ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୨୫କି.ମି ପଦଯାତ୍ରା କରୁଛନ୍ତି କେରଳର ୬୫ ବର୍ଷୀୟା ନାରାୟଣୀ

ନୂଆଦିଲ୍ଲୀ : ଜୀବନରେ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏକଥା କେରଳର କାସରାଗୋଡରେ ରହୁଥିବା ନାରାୟଣୀ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ଜୀବନୀରୁ ଜାଣିବାକୁ ମିଳେ। ଗତ ୫୦ ବର୍ଷ ଧରି ସେ ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୨୫ କିଲୋମିଟର ପଦଯାତ୍ରା କରୁଛନ୍ତି। ତାଙ୍କର ଏହି ଯାତ୍ରା ସକାଳ ସାଢେ଼ ୪ଟାରୁ ଆରମ୍ଭ ହୁଏ ଏବଂ ସକାଳ ସାଢେ଼ ୬ଟାରେ ସେ ପିଲାମାନଙ୍କ ଘରେ ପହଞ୍ଚି ଯାଆନ୍ତି। ସେ ପିଲାମାନଙ୍କୁ ପାଠ ପଢାଇବା ପରେ ରାତିରେ ଘରକୁ ଫେରନ୍ତି।

ନାରାୟଣୀ ୧୯୭୧ ରେ ଦଶମ ଶ୍ରେଣୀ ପାସ୍ କରିଥିଲେ ଏହା ପରେ ସେ କଲେଜ ଯାଇନଥିଲେ। କିନ୍ତୁ ସେ ଚାରୋଟି ଭାଷା ଜାଣନ୍ତି – ଇଂରାଜୀ, ମାଲାୟାଲମ୍, ହିନ୍ଦୀ ଏବଂ ସଂସ୍କୃତ। ସେ ୧୫ ବର୍ଷ ବୟସରେ ଶିକ୍ଷାଦାନ ଆରମ୍ଭ କରିଥିଲେ କିନ୍ତୁ ସେ ସ୍କୁଲ ଶିକ୍ଷୟତ୍ରୀ ନଥିଲେ। ଗତ ୫୦ ବର୍ଷ ମଧ୍ୟରେ ସେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି।

ଟ୍ୟୁସନରୁ ପାଇଥିବା ଟଙ୍କାରେ ସେ ଗୁଜୁରାଣ ମେଣ୍ଟାନ୍ତି ଏବଂ ଶଯ୍ୟାଶାୟୀ ସ୍ୱାମୀଙ୍କର ଯତ୍ନ ନିଅନ୍ତି। ସେ କୁହନ୍ତି, “ମୁଁ ସମସ୍ତଙ୍କ ଠାରୁ ସକରାତ୍ମକ ମତାମତ ପାଇଥାଏ ଏବଂ ମୋର ସମସ୍ତ ଛାତ୍ର ଭଲ ମାର୍କ ସ୍କୋର କରନ୍ତି।

ନାରାୟଣୀ କହିଛନ୍ତି ଯେ ଚାଲିବା ତାଙ୍କର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ। ଯେପର୍ଯ୍ୟନ୍ତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ସେ ଏଭଳି ଶିକ୍ଷାଦାନ ଜାରି ରଖିବେ ।COVID-19 ସମୟରେ ଲକଡାଉନ୍ ସମୟରେ ମଧ୍ୟ ନାରାୟଣୀ ପିଲାମାନଙ୍କୁ ଟ୍ୟୁସନ ଶିକ୍ଷା ଦେଉଥିଲେ।

ସେ ଏବଂ ତାଙ୍କ ସ୍ୱାମୀ ଚେରୁଭାଥୁର ଏକ ଭଡା ଘରେ ରୁହନ୍ତି। ଜୀବନରେ ତାଙ୍କର ଏକମାତ୍ର ଇଚ୍ଛା ହେଉଛି ଦିନେ ସେ ନିଜ ଘର କରିବେ ଏବଂ ସେଠାରେ ରହିବେ।

Leave a Reply

Your email address will not be published. Required fields are marked *