ନାରୀ ଯେ ସ୍ୱୟଂସମ୍ପୂର୍ଣ୍ଣ… ଯାହାର ଜ୍ୱଳନ୍ତ ଉଦାହରଣ ଗୀତାଞ୍ଜଳି, କବିତା ଓ ପ୍ରବନ୍ଧ ଲେଖି ସମାଜରେ ସଂସ୍କାର ଆଣିବାକୁ କରୁଛନ୍ତି ପ୍ରୟାସ

କଟକ, 22/08 : ନାରୀଟିଏ ଯେ କେବଳ ଚାରି କାନ୍ଥ ଭିତରେ ଆବଦ୍ଧ ତାହା ନୁହେଁ ସେ ମଧ୍ୟ ସମାଜ ଦିଗଦର୍ଶନ କ୍ଷେତ୍ରରେ ପୁରୁଷଙ୍କଠୁ ଦଶ ପାଦ ଆଗୁଆ। ସେହି ପରି ଜଣେ ବହୁମୁଖୀ ପ୍ରତିଭାବାନ୍ ନାରୀ ହେଲେ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି। ୧୯୬୫ ମସିହା ଜୁଲାଇ ୯ ତାରିଖରେ କଟକ ଜିଲ୍ଲା ମହାଧାର ପଡାରେ ତାଙ୍କ ଜନ୍ମ। ଶ୍ରୀ ହରେକୃଷ୍ଣ ପୃଷ୍ଟି ଓ ମାତା ଶ୍ରୀମତୀ ସରମା ପୃଷ୍ଟିଙ୍କ ସୁକନ୍ୟା ହେଲେ ଗୀତାଞ୍ଜଳି ପୃଷ୍ଟି।

ପିଲାଟି ଦିନରୁ ସାହିତ୍ୟ ଓ କଳା ପ୍ରତି ତାଙ୍କ ଅହେତୁକ ଭଲ ପାଇବା ଥିଲା। ନୂତନ ବହି ପଢିବା ଓ କିଛି ନୂଆ ଲେଖିବା ତାଙ୍କ ଅଭ୍ୟାସ ଥିଲା। ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ ହୋଇ ସମାଜରେ ଉତ୍ତମ ନାଗରିକ ଗଢିତୋଳିବା ସହ ନିଜ କବିତା ଓ ପ୍ରବନ୍ଧ ଲେଖା ମାଧ୍ୟମରେ ଅନେକ ସାମାଜିକ ସଂସ୍କାର ଆଣିବା ତାଙ୍କ ପ୍ରୟାସ ଜାରି ରହିଛି। ବିଶେଷ କରି ନାରୀମାନଙ୍କ ସମସ୍ୟାକୁ ନେଇ ସେ ବେସ୍ କଲମ ଚାଳନା କରନ୍ତି। ତାଙ୍କ ଲିଖିତ କବିତା ସଙ୍କଳନ ପୁସ୍ତକ ବିଦୀର୍ଣ୍ଣ ବିଶ୍ଵର ଛାଇରେ ସେ ନାରୀଙ୍କ ସମସ୍ୟାକୁ ନିଖୁଣ ଭାବେ ଉପସ୍ଥାପନା କରିଛନ୍ତି। ଏଯାବତ ସେ ଅନେକ ସାହିତ୍ୟ ପରିବାର ତରଫରୁ ପୁରସ୍କୃତ ଓ ସମ୍ମାନିତ ହୋଇସାରିଛନ୍ତି।

ଶିକ୍ଷକତା ଜୀବନର ହୁଏତ ଅନ୍ତ ହେଇପାରେ ହେଲେ ଜୀବନର ଶେଷ ପର୍ଯ୍ୟନ୍ତ କବିତା ଓ ପ୍ରବନ୍ଧ ମାଧ୍ୟମରେ ସମାଜରେ ସଂସ୍କାର ଆଣିବା ପାଇଁ ପ୍ରୟାସ କରିବେ ବୋଲି କୁହନ୍ତି ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି। ତାଙ୍କ ସ୍ୱାମୀ ଶ୍ରୀ ଚୈତନ୍ୟ ରାଉତ ତାଙ୍କୁ ସଦାସର୍ବଦା ଲେଖା କ୍ଷେତ୍ରରେ ସମର୍ଥନ କରିଆସିଛନ୍ତି ବୋଲି କୁହନ୍ତି ଗୀତାଞ୍ଜଳି।

Leave a Reply

Your email address will not be published. Required fields are marked *