୯୦ ବର୍ଷ ବୟସରେ ଜାରି ରଖିଛନ୍ତି ସଙ୍ଗୀତ ସାଧନା… ଜାଣନ୍ତୁ ଆଶା ଭୋସଲେଙ୍କ କାହାଣୀ

ଭୁବନେଶ୍ଵର, ୧୨/୦୯ : ନିଜର ସ୍ଵରର ଯାଦୁରେ ଲୋକମାନଙ୍କୁ ବାନ୍ଧି ରଖିଛନ୍ତି ସଙ୍ଗୀତଜ୍ଞ ଆଶା ଭୋସଲେ। ସେ ବଲିଉଡକୁ ଗୋଟିଏରୁ ବଳିକି ଗୋଟିଏ ଗୀତ ଭେଟି ଦେଇଛନ୍ତି। ସଙ୍ଗୀତଜ୍ଞମାନଙ୍କ ପାଇଁ ଆଦର୍ଶ ହେଉଛନ୍ତି ଆଶା। ୯୦ ବର୍ଷ ବୟସରେ ବି ସେ ତାଙ୍କ ସଙ୍ଗୀତ ସାଧନା ଜାରି ରଖିଛନ୍ତି। ପ୍ୟାର ହମାରା ଅମର ରହେଗା, ଚନ୍ଦା ମାମା ଦୂର କେ ହେଉଛି ତାଙ୍କର ଏଭରଗ୍ରୀନ୍ ଗୀତ।

୮ ସେପ୍ଟେମ୍ବର ୧୯୩୩ରେ ଆଶା ଭୋସଲେଙ୍କ ଜନ୍ମ ହୋଇଥିଲା। ୧୦ ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ଏହାପରେ ସେ ଜଣେ ପ୍ରଫେସନାଲ ସିଙ୍ଗର ହୋଇଥିଲେ। ଏହାପରେ ସେ ବହୁ ଫିଲ୍ମରେ ଗୀତ ଗାଇଛନ୍ତି। ସେ ବହୁ ଆଲବମ୍ ଏବଂ କନସର୍ଟ ମଧ୍ୟ କରିଛନ୍ତି। ଆଶା ଭୋସଲେଙ୍କ ପିତା ଦୀନାନାଥ ମଙ୍ଗେଶକର ଜଣେ ପ୍ରସିଦ୍ଧ କ୍ଲାସିକାଲ ସିଙ୍ଗର ଥିଲେ। ତେଣୁ ଆଶାଙ୍କୁ ସଙ୍ଗୀତରେ କ୍ୟାରିଅର ଗଢିବା ସହଜ ହୋଇଥିଲା। ତଥାପି ସେ ସଙ୍ଗୀତ ପାଇଁ କଠିନ ସାଧନା କରିଛନ୍ତି।

ଆଶା ତାଙ୍କ ପରିବାରର ଅନିଚ୍ଛାରେ ଗଣପତ ରାଓ ଭୋସଲେଙ୍କୁ ବିବାହ କରିଥିଲେ। ଦୁହେଁ ଘରୁ ପଳାଇ ବିବାହ କରିଥିଲେ। ଗଣପତ ୩୧ ବର୍ଷର ହୋଇଥିବା ବେଳେ ଆଶାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ତେବେ ଦୁହିଁଙ୍କ ବୈବାହିକ ଜୀବନ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ପାରି ନଥିଲା। ଏହାପରେ ସଙ୍ଗୀତଜ୍ଞ ରାହୁଲ ଦେବ ବର୍ମନଙ୍କୁ ଆଶା ଦ୍ଵିତୀୟ ବିବାହ କରିଥିଲେ। ସେ ଆଶାଙ୍କ ଠାରୁ ୬ ବର୍ଷ ସାନ ଥିଲେ। ୧୯୮୦ ମସିହାରେ ଆଶା ଡି ବର୍ମନଙ୍କୁ ବିବାହ କରିଥିଲେ।

ଆଶା ତାଙ୍କର ପ୍ରଥମ ଗୀତ ଫିଲ୍ମ ଚୁନରିୟାର ସାୱନ ଆୟା ଗାଇ ଥିଲେ। ୧୦ ବର୍ଷ ବୟସରୁ କ୍ୟାରିଅର ଆରମ୍ଭ କରିଥିବା ଆଶାଙ୍କ ନାମରେ ବହୁ ଉପଲବ୍ଧି ରହିଛି। ତାଙ୍କୁ ଉମରାୱ ଜାନ ପାଇଁ ନ୍ୟାସନାଲ ଆୱାର୍ଡ ମିଳିଥିଲା। ସେ ସମସ୍ତଙ୍କ ପାଇଁ ଜଣେ ପ୍ରେରଣା।

Leave a Reply

Your email address will not be published. Required fields are marked *