ଚିକିତ୍ସା କ୍ଷେତ୍ରରେ ନୋବେଲ ଜିତିଥିବା ୧୩ତମ ମହିଳା କାରିକୋ, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ୱର, ୫/୧୦ : ହଙ୍ଗେରୀ ଜନ୍ମିତ ଆମେରିକୀୟ ବୈଜ୍ଞାନିକ କ୍ୟାଟଲିନ୍ କାରିକୋ, ମେଡିସିନରେ ନୋବେଲ ପୁରସ୍କାର ପାଇଥିବା ୧୩ତମ ମହିଳା। ସମ୍ପ୍ରତି, ସେ ଜର୍ମାନ କମ୍ପାନୀ ବାୟୋଏନଟେକର ବରିଷ୍ଠ ଉପସଭାପତି।

ପୁରସ୍କାର ପାଇବା ପରେ ସ୍ୱିଡେନ ରେଡିଓ ସହ ବାର୍ତ୍ତାଳାପରେ କାରିକୋ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ଯେତେବେଳେ ସେ ଜଣେ ପ୍ରଫେସର ମଧ୍ୟ ନଥିଲେ, ସେତେବେଳେ ତାଙ୍କ ମା ନୋବେଲ ପୁରସ୍କାର ଘୋଷଣାକୁ ବହୁତ ଆଗ୍ରହର ସହ ଶୁଣୁଥିଲେ। ପ୍ରାୟତଃ କହିଥଲେ, ବୋଧହୁଏ ତୁମର ମଧ୍ୟ ନାମ ଆସିବ।

କାରିକୋ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ mRNA ବ୍ୟବହାର କରି କ୍ରନିକ ରୋଗ ପାଇଁ ଟିକା ଏବଂ ଔଷଧ ବିକଶିତ କରିବା ପାଇଁ ଅନୁସନ୍ଧାନ କରୁଥିଲେ। କିନ୍ତୁ ୧୯୯୦ରେ ଅର୍ଥାଭାବ ପ୍ରତିବନ୍ଧକ ହୋଇଥିଲା। ୧୯୯୭ରେ, ଡ୍ରୁ ୱିସମ୍ୟାନ୍ ପେନସିଲଭାନିଆ ବିଶ୍ୱବିଦ୍ୟାଳୟକୁ ଆସିଥିଲେ ଏବଂ ଫଟୋଗ୍ରାଫି କରୁଥିବାବେଳେ ଦିନେ କାରିକୋଙ୍କୁ ଭେଟିଥିଲେ। ୱିସମ୍ୟାନ୍ କାରିକୋଙ୍କୁ ଅର୍ଥ ପ୍ରଦାନ କରିଥିଲେ ଏବଂ ସହଭାଗିତାରେ ଟେକ୍ନୋଲୋଜି ଉପରେ କାମ ଆରମ୍ଭ କରିଥିଲେ।

୨୦୦୫ରେ ତାଙ୍କର ଅନୁସନ୍ଧାନ ଗୁରୁତ୍ୱ ପାଇଲା ନାହିଁ । ଡ୍ରୁ ଏବଂ କାରିକୋ ଏକ ଅନୁସନ୍ଧାନରେ ଦାବି କରିଥିଲେ ଯେ ପରିବର୍ତ୍ତିତ mRNA ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ। ସେତେବେଳେ ଏହାକୁ କେହି ଗୁରୁତ୍ୱ ଦେଇ ନଥିଲେ, କିନ୍ତୁ ୨୦୧୦ରେ ଆମେରିକୀୟ ବୈଜ୍ଞାନିକ ଡେରିକ୍ ରୋସି ପରିବର୍ତ୍ତିତ mRNA ଆଧାରିତ ଟିକା ତିଆରି କରିବା ପାଇଁ ମୋଡର୍ନା କମ୍ପାନୀ ପ୍ରତିଷ୍ଠା କରିଥିଲେ।

୧୯୯୦ ଦଶକରେ ପ୍ରଥମ ଥର ପାଇଁ ମୂଷାମାନଙ୍କ ଉପରେ ପରୀକ୍ଷଣ କରାଯାଇଥିଲା … ଏବଂ ପରେ ୨୦୧୩ ରେ ମାନବଙ୍କ ପାଇଁ ପ୍ରଥମ mRNA ଟିକା ପରୀକ୍ଷଣ କରାଯାଇଥିଲା। ଶେଷରେ, ୨୦୨୦ରେ କୋଭିଡ ମହାମାରୀ ସମୟରେ, ଏହି ଟେକ୍ନୋଲୋଜି ଉପରେ ଆଧାରିତ ଏକ ଟିକା ପ୍ରଥମ ଥର ପାଇଁ ମାନବଙ୍କ ଉପରେ ବହୁଳ ଭାବରେ ବ୍ୟବହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *