ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି ? ସାବଧାନ୍… ହୋଇପାରେ ଏଭଳି ସମସ୍ୟା

ଭୁବନେଶ୍ଵର, ୦୨/୧୦ : ବାରମ୍ବାର ଅଧିକ ପାଣି ପିଇବା କାରଣରୁ ଶରୀରରେ ‘ୱାଟର୍‌ ଟକ୍ସିଟି’ ହୋଇପାରେ । ଏହାଦ୍ୱାରା ଶରୀରରେ କେତେକ ଗମ୍ଭୀର ସମସ୍ୟା ଆସିଥାଏ । ଏପରିକି ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ବିଗିଡ଼ି ଯାଇପାରେ । ସୁସ୍ଥ ରହିବା ତଥା ଶରୀରର ଠିକ୍‌ ଭାବେ ପରିଚାଳନା ପାଇଁ ପର୍ଯ୍ୟାପ୍ତ ମାତ୍ରାର ପାଣି ପିଇବା ଆବଶ୍ୟକ । ଯଦି ଆପଣ କମ୍‌ ପାଣି ପିଅନ୍ତି, ତେବେ ଶରୀରର ଅନେକ ପ୍ରକାରର କ୍ଷତି ହୋଇଥାଏ । ଜଳାଭାବ ଯୋଗୁ ହେଉଥିବା କ୍ଷତି ବିଷୟରେ ଆମେ ପ୍ରାୟ ସମୟରେ ଆଲୋଚନା କରିଥାଉ । କିନ୍ତୁ ଜାଣନ୍ତି କି ଆବଶ୍ୟକଠାରୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ । ଯେପରି କମ୍‌ ପାଣି ପିଇବା ଦ୍ୱାରା ମୁଣ୍ଡ ବୁଲାଇବା, ମେଟାବଲିଜିମ୍‌ ଧୀମା ହେବା, ଦୁର୍ବଳ ଅନୁଭବ ହେବା ଓ ମୁଣ୍ଡବିନ୍ଧା ପରି ଲକ୍ଷଣମାନ ଦେଖା ଦେଇଥାଏ । ସେହିପରି ଅଧିକ ପାଣି ପିଇବା ଦ୍ୱାରା ମଧ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ ।

ୱାଟର୍‌ ଟକ୍ସିଟି କ’ଣ?

ଯେତେବେଳେ କୌଣସି ବ୍ୟକ୍ତି କମ୍‌ ସମୟ ଅନ୍ତରାଳରେ ବାରମ୍ବାର ପାଣି ପିଇବା ଦ୍ୱାରା ଏହି ସମସ୍ୟା ଉପୁଜିଥାଏ । ଏହାଦ୍ୱାରା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ବିଗିଡି ଯାଇପାରେ । ମଣିଷର କିଡ୍‌ନୀ ଏକ ଘଣ୍ଟାରେ ପ୍ରାୟ ୦.୮ରୁ ୧ ଲିଟର ପାଣିକୁ ନିଷ୍କାଷିତ କରିପାରେ । ଯଦି ଆମେ ଏହି ଭିତରେ ଏହାଠାରୁ ଅଧିକ ପାଣି ପିଇବା ତେବେ ଅଧିକ ପାଣି ନିଷ୍କାସନ କରିବାକୁ ପଡିଥାଏ, ଯାହାର ପରିଣାମ ଗମ୍ଭୀର ହୋଇପାରେ । ଅତ୍ୟଧିକ ଜଳ କିଡ୍‌ନୀ ପାଇଁ ସମସ୍ୟା ବଢାଇଥାଏ । ଏପରିକି ରକ୍ତରେ ପାଣିର ମାତ୍ରା ବଢିଯାଇଥାଏ । ଫଳରେ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡିଥାଏ । ଏପରିକି ସୋଡିୟମ୍‌ ସ୍ତର ମଧ୍ୟ ଅଚାନକ୍‌ କମିଯାଇପାରେ, ଯାହା ଶରୀର ପାଇଁ ଖୁବ୍‌ କ୍ଷତିକାରକ ।

ଲକ୍ଷଣ :

ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ପରିଷ୍କାର ହେବା, ମୁଣ୍ଡାବିନ୍ଧା ଓ ବାନ୍ତି ଲାଗିବା, ପେଟ ଫୁଲିବା ପରି ଲାଗିବା, ମାଂସପେଶୀ ଫୁଲିବା ଆଦି ସମସ୍ୟା ଦେଖାଦିଏ ।

କେମିତି ପାଇବେ ସୁରକ୍ଷା?

ପରିବେଶ, ଶାରିରୀକ ଗତିବିଧି ଓ ଶରୀରର ଆବଶ୍ୟକତା ଅନୁସାରେ ପାଣିର ମାତ୍ରା ସ୍ଥିର କରନ୍ତୁ । ଏହି ମାତ୍ରା ସମସ୍ତଙ୍କ ପାଇଁ ସମାନ ନୁହେଁ । ଯଦି ଶରୀରରୁ ଇଲେକ୍ଟ୍ରୋଇଲାଇଟ୍‌ ଅସନ୍ତୁଳିତ ହେଉଥ।ଏ, ତେବେ ନଡ଼ିଆ ପାଣି ପିଅନ୍ତୁ । ବ୍ୟାୟାମ ପରେ ପାଣି ପରିବର୍ତ୍ତେ ଇଲେକ୍ଟ୍ରୋଲାଇଟ୍‌ ପାନୀୟ ନିଅନ୍ତୁ । କମ୍‌ ସମୟ ଅନ୍ତରାଳରେ ଅଧିକ ପାଣି ଆଦୌ ପିଅନ୍ତୁନି ।

Leave a Reply

Your email address will not be published. Required fields are marked *