ପ୍ରତି ନାରୀଙ୍କୁ ଧାରଣ କରିବା ଉଚିତ୍ ନବଦୁର୍ଗାଙ୍କ ଏହି ଗୁଣ, ପରିବାର ଏବଂ ସମାଜରେ ମିଳିବ ସମ୍ମାନ

ଭୁବନେଶ୍ଵର, ୬/୧୦ : ଶାରଦୀୟ ନବରାତ୍ରୀ ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେଉଛି। ଏହି କ୍ରମରେ ୨୩ ତାରିଖରେ ମହାନବମୀ ପାଳନ ହେବ। ନବରାତ୍ରୀରେ ମା ଦୁର୍ଗାଙ୍କ ନଅଟି ସ୍ଵରୂପକୁ ପୂଜା କରାଯାଏ। ଏହି ନଅ ସ୍ଵରୂପ ନଅ ଗୁଣର ପ୍ରତୀକ। ଧର୍ଯ୍ୟ, ସହନଶୀଳତା, ଭକ୍ତି, ଶକ୍ତି, ତପସ୍ୟା, ସାହସ, ଧର୍ମ, ପବିତ୍ରତା ଏବଂ ସିଦ୍ଧିର ମହତ୍ତ୍ଵକୁ ବୁଝାଇବା ପାଇଁ ଏହି ନଅ ସ୍ଵରୂପକୁ ପୂଜା କରାଯାଏ। ତେଣୁ ନାରୀମାନେ ମାଆଙ୍କର ଏହି ନଅ ଗୁଣକୁ ମହିଳାମାନେ ଧାରଣା କରିବା ଉଚିତ୍।

ମା ଶୈଳପୁତ୍ରୀ- ନବରାତ୍ରୀର ପ୍ରଥମ ଦିନ ଶୈଳପୁତ୍ରୀ ରୂପକୁ ପୂଜା କରାଯାଏ। ମା ଶୈଳପୁତ୍ରୀ ଧୈର୍ଯ୍ୟ ଏବଂ ସହନଶୀଳତାର ସ୍ଵରୂପ।

ମା ବ୍ରହ୍ମଚାରିଣୀ- ମା ବ୍ରହ୍ମଚାରିଣୀ ତପସ୍ୟାର ସ୍ଵରୂପ। ମାଙ୍କ ଏହି ରୂପ ତପସ୍ୟା ଏବଂ ସଂଯମତାର ଶିକ୍ଷା ଦିଆଯାଏ।

ମା ଚନ୍ଦ୍ରଘଣ୍ଟା- ନବରାତ୍ରୀର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା ସ୍ଵରୂପ ପୂଜା କରାଯାଏ। ମା ଚନ୍ଦ୍ରଘଣ୍ଟା ଭକ୍ତିର ସ୍ଵରୂପ। ଏହି ରୂପ ଭକ୍ତି ଏବଂ ସେବା ଗୁଣ ଶିଖାଇଥାଏ।

ମା କୁଷ୍ମାଣ୍ଡା- ସାହସ ଏବଂ ଉତ୍ସାହର ସ୍ଵରୂପ ମା କୁଷ୍ମାଣ୍ଡା। ଜୀବନରେ ବିଭିନ୍ନ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ମାଙ୍କ ଏହି ସ୍ଵରୂପ ଶିକ୍ଷା ଦେଇଥାଏ।

ମା ସ୍କନ୍ଦମାତା- ମାଙ୍କର ଏହି ସ୍ଵରୂପ ସନ୍ତାନ ପ୍ରେମର ଶିକ୍ଷା ଦେଇ ଥାଏ। ଜଣେ ଆଦର୍ଶ ନାରୀ ମଧ୍ୟରେ ମାତୃତ୍ଵ ଗୁଣ ହେବା ଆବଶ୍ୟକ।

ମା କାତ୍ୟାୟିନୀ- ଧର୍ମର ସ୍ଵରୂପ ମା କାତ୍ୟାୟନୀ। ଏହି ସ୍ଵରୂପ ଆମକୁ ଧର୍ମ ଏବଂ ନ୍ୟାୟ ପ୍ରତି ସମର୍ପଣ ଭାବ ବୁଝାଇଥାଏ।

ମା କାଳରାତ୍ରୀ- ମାଙ୍କର ଏହି ସ୍ଵରୂପ ବିନାଶକୁ ସୂଚାଏ। ବିନାଶର ଶକ୍ତି ଏବଂ ସମୟ ସହ ଅନ୍ତର ସାମ୍ନା କରିବାକୁ ଶିଖାଏ।

ମା ମହାଗୌରୀ- ପବିତ୍ରତାର ସ୍ଵରୂପ ମା ମହାଗୌରୀ। ଏହା ଆମକୁ ଶୁଦ୍ଧତା ରହିବାକୁ ଶିକ୍ଷା ଦେଇଥାଏ।

ମା ସିଦ୍ଧିଦାତ୍ରୀ- ଏହା ଆମକୁ ଆତ୍ମସମର୍ପଣ ଏବଂ ସାଧନାର ଶିକ୍ଷା ଦିଏ। ସାଧନା ମାଧ୍ୟମରେ ଅନେକ କାଠିକର ପାଠ ସହଜ ହୁଏ।

Leave a Reply

Your email address will not be published. Required fields are marked *