ଗୌରୀ ସାୱନ୍ତ କିଏ ? ଜଣେ କିନ୍ନରଙ୍କ ଜୀବନୀକୁ ନେଇ ପ୍ରେରିତ ସୁସ୍ମିତା ସେନଙ୍କ ସିରିଜ୍ ‘ତାଲି’

ନୂଆଦିଲ୍ଲୀ, ୨୦/୧୨ : ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଜୀବନୀ ଉପରେ ଆଧାରିତ ସୁସ୍ମିତା ସେନଙ୍କ ସିରିଜ୍ ‘ତାଲି’। ମରାଠୀ ଫିଲ୍ମ ନିର୍ମାତା ରବି ଜାଧବଙ୍କ ଦ୍ବାରା ନିର୍ମିତ ତାଲିରେ ସୁସ୍ମିତା ସେନ ଜଣେ କିନ୍ନରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରାନ୍ସ ଅଧିକାର ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଅଧିକାରକୁ ନେଇ ଗୌରୀ କରିଥିବା ଲଢେଇକୁ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି।

ସବୁବେଳେ ଝିଅ ପିଲାମାନଙ୍କ ପୋଷାକ ପିନ୍ଧିବା ପାଇଁ ଇଛୁକ ଥିବା ଏବଂ ମାଆ ହେବାକୁ ଇଚ୍ଛା ରଖିଥିବା ଗୌରୀ ୧୭ ବର୍ଷ ବୟସରେ ଘର ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ। ସାଙ୍ଗରେ ଆଣିଥିଲେ ମାତ୍ର ୬୦ ଟଙ୍କା। କାରଣ ତାଙ୍କ ପିତା ତାଙ୍କର ବ୍ୟକ୍ତିତ୍ଵକୁ ଗ୍ରହଣ କରି ପାରି ନଥିଲେ। ସେଥିପାଇଁ ସେ ଘର ଛାଡ଼ିବାକୁ ବାଧ୍ୟ ହେଲେ। ପିଲାଦିନେ ସେ ଗାୟିକା ଉଷା ଉତ୍ଥୁପଙ୍କୁ ଦେଖି ପ୍ରେରିତ ହୋଇଥିଲେ। ବଡ଼ ହେଲେ ତାଙ୍କ ଭଳି ବେଶଭୂଷା ପିନ୍ଧିବେ ବୋଲି ମନସ୍ଥ କରିଥିଲେ। ଘର ଛାଡ଼ି ଆସବା ପରେ ଗୌରୀ ହମସଫର ଏନଜିଓ ସଂସ୍ପର୍ଶରେ ଆସିଥିଲେ। ଏହାପରେ ସେ ଶାଢ଼ୀ ପିନ୍ଧିବା ଆରମ୍ଭ କଲେ। ଧୀରେ ଧୀରେ ନିଜର ଏକ ଏନଜିଓ ଖୋଲିଲେ ଏବଂ ଏହାର ନାମ ସଖୀ ଚାର ଚୌଗୀ ଲଞ୍ଚ୍ କଲେ।

୨୦୦୧ରେ ଗୌରୀ ଯୌନ କର୍ମୀଙ୍କ ସହ କାମ କରିବା ଆରମ୍ଭ କଲେ। ସେହି ସମୟରେ ସେ ଗାୟତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ। ଗାୟତ୍ରୀଙ୍କ ମାଆଙ୍କ ପରଲୋକ ହେବାପରେ ତାଙ୍କୁ ବିକ୍ରି କରାଯାଉଥିଲା। ଏହି ସମୟରେ ଗୌରୀ ଆଗକୁ ଆସି ତାଙ୍କୁ ବଞ୍ଚାଇଥିଲେ। ଗୌରୀଙ୍କର ଏହି ସଙ୍ଘର୍ଷପୂର୍ଣ୍ଣ କାହାଣୀକୁ ନେଇ ଫିଲ୍ମ ତାଲି ନିର୍ମିତ।

Leave a Reply

Your email address will not be published. Required fields are marked *