ଅବିଶ୍ଵାସ ହେଲେବି ସତ ! ମଝି ସମୁଦ୍ରରେ ଜୀବନ ବଞ୍ଚାଇ ଦେଲେ ଗଣପତି ବପ୍ପା

ଭୁବନେଶ୍ଵର, ୦୨/୧୦ : ସମୁଦ୍ରରେ ବୁଡ଼ି ଯାଉଥିବାବେଳେ ଜଣେ ୧୪ ବର୍ଷୀୟ ବାଳକ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଜୀବନ ବଞ୍ଚାଇପାରିଛନ୍ତି । ଗୁଜରାଟର ସୁରଟ ସହରରେ ଘଟିଥିବା ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି । ୩୬ ଘଣ୍ଟା ଧରି ବାଳକ ଜଣକ ଗଣେଶ ମୂର୍ତ୍ତିର ଏକ ଫ୍ରେମ୍‌କୁ ଜାବୁଡ଼ି ଧରି ଭାସିବାରେ ଲାଗିଥିଲେ । ପରେ କେତେଜଣ ମତ୍ସ୍ୟଜୀବୀ ତାଙ୍କୁ ଦେଖିବା ପରେ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ, ବାଳକଙ୍କ ନାଁ ଲଖନ । ସେ ତାଙ୍କ ଜେଜେମା ସବିତାବେନ୍‌, ଭାଇ କରଣ(୧୧), ଭଉଣୀ ଅଞ୍ଜଳି (୧୦)ଙ୍କ ସହ ଶୁକ୍ରବାର ସକାଳେ ସମୁଦ୍ରକୂଳକୁ ଯାଇଥିଲେ । ପରେ ସେ ଗାଧୋଇବାକୁ ସମୁଦ୍ର ଭିତରେ ପଶିଥିଲେ । ଜେଜେ ମା’ଙ୍କ ଆକଟ ପରେ ଅଞ୍ଜଳି ପାଣିରେ ପଶି ନ ଥିଲେ । କିନ୍ତୁ ଦୁଇ ଭାଇ ଜିଦ୍‌ରେ ସମୁଦ୍ରରେ ଗାଧୋଇଥିଲେ । ଏକ ବଡ଼ ଲହରି ଆସିବା ପରେ ଲଖନ ଏବଂ କରଣ ଭାସି ଯାଇଥିଲେ । ସେଠାରେ ଥିବା କେତେଜଣ ଲୋକ କରଣଙ୍କୁ କୌଣସି ପ୍ରକାରେ ଉଦ୍ଧାର କରିନେଇଥିଲେ । କିନ୍ତୁ ଲଖନ ନିଖୋଜ ହୋଇଯାଇଥିଲେ । ଖବରପାଇଁ ରେସ୍କ୍ୟୁ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । କିନ୍ତୁ ଶୁକ୍ରବାର ଲଖନଙ୍କ କିଛି ପତ୍ତା ମିଳି ନ ଥିଲା । ଶନିବାର କେତେଜଣ ମତ୍ସ୍ୟଜୀବୀ ଲଖନଙ୍କୁ ସମୁଦ୍ରରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଲଖନଙ୍କ ନିକଟକୁ ଯିବାରେ ସେ ଏକ ଗଣେଶ ମୂର୍ତ୍ତି ଫ୍ରେମ୍‌ ଧରି ଭାସୁଥିବା ଦେଖାଯାଇଥିଲା । ସେ ପ୍ରାୟ ନିସ୍ତେଜ ଅବସ୍ଥାରେ ଥିଲେ ମଧ୍ୟ ତାଙ୍କ ନିଶ୍ୱାସପ୍ରଶ୍ୱାସ ଚାଲିଥିଲା । ପରେ ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ରେସ୍କ୍ୟୁ ଟିମ୍‌ରେ ଥିବା ଡାକ୍ତର ପ୍ରାରମ୍ଭିକ ଚିକିତ୍ସା କରିବା ପରେ ଲଖନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲଖନ ଉକ୍ତ ମୂର୍ତ୍ତିକୁ ଜାବୁଡ଼ି ଧରି ପ୍ରାୟ ୨୨ କିଲୋମିଟର ଭାସିଥିଲେ ।

Leave a Reply

Your email address will not be published. Required fields are marked *