ଭାଇରସ ଚିନ୍ତାଜନକ ଭାବେ ବ୍ୟାପୁଥିବା ବେଳେ କରୋନାର ଲାମ୍ବାଡା ଭାଇରସକୁ ନେଇ ମଧ୍ଯ ସମ ପରିମାଣରେ ଚିନ୍ତା ବଢ଼ିବାରେ ଲାଗିଛି । ଉପରେ ଦିଆଯ଼ାଇଥିବା ମ୍ୟାପରୁ ଯ଼ାହା ଜଣାଯ଼ାଉଛି ଏବେ ଲାମ୍ବଡା ଭାଇରସ ବିଶ୍ବର 29ଟି ଦେଶରେ ବ୍ୟାପି ସାରିଲାଣି। ପ୍ରଥମେ ପେରୁରେ କରୋନାର ଲାମ୍ବଡା ଭାଇରସ ଚିହ୍ନଟ ହୋଇଥିଲା। ଦକ୍ଷିଣ ଆମେରିକାର ଦେଶଗୁଡ଼ିକରେ ଏହା ବିଶେଷ ଭାବେ ସଂକ୍ରମଣ ବଢ଼ାଇବାରେ ଲାଗିଛି।

ଜୁଲାଇ 9 ତାରିଖ ସୁଦ୍ଧା ରିପୋର୍ଟ ଅନୁସାରେ  ଆମେରିକାରେ ଏପର୍ଯ଼୍ୟନ୍ତ 657 ଜଣ ଲାମ୍ବଡା ଭାଇରସରେ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ଏହାକୁ Variant of Interest ଘୋଷଣା କରିଛି ।….

ମ୍ୟୁଟେସନ କାରଣରୁ ଲାମ୍ବଡା ଭାଇରସ ଅଧିକ ଶକ୍ତିଶାଳୀ ହୋଇ ଦ୍ରୁଣ ସଂକ୍ରମଣ କରାଉଛି  । ଏପରିକି କିଛି ସ୍ଥାନରେ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରୁଥିବା ଦେଖାଯ଼ାଉଛି । ତେବେ ଫାଇଜର ଓ ମଡର୍ଣ୍ଣା ଦାବି କରୁଛନ୍ତି ଯେ ଲାମ୍ବଡାକୁ ଅକାମି କରିବାରେ ସେମାନଙ୍କ ଟିକା ପ୍ରଭାବଶାଳୀ ହେଉଛି  ।

ଅବଶ୍ୟ ଭାରତରେ ଏପର୍ଯ୍ୟନ୍ତ ଲାମ୍ବଡା ଭାଇରସ ଚିହ୍ନଟ ହୋଇନାହିଁ । ନିତି ଆୟୋଗ ସଦସ୍ୟ ସ୍ପଷ୍ଟ କରିଛନ୍ତି ଭାରତରେ ଲାମ୍ବଡା ସଂକ୍ରମଣ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ।  ତେବେ ଭାରତ ସରକାର ସମସ୍ତ ଭ୍ୟରିଆଣ୍ଟ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।  ଭାରତରେ ସଂକ୍ରମଣ ବଢ଼ାଉଛି ଡେଲ୍ଟା ଓ ଡେଲଟା ପ୍ଲସ ଭାଇରସ । ଏପରିକି ଉତ୍ତରପ୍ରଦେଶରେ ଦୁଇ ରୋଗୀଙ୍କଠାରେ କାପ୍ପା ଭାଇରସ ଚିହ୍ନଟ କରାଯାଇଛି । ତେବେ ପୂର୍ବରୁ ମଧ୍ୟ କାପ୍ପା ଭାଇରସ ଉତ୍ତରପ୍ରଦେଶରେ ଚିହ୍ନଟ ହୋଇଥିବା ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହି ଲେଖାଟି ଯ଼ଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ସେୟାର କରନ୍ତୁ କିମ୍ବା ତଳେ ବଟନରେ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *