ଖାଦ୍ୟ ହଜମ ହେବା ପାଇଁ କେତେ ସମୟ ଲାଗିଥାଏ…

Food plate

କଣ ଆପଣ କେବେ ଭାବିଛନ୍ତି ଆମେ ଖାଉଥିବା ଖାଦ୍ୟ ହଜମ ହେବା ଲାଗି କେତେ ସମୟ ଲାଗିଥାଏ। କେଉଁ ଖାଦ୍ୟ ହଜମ ଶୀଘ୍ର ହୋଇଯାଏ ଏବଂ କେଉଁ ଖାଦ୍ୟ ବିଳମ୍ବ ହୋଇଥାଏ ଏହାର କାରଣ ଏସବୁ ଉପରେ ଆସନ୍ତୁ ଜାଣିବା।          ଆମେ ଖାଦ୍ୟ ଖାଇବା ବେଳେ ପ୍ରଥମେ ଦାନ୍ତ ଖାଦ୍ୟକୁ ଚୋବାଇଥାଏ। ଏହାପରେ ଖାଦ୍ୟ ପାକସ୍ତଳୀ ଦେଇ ଇଣ୍ଟେଷ୍ଟାଇନ ଦ୍ବାରା ଖାଦ୍ୟାଂଶ ରକ୍ତରେ ମିଶିଥାଏ। ଏବଂ ବଳକା ଭାଗ ମଳଦ୍ବାର ଦେଇ ବାହାରି ଯାଇଥାଏ। ଖାଦ୍ୟରୁ ହିଁ ଆମକୁ ଶକ୍ତି ମିଳିଥାଏ।

ସାଧାରଣରେ ଖାଦ୍ୟ ପୂର୍ଣ୍ଣ ରୂପେ ହଜମ ହେବା ପାଇଁ 24ରୁ 72 ଘଣ୍ଟା ସମୟ ଲାଗିଥାଏ। ତେବେ ଏହା ନିର୍ଭର କରିଥାଏ ଆପଣ କଣ ଖାଇଛନ୍ତି ସେହି ଅନୁସାରେ ଖାଦ୍ୟ ହଜମ ହେବାକୁ ସମୟ ଲାଗିଥାଏ । ଏଥିସହିତ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା, ଲିଙ୍ଗ, ବୟସ ମଧ୍ୟ ଖାଦ୍ୟ ହଜମ ହେବାର ସମୟ ନିର୍ଦ୍ଧାରଣ କରିଥାଏ।  ସାଧାରଣରେ ମୁହଁରୁ ଲାର୍ଜ ଇଣ୍ଟେଷ୍ଟାଇନ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚିବା ପାଇଁ 6ରୁ 8 ଘଣ୍ଟା ସମୟ ଲାଗିଥାଏ । ଲାର୍ଜ ଇଣ୍ଟେଷ୍ଟାଇନରେ ହିଁ ପାଖାପାଖି 24 ଘଣ୍ଟା ପଡ଼ି ରହି ଏହା ଧିରେ ଧିରେ ଆଗକୁ ବଢି ଅବଶିଷ୍ଟାଂଶ ବାହାରିଯାଇଥାଏ।

ସାଧାରଣରେ ମାଂସଭଳି ହାଇପ୍ରୋଟିନ କମ୍ପ୍ଲେକ୍ସ ମଲିକୁଲାର ଫୁଡ୍ ହଜମ ହେବା ପାଇଁ 2 ଦିନ ସମୟ ଲାଗିଯାଇଥାଏ। ଯେତେବେଳେ କି ଶାକସବଜି,ପନି ପରିବା, ଫଳ 24 ଘଣ୍ଟା ଭିତରେ ହଜମ ହୋଇଥାଏ। ଦୁଗ୍ଧ ଜାତୀୟ ଖାଦ୍ୟ, ମାଛ ମାଂସ, ଜଙ୍କ ଫୁଡ ଫ୍ରେଞ୍ଚ ଫ୍ରାଏ, ଛଣାଛଣି ତେଲ ଭାଜି, ଏବଂ ହାଇ ଫ୍ୟାଟ ଫୁଡ ହଜମ ହେବାକୁ ଜଟିଳ ପ୍ରକ୍ରିୟା ଦେଇ ଯାଇଥାଏ ଏବଂ ସଂପୂର୍ଣ୍ଣ ହଜମ ହେବାକୁ ଅଧିକ ସମୟ ନେଇଥାଏ।  ଯେତେବେଳେକି ଭାତ, କଦଳୀ, ସବୁଜ ପନିପରିବା, ଗାଜର ମୂଳା,କନ୍ଦମୂଳ, ଟମାଟୋ, ସିଝା ଅଣ୍ଡା, ଦହି ଶୀଘ୍ର ହଜମ ହୋଇଯାଏ ଏବଂ ଏସବୁ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗିଥାଏ। ଖାଲି ସେତିକି ନୁହେଁ ଫାଇବର ରିଚ୍ ଫୁଡ ଖାଇବା ଦ୍ବାରା ଆପଣଙ୍କର ହଜମ ଶକ୍ତି ମଧ୍ୟ ମଜଭୁତ ହୋଇଥାଏ।

 

ଆସନ୍ତୁ ଜାଣିବା କେମିତି ଆପମଙ୍କ ହଜମ ଶକ୍ତିକୁ ଆପଣ ଅଧିକ ଶକ୍ତିଶାଳୀ କରିପାରିବେ। ଏଥିପାଇଁ ମନେ ରଖନ୍ତୁ ଏକସଙ୍ଗରେ ବହୁତ ଖାଦ୍ୟ ଖାଆନ୍ତୁ ନାହିଁ , ବରଂ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବା ଭଲ, ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ। ଶାରୀରିକ ପରିଶ୍ରମ କରିବା ଜରୁରୀ। ଧିରେ ଧିରେ ଚୋବାଇ ଚୋବାଇ ଖାଆନ୍ତୁ, ଖାଇବାର ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ। ଗରିଷ୍ଠ ଖାଦ୍ୟ କଦବା କ୍ବଚିତ ଖାଆନ୍ତୁ, ନଚେତ ଖାଦ୍ୟ ହଜମ ହେବାରେ ବିଳମ୍ବ ହେବା ସହିତ କୋଷ୍ଠ କାଠିନ୍ୟ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

Leave a Reply

Your email address will not be published. Required fields are marked *