ଭୁଶୁଡ଼ି ପଡ଼ିଲା ଶଗଡ଼ : ନେତାଙ୍କୁ ମିଳିଲା ଶିକ୍ଷା

ପେଟ୍ରୋଲ ଡିଜେଲ ଦରବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଲାଣି । ଲୋକେ ସହିପାରୁନାହାନ୍ତି କିନ୍ତୁ ଜରୁରୀ ଥିବାରୁ ଅଧିକ ଦରରେ ତେଲ ପକାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ କିଛି ନେତା ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ଏତେ ଅତିଷ୍ଠ ହୋଇପଡିଲେ ଯେ ଶଗଡ଼ ମେରୁଦଣ୍ଡ ଭାଙ୍ଗିଦେଲେ। କଥାଟା ମହାରାଷ୍ଟ୍ରର । କଂଗ୍ରେସ ନେତାମାନେ ପେଟ୍ରୋଲ ଦରବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ମୁମ୍ବାଇରେ କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ। ଏକ ଶଗଡ଼ ଯ଼ୋଗାଡ଼ ହୋଇଥିଲା ବିକ୍ଷୋଭ ପ୍ରଦର୍ଶନରେ ସାମିଲ କରିବା ଲାଗି। ନେତା ଓ କର୍ମୀ ଗୋଟିଏ ଶଗଡ଼ ଉପରେ ସବାର ହେଲେ ଗ୍ୟାସ ସିଲିଣ୍ଡର ଧରି ନାରାବାଜି କଲେ। ଏଣେ ବଳଦ ଦୁଇଟିର କି ଅବସ୍ଥା ହେଲାଣି ସେକଥା କେହି ବି ଚିନ୍ତା କରୁନଥିଲେ।

ଶଗଡ଼ ଉପରେ ସବାର ହୋଇଥିଲେ ପଣେ ନେତା ଓ କର୍ମୀ । ଶେଷରେ ସେୟା ହିଁ ହେଲା ଯାହା ହେବାର କଥା। କୁହାଯାଏ କିଛି ଯେତେବେଳେ ଅତ୍ୟଧିକ ହୋଇଯାଏ ସେତେବେଳେ ତୁରନ୍ତ ପ୍ରତିକ୍ରିୟା ଭଗବାନ ପ୍ରକାଶ କରନ୍ତି। ସୟା ହିଁ ହେଲା ଶଗଡ଼ ଭାଙ୍ଗିପଡ଼ିଲା ଓ ନେତାଏ ଭୁଶୁଡ଼ି ପଡ଼ିଲେ ତଳେ। ଏବେ ଏଏନଆଇ ସୌଜନ୍ୟରୁ ଏହି ଭିଜୁଆଲଟି ଦେଖନ୍ତୁ।

ଏବେ ଆପଣ ଜାଣିପାରୁଥିବେ ବଳଦ ଦୁଇଙ୍କର ଅବସ୍ଥା କଣ ହୋଇଥିଲା, ଆଉ ନେତାଙ୍କୁ ଶିକ୍ଷା କେମିତି ମିଳିଲା। ଏବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯେମିତି ହେଉଛି ତାହା ଧିରେ ଧିରେ କ୍ରୋଧରେ ପରିଣତ ହେଲାଣି । ଅପେକ୍ଷା ଭଗବାନ କେତେବେଳେ ପ୍ରତିକ୍ରିୟା ପ୍ରକାଶ କରିବେ।

ଲେଖାଟି ଆପଣଙ୍କୁ  ଭଲ ଲାଗିଥିଲେ ନିଶ୍ଚୟ ନିଜର କମେଣ୍ଟ ଲେଖନ୍ତୁ କିମ୍ବା ସେୟାର ଓ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *