୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ, ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ, ୧୧/୦୯ : ୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ। ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ କଣ୍ଟ୍ରୋଲର ଠାରୁ ଅନୁମତି ମାଗିଲା ଭାରତ ବାୟୋଟେକ୍। ତେବେ ଏହା ପୂର୍ବରୁ ସେପ୍ଟେମ୍ଵର ୬ରେ ଡିସିଜିଆଇ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ଇଣ୍ଟ୍ରାନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଦିଆଯିବା ପାଇଁ ମଞ୍ଜୁରି ଦେଇଥିଲା।

ଭାରତ ବାୟୋଟେକ୍‌ର ସୂଚନା ଅନୁଯାୟୀ, ଏହି ନାଜାଲ୍ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ତୁଳନାରେ ଭିନ୍ନ ଏବଂ ପ୍ରଭାବୀ। ଏହା ନାକରେ ପକାଯାଏ। ଏଥିପାଇଁ ଛୁଞ୍ଚିର ଆବଶ୍ୟକତା ନାହିଁ। ଘରେ ଘରେ ଏହାକୁ ଅତି ସହଜରେ ବ୍ୟବହାର କରିପାରିବେ। ଏଥିପାଇଁ କୌଣସି ପ୍ରଶିକ୍ଷିତ ସ୍ଵାସ୍ଥ୍ୟ ଅଧିକାରୀଙ୍କର ଆବଶ୍ୟକତା ନାହିଁ।

ଇଞ୍ଜେଇକ୍ସନ ଦ୍ଵାରା ହେଉଥିବା ସଂକ୍ରମଣ ମଧ୍ୟ ମୁକ୍ତ ହୋଇପାରିବ। ଇଞ୍ଜେଇକ୍ସନ ଦ୍ଵାରା ଭ୍ୟାକ୍ସିନ ଦିଆଯିବା ଦ୍ଵାରା ଯେଉଁ ପୀଡ଼ା ଅନୁଭବ ହେଉଛି ତାହା ଦୂର ହେବ। ଶିଶୁ ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ନାଜାଲ୍ ଭ୍ୟାକ୍ସିନ ଖୁବ୍ ଉପାଦେୟ ହେବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *