Home Children ହାତରେ ହାତ ମିଶାଇ ଝିଅ ସହ ଡ୍ୟାନ୍ସ କଲେ IAS ଅଧିକାରୀ ସୋନଲ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

ହାତରେ ହାତ ମିଶାଇ ଝିଅ ସହ ଡ୍ୟାନ୍ସ କଲେ IAS ଅଧିକାରୀ ସୋନଲ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

0
ହାତରେ ହାତ ମିଶାଇ ଝିଅ ସହ ଡ୍ୟାନ୍ସ କଲେ IAS ଅଧିକାରୀ ସୋନଲ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ, ୧୧/୦୯ : ଦୁନିଆର ସବୁଠୁ ମଧୁର ସମ୍ପର୍କ ହେଉଛି ମା-ଝିଅଙ୍କ ସମ୍ପର୍କ। ସମସ୍ତଙ୍କ ଠାରୁ ମାର ଅଧିକ ନିକଟତର ହୋଇଥାନ୍ତି ଝିଅମାନେ। ଏହାର ଏକ ଖାସ୍ ଝଲକ ଦେଖିବାକୁ ମିଳିଛି ଆଇଏଏସ୍ ସୋନଲ ଗୋୟଲଙ୍କ ଭିଡିଓରେ। ଏହି ଭିଡିଓରେ ଆଇଏଏସ୍ ଅଧିକାରୀ ତାଙ୍କ ଝିଅର ହାତରେ ହାତ ମିଶାଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଯାହାକି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଆଇଏଏସ୍ ସୋନଲ ଗୋୟଲ ସେପ୍ଟେମ୍ଵର ୧୦ ତାରିଖରେ ତାଙ୍କର ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ତାଙ୍କ ଝିଅ ସେ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ ଥିଲା ଜିନ୍ଦେଗୀ ଔର କୁଛ ଭି ନେହିଁ, ତେରି ମେରି କାହାନୀ ହୈ। ତେବେ ୟୁଜରଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିଛି। ଭିଡିଓ ପୋଷ୍ଟ ହେବା ପରଠାରୁ ଏଯାବତ୍ ୧୪ ହଜାର ଭ୍ୟୁ ମିଳିସାରିଲାଣି। ପ୍ରାୟ ୨ ହଜାର ୟୁଜର ଏହାକୁ ଲାଇକ୍ କରିଛନ୍ତି। ବହୁ ୟୁଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଜଣେ ୟୁଜର ଏହି ଭିଡିଓକୁ ନେଇ ଲେଖିଛନ୍ତି ଯେ, ଯେପରି ମା… ସେପରି ଝିଅ। ଖୁବ୍ ସୁନ୍ଦର ଯୋଡ଼ି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ମାରୁ ମା ପର୍ଯ୍ୟନ୍ତ ଯାତ୍ରା ହେଉଛି ଝିଅ। ଖୁବ୍ ସୁନ୍ଦର ମୁହୂର୍ତ୍ତ। ଆଉ ଜଣେ ଲେଖିଛନ୍ତି ଯେ, ଏହି ଦୁନିଆରେ ମାଠୁ ଅଧିକ ସୁନ୍ଦର କେହି ନାହିଁ।

ପ୍ରକାଶ ଥାଉକି, ୨୦୦୮ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ସୋନଲ। ସର୍ବ ଭାରତୀୟ ସ୍ତରରେ ତାଙ୍କର ରାଙ୍କ ୧୩ ଥିଲା। ସେ ହରିୟାଣାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି।

LEAVE A REPLY

Please enter your comment!
Please enter your name here